କେନ୍ଦ୍ରପଡା: ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ଚଳିତବର୍ଷ ବଢ଼ିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା । ସେପ୍ଟେମ୍ବର ୯ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହୋଇଥିବା ଏହି ଦେଶୀୟ ପକ୍ଷୀ ଗଣନାର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ଗତବର୍ଷ ଭଳି ଚଳିତବର୍ଷ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟସ୍ଥ ମଠଆଡ଼ିଆ, ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ଉଦ୍ୟାନ ଏରିଆ ବାହାରେ ଥିବା ବାଲିଡିଆଠାରେ ମଧ୍ୟ ଦେଶୀୟ ପକ୍ଷୀଙ୍କ ବସା ଚିହ୍ନଟ କରି ପକ୍ଷୀ ଗଣନା କରାଯାଇଥିଲା । ଚଳିତବର୍ଷ ମୋଟ ୧,୩୦୦ ଗଛରେ ୨୭,୨୮୨ଟି ପକ୍ଷୀଙ୍କ ବସା ଚିହ୍ନଟ କରାଯାଇଥିବା ବେଳେ ମୋଟ ୧,୩୦,୧୨୩ଟି ଦେଶୀୟ ପକ୍ଷୀ ଗଣନା କରାଯାଇଥିବା ବନ ବିଭାଗ ସୂଚନା ଦେଇଛି ।
- ଗତ ପାଞ୍ଚବର୍ଷ ମଧ୍ୟରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ସଂଖ୍ୟା:-
ବନ ବିଭାଗ ସୂଚନା ମୁତାବକ ଜାତୀୟ ଉଦ୍ୟାନ ମଧ୍ୟରେ ୨୦୨୦ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ବସା ସଂଖ୍ୟା ଚିହ୍ନଟ ହୋଇନଥିବା ବେଳେ ୨୦୨୩ ରୁ ବସା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୨ରୁ ଏକ ନୂଆ ଦେଶୀୟ ପକ୍ଷୀ ଠିକଣା ଠାବ କରାଯାଇଛି ଯାହାର ନାଁ ବାଲିଡିଆ ବୋଲି କୁହାଯାଉଛି । ସୂଚନା ମୁତାବକ ୨୦୨୦ ମସିହାରେ ଜାତୀୟ ଉଦ୍ୟାନ ମଧ୍ୟରେ ୯୭,୮୬୬ ଟି ଦେଶୀୟ ପକ୍ଷୀ ଗଣନା କରାଯାଇଥିବା ବେଳେ ୨୦୨୧ରେ ୧,୦୮,୬୩୯ ଟି ପକ୍ଷୀ ,୨୦୨୨ ମସିହାରେ ୧,୧୬,୦୭୦ଟି ପକ୍ଷୀଙ୍କୁ ଜାତୀୟ ଉଦ୍ୟାନ ମଧ୍ୟସ୍ଥ ତିନୋଟି ସ୍ଥାନରେ ଗଣନା କରାଯାଇଥିଲା ।
- ପ୍ରତ୍ୟେକ ବର୍ଷ ବଢିବାରେ ଲାଗିଛି ଦେଶୀୟ ପକ୍ଷୀଙ୍କ ସଂଖ୍ୟା:-