ଓଡିଶା

odisha

ETV Bharat / state

କାରରେ ଖୁଲମଖୁଲା ସୁନା ଚୋରା ଚାଲାଣ, ୬ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ବିସ୍କୁଟ ଜବତ - Gold Biscuit Seized - GOLD BISCUIT SEIZED

Gold Biscuit Seized From Manguli Toll Plaza: କଟକ ମଙ୍ଗୁଳି ଟୋଲ ପ୍ଲାଜା ନିକଟରୁ ଏକ କାରରୁ ଜବତ ହେଲା ୯ କେଜିରୁ ଉର୍ଦ୍ଧ୍ବ ଓଜନର ସୁନା । ଦୁଇ ଗିରଫ । ଅଧିକ ପଢ଼ନ୍ତୁ

୬ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ବିସ୍କୁଟ ଜବତ
୬ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ସୁନା ବିସ୍କୁଟ ଜବତ

By ETV Bharat Odisha Team

Published : Mar 30, 2024, 10:59 PM IST

ଭୁବନେଶ୍ବର:ସୁନା ତସ୍କରୀର ପର୍ଦ୍ଦାଫାସ । କାର ଯୋଗେ କୋଲକାତାରୁ ହେଉଥିଲା ସୁନା ଚୋରା ଚାଲାଣ । କଟକ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ କାରରୁ ୯ କିଗ୍ରା ୧୮୦ ଗ୍ରାମର ୬୫ଟି ସୁନା ବିସ୍କୁଟ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୬ କୋଟିରୁ ଉର୍ଦ୍ଧ୍ବ ହେବା ନେଇ ଆକଳନ କରାଯାଉଛି । ସେପଟେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ କାରକୁ ଜବତ କରିଛି ଡିଆରଆଇ ଟିମ୍ ।

ସୂଚନା ଅନୁସାରେ, ବିଦେଶରୁ ସୁନା ବିସ୍କୁଟକୁ ଚୋରା ଚାଲାଣ କରି କୋଲକାତା ଅଣାଯାଇଥିଲା । ପରେ କୋଲକାତାରୁ କାର ଯୋଗେ ଚୋରା ସୁନା ଚାଲାଣ କରାଯାଉଥିବା ନେଇ ଡିଆରଆଇ ଟିମ ଖବର ପାଇଥିଲା । ଏନେଇ କଟକ ମଙ୍ଗୁଳି ଟୋଲ ପ୍ଲାଜା ନିକଟରେ ସନ୍ଦେହ କରୁଥିବା ଏକ ହ୍ୟୁଣ୍ଡାଇ କ୍ରେଟା କାର ଗାଡ଼ିକୁ ଅଟକାଇଥିଲେ । ତେବେ ଡିଆରଆଇ ଟିମ କାରକୁ ଯାଞ୍ଚ କରିବା ସମୟରେ କାର ଭିତରୁ ୯ କିଗ୍ରା ୧୮୦ ଗ୍ରାମ ଓଜନର ୬୫ ଖଣ୍ଡ ଚୋରା ସୁନା ବିସ୍କୁଟ ଜବତ କରିଥିଲେ । ଯାହାର ଆନୁମାନିକ ମୁଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ସୁନା‌ ବିସ୍କୁଟ ଚୋରା ଚାଲାଣ ମାମଲାରେ ଦୁଇ ଜଣ ବ୍ୟକ୍ତିଙ୍କୁ କଷ୍ଟମସ ଆକ୍ଟରେ ଗିରଫ କରାଯାଇଛି । ଏହାସହ ଉକ୍ତ କାରକୁ ମଧ୍ୟ ଜବତ କରିଛନ୍ତି ଡିଆରଆଇ ଟିମ୍ ।


ତେବେ ଡିଆରଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏପରି ଗାଡ଼ିର ଭିତରେ ଥିବା ଲାଇଟ ଭିତରେ ସୁନା ବିସ୍କୁଟ ଲୁଚାଇ ନେଉଥିବା ଘଟଣା ପ୍ରଥମେ ଦେଖିବାକୁ ମିଳିଛି । ଯାହାକି ଆଗରୁ କେବେ ଏପରି ଧରା ପଡ଼ିନାହିଁ । ଗାଡିର ଲାଇଟ ଜଳୁଥିଲା ହେଲେ ଗାଡ଼ିର ଲାଇଟ ଉପରେ ସୁନା ବିସ୍କୁଟ ଖଞ୍ଜାଯାଇ ରଖାଯାଇଥିଲା । ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦର ଦେଇ ସୁନା ଚୋରା ଚାଲାଣ ଅନେକ ଥର ଧରାପଡ଼ିବା ପରେ ଏବେ ସେଭଳି ଘଟଣା ଆଉ ନଜରକୁ ଆସୁନାହିଁ । ତେଣୁ ରେଳ ପଥ ଯୋଗେ ଓ ରାସ୍ତା ଦେଇ ଏବେ ଗାଡିରେ ସୁନା ଚୋରା ଚାଲାଣ ହେଉଛି । ଗତବର୍ଷ ଟ୍ରେନ ଯୋଗେ ସୁନା ଚାଲାଣ ବେଳେ ଭୁବନେଶ୍ବରରୁ ଜଣେ ବ୍ୟବସାୟୀ ଧରାପଡ଼ିଥିଲେ । ଯେ କି, ସୁଇଜରଲ୍ୟାଣ୍ଡରୁ ଅଢେଇ କିଲୋର ସୁନା ଚୋରା ଚାଲାଣ କରୁଥିବା ବେଳେ ଡିଆରଆଇ ଜବତ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Gold Seized: ଅଢେଇ କେଜି ସୁନା ବିସ୍କୁଟ ଜବତ, ସ୍ମଗଲର ଗିରଫ

ସେହିପରି ୨୦୧୯ରେ ମଧ୍ୟ ରାଉରକେଲାରୁ ଓ ଖୋର୍ଦ୍ଧା ରେଳ ଷ୍ଟେସନରୁ ମଧ୍ୟ ସୁନା ଜବତ କରାଯିବାର ନଜିର ରହିଛି । ତେଣୁ ଭୁବନେଶ୍ୱର ବିମାନବନ୍ଦର ଦେଇ ସୁରକ୍ଷିତ ନମଣି ଏବେ ନୂଆ ଗଳାବାଟ ଆପଣାଇଛନ୍ତି ସୁନା ତସ୍କର । ତେବେ ସନ୍ଦେହ କରାଯାଉଛି ଯେ, ବିଦେଶରୁ ବାଙ୍ଗଲାଦେଶରୁ ସ୍ଥଳପଥ ଓ ଜଳପଥରେ ଗଳାବାଟରେ କୋଲକାତାକୁ ଏପରି ଚାଲାଣ କରାଯାଉଛି । ସେପଟେ ସମସ୍ତ ଦିଗକୁ ନେଇ ନଜର ରଖିଛି ଡିଆରଆଇ ଟିମ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details