ଓଡିଶା

odisha

ETV Bharat / state

ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା, ୫ଦିନ ଯାଏଁ ସତର୍କ ସୂଚନା - Weather Report

Weather Report: ରାଜ୍ୟରେ ଦେଖିବାକୁ ମିଳିଛି ଖରା ସାଙ୍ଗକୁ ବର୍ଷା । ତାପମାତ୍ରା ଅଧିକ ରହିବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ଅନ୍ୟପଟେ ବିଜୁଳି ଘଡଘଡି ସହିତ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ସୂଚନା ଦେଇଛି । ଅଧିକ ପଢ଼ନ୍ତୁ,

ରାଜ୍ୟ ପାଣିପାଗ
ରାଜ୍ୟ ପାଣିପାଗ

By ETV Bharat Odisha Team

Published : Mar 15, 2024, 9:01 PM IST

ରାଜ୍ୟ ପାଣିପାଗ

ଭୁବନେଶ୍ବର: ରାଜ୍ୟରେ ଦେଖିବାକୁ ମିଳିଛି ଖରା ସାଙ୍ଗକୁ ବର୍ଷା । ତାପମାତ୍ରା ଅଧିକ ରହିବା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ଅନ୍ୟପଟେ ବିଜୁଳି ଘଡଘଡି ସହିତ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ସୂଚନା ଦେଇଛି । ଯାହା ପାଇଁ ୫ ଦିନ ପର୍ଯ୍ୟନ୍ତ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ବାୟୁମଣ୍ଡଳର ୦.୯ କିମି ଯାଏ ଉତ୍ତର ଓଡିଶାରୁ ଛତିଶଗଡର ବିଦରଭା ପର୍ଯ୍ୟନ୍ତ ଏକ ନିମ୍ନ ଚାପରେଖା ରହିବା ସହ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି।

ଏହି ଦୁଇ ନିୟାମକକୁ ନେଇ କ୍ରମାଗତ ଭାବେ ଜଳୀୟବାଷ୍ପପୁର୍ଣ ବାୟୁ ରାଜ୍ୟ ମଧ୍ୟରେ ପ୍ରବେଶ କରୁଛି। ଏହାର ପ୍ରଭାବରେ ଖରା ସହ ଗରମ ଅନୁଭୁତ ହେଉଥିବା ବେଳେ ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି। କାଳବୈଶାଖୀ ସମୟରେ ବିପଦପୂର୍ଣ୍ଣ ଭାବେ ବିଜୁଳି ଘଡଘଡି ମାରିବାର ସମ୍ଭାବନା ମଧ୍ୟ ରହୁଛି । ବିଜୁଳି ଘଡଘଡି ପାଇଁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଏହାସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା ଅଧିକ ରହିଥିବା ବେଳେ ଆଗାମୀ ୩ ଦିନ ଭିତରେ ଦିନ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲ ବିଭାଗ ପୂର୍ବାନୁମାନ କରିଛି। ତାପମାତ୍ରା ବୃଦ୍ଧିକୁ ନେଇ ଉପକୂଳ ଓଡିଶାରେ ୩୪ ରୁ ୩୬ ଡିଗ୍ରୀ ତାପମାତ୍ରା ରହିବ। ସେହିପରି ଅଭ୍ୟନ୍ତରୀଣ ଓଡିଶାରେ ୩୭ ରୁ ୪୦ ଡିଗ୍ରୀ ତାପମାତ୍ରା ଛୁଇଁ ପାରେ ବୋଲି ବିଭାଗ ଆକଳନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ... ଖରାଦିନ ଆରମ୍ଭରୁ ଜଳିଲାଣି ଜଙ୍ଗଲ: ଚଳିତ ବର୍ଷ ୧୯୭୪ ସ୍ଥାନରେ ଜଙ୍ଗଲ ନିଆଁ

୪ ରୁ ୫ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଅପରାହ୍ନ ସମୟରେ ବିଜୁଳି, ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାକୁ ଥିବା ବେଳେ ବିଜୁଳି ଘଡଘଡି ବର୍ଷା ପାଇଁ ୧୯ ଟି ଜିଲ୍ଲାକୁ ୟେଲୋ ୱର୍ଣ୍ଣିଙ୍ଗ ଜାରିକରିଛି ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡା, ନୟାଗଡ, ଗଂଜାମ, ଗଜପତି, ପୁରୀ, କନ୍ଧମାଳ, ରାୟଗଡା, କୋରାପୁଟ, ନବରଙ୍ଗପୁର ଏବଂ କଳାହାଣ୍ଡି ଏହିସବୁ ଜିଲ୍ଲାପାଇଁ ସତର୍କ ସୂଚନା ରହିଛି । ପରେ ୧୯ ତାରିଖ ବେଳକୁ କାଳବୈଶାଖୀ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବାରେ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ସହିତ ପବନର ବେଗ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିବ। ତାସହିତ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ଭାରି ବର୍ଷା ପାଇଁ ପୂର୍ବାନୁମାନ କରାଯାଇଛି। ମୁଖ୍ୟତଃ କଟକ, ଢେଙ୍କାନାଳ, ଅନୁଗୁଳରେ ବର୍ଷାର ପରିମାଣ ଅଧିକ ରହିବ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details