ଭୁବନେଶ୍ବର: ଚାକିରି ଖୋଜୁଛନ୍ତି କି ? ରାଜ୍ୟ ସରକାର ଆଣିଛନ୍ତି ସୁଯୋଗ । ଏଲଟିଆର ଶିକ୍ଷକ ପାଇଁ ବାହାରିଛି ନିଯୁକ୍ତି । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟ ପାଇଁ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୬୦୨୫ ଶିକ୍ଷକ ପଦବୀ ପୂରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ବିଶେଷ ଭାବରେ ମହିଳା ଆବେଦନକାରୀମାନଙ୍କ ପାଇଁ ଏକ ତୃତୀୟାଂଶ ଅର୍ଥାତ ୧୯୮୮ ରୁ ଅଧିକ ପଦବୀ ରହିଛି । ବିଶେଷ ଭାବରେ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟ ossc.gov.in ମାଧ୍ୟମରେ ପଦବୀକୁ ନେଇ ଅଧିକ ସୂଚନା ପାଇପାରିବେ ।
କେଉଁ ପଦବୀ ପାଇଁ କେତେ ଦରମା:-
- ଟିଜିଟି ଆର୍ଟସ ପଦବୀ ପାଇଁ ୧୯୮୪ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା।
- ଟିଜିଟି ସାଇନ୍ସ (ପିସିଏମ୍) ପଦବୀ ପାଇଁ ୧ ହଜାର ୨୦ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
- ଟିଜିଟି ସାଇନ୍ସ (ସିବିଜେଡ୍) ପଦବୀ ପାଇଁ ୮୮୦ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
- ହିନ୍ଦୀ ଶିକ୍ଷକ ପଦବୀ ପାଇଁ ୭୧୧ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
- ସଂସ୍କୃତ ଶିକ୍ଷକ ପଦବୀ ପାଇଁ ୭୨୯ ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
- ତେଲୁଗୁ ଶିକ୍ଷକ ପଦବୀ ପାଇଁ ୬ ପଦବୀ ରହିଥିବା ବେଳେ ୩୫ ହଜାର ୪୦୦ ଟଙ୍କା
- ଊର୍ଦ୍ଦୁ ଶିକ୍ଷକ ପଦବୀ ପାଇଁ ୧୪ଟି ପଦବୀ ରହିଥିବା ବେଳେ ଦରମା ୩୫ ହଜାର ୪୦୦ ଟଙ୍କା
- ଶାରୀରିକ ଶିକ୍ଷା ଶିକ୍ଷକ ପଦବୀ ପାଇଁ ୬୮୧ ପଦବୀ ରହିଥିବା ବେଳେ ଦରମା ୨୯ ହଜାର ୨୦୦ ଟଙ୍କା ରହିଛି ।
ପଦବୀ ପାଇଁ ବୟସ ସୀମା:
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ବୋର୍ଡ ନିୟମାବଳୀ ଅନୁସାରେ, ମହିଳା, ଭେଟେରାନ, ପିଡବ୍ଲ୍ୟୁଡି, ଏସସି, ଏସଟି ଏବଂ ଏସଇବିସି ପାଇଁ ୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଅତି କମରେ ୨୧ ବର୍ଷ ଏବଂ ୩୮ ବର୍ଷରୁ ଅଧିକ ହେବା ଆବଶ୍ୟକ ।
ଅନ୍ୟପଟେ ରାଜ୍ୟ ସରକାର ମଧ୍ୟ ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି । ଯାହା ଆସନ୍ତା ମାସ 17 ତାରିଖରେ ହେବ ପରୀକ୍ଷା । ତେବେ ଏହି ପରୀକ୍ଷା କେବେ ହେବ ? କେଉଁ କେଉଁ ସହରରେ ପରୀକ୍ଷା ଅନୁଷ୍ଠିତ ହେବ ? କେଉଁ ସିଟିଙ୍ଗରେ ଅଛି କେଉଁ ବିଷୟ ?