ଓଡିଶା

odisha

ETV Bharat / state

ବରଗଡ଼ରେ ଶେଷ ହେଲା ମକପୋଲ, ଆରମ୍ଭ ହେଲା ମତଦାନ - Mock polling in Bargarh - MOCK POLLING IN BARGARH

Mock polling in Bargarh: ମତଦାନ ପୂର୍ବରୁ ସଫଳତାର ସହ ଶେଷ ହୋଇଛି ମକପୋଲ । ତେବେ ବର୍ତ୍ତମାନ ନିଜ ପସନ୍ଦର ନେତା ବାଛୁଛନ୍ତି ଭୋଟର । ଅଧିକ ପଢନ୍ତୁ

MOCK POLLING IN BARGARH
MOCK POLLING IN BARGARH (ETV Bharat Odisha)

By ETV Bharat Odisha Team

Published : May 20, 2024, 8:01 AM IST

MOCK POLLING IN BARGARH (ETV Bharat Odisha)

ବରଗଡ: 2024 ନିର୍ବାଚନରେ ଆଜି ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ବରଗଡ ପାଇଁ ମତଦାନ ରହିଥିବା ବେଳେ ଭୋଟ ଗ୍ରହଣ ପୂର୍ବରୁ ମକପୋଲ ଶେଷ ହୋଇଛି । ସକାଳ 5 ଟା 30 ମିନିଟରୁ ମକପୋଲ ଆରମ୍ଭ ହୋଇଯାଇଥିବା ବେଳେ 6ଟାରେ ଶେଷ ହୋଇଛି । ପ୍ରାୟ ସମସ୍ତ ବୁଟ ମାନଙ୍କରେ ସଫଳ ଭାବେ ମକପୋଳ ହୋଇଯାଇଛି । କୌଣସି EVM ରେ ତ୍ରୁଟି ଦେଖାଯାଇନାହିଁ । ତେବେ ସକାଳ 7 ଟାରୁ ଆରମ୍ଭ ହୋଇଛି ଭୋଟରଙ୍କ ପ୍ରକୃତ ମତଦାନ । ସକାଳୁ ଭୋଟ ଦେବା ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ଲାଇନରେ ଛିଡା ହୋଇ ପ୍ରତିନିଧି ବାଛୁଛନ୍ତି ଜନତା । ସମସ୍ତ ବୁଥ ମାନଙ୍କରେ EVM ମେସିନ ର ପରିଚାଳନା ସଠିକ ଭାବେ ହୋଇଥିବାବେଳେ ସଠିକ ସମୟରେ ମତଦାନ ଆରମ୍ଭ ହେବ ।

ତେବେ ବରଗଡ ବିଧାନସଭା ଆସନରେ ସମୁଦାୟ 9 ଜଣ ପ୍ରାର୍ଥୀ ଛିଡା ହୋଇଥିବା ବେଳେ ମୁଖ୍ୟତଃ ବିଜେପି, ବିଜେଡି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରୀସ୍ତରୀୟ ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି । ବିଜେଡି ଦଳରୁ ଦେବେଶ ଆଚାର୍ଯ୍ୟ, ବିଜେପି ଦଳରୁ ଅଶ୍ଵିନୀ ଷଡଙ୍ଗୀ ଓ କଂଗ୍ରେସ ଦଳରୁ ନିପନ ଦାସ ପ୍ରାର୍ଥୀ ହୋଇଛନ୍ତି । ଗତ ୧୦ ବର୍ଷ ଧରି ଲଗାତାର ବିଧାୟକ ଭାବେ ବିଜୟୀ ହୋଇଆସୁଥିବା ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ତୃତୀୟ ଥର ପାଇଁ ବିଜେଡି ର ଦଳୀୟ ପ୍ରାର୍ଥୀ ଭାବେ ଟିକେଟ ପାଇଛନ୍ତି । ତେବେ ବିଜେପି ଦଳ ଓ କଂଗ୍ରେସ ଦଳର ଉଭୟ ପ୍ରାର୍ଥୀ ମଧ୍ୟ ଗତ 2019 ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ଏବଂ ନିର୍ବାଚନରେ ଲଢେଇ କରିଥିଲେ । 2024 ନିର୍ବାଚନରେ ମଧ୍ୟ ସେହି ସମାନ ପରିସ୍ଥିତି ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:କଣ ହେବ ବରଗଡ ସମୀକରଣ; ବିଜେଡି ଛାଡୁଛନ୍ତି ନେତା, ଫାଇଦା ଉଠାଇ ପାରିବ କି ବିଜେପି ? - BARGARH POLITICAL SCENARIO

ତେବେ ଏଥର ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟର କାହାକୁ ପସନ୍ଦ କରୁଛନ୍ତି ଏବଂ ଆଜି କାହାକୁ ବ୍ୟାପକ ମାତ୍ରାରେ ମତଦାନ କରି ବିଜୟୀ କରୁଛନ୍ତି ତାହା ଫଳାଫଳ ପରେ ହିଁ ଜଣାପଡିବ । ତେବେ ଆଜି ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ 215246 ଭୋଟର ନିଜ ନିଜର ମତ ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରୁ 108613 ଜଣ ପୁରୁଷ ଭୋଟର, 106619 ଜଣ ମହିଳା ଭୋଟର ଏବଂ 14 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ 232 ଗୋଟି ବୁଥ ର ବ୍ୟବସ୍ଥା କରାଯାଇଛି ସେମାନଙ୍କ ମଧ୍ୟରୁ 30 ଗୋଟି ସକ୍ଷୀ ବୁଥ କରାଯାଇଛି । 232 ଗୋଟି ବୁଥରେ 1536 ଜଣ ପୋଲିଂ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ 24 ଜଣ ସେକତର ଅଫିସର ନିଯୁକ୍ତ ରହିଛନ୍ତି ଏବଂ 144 ଗୋଟି ଛୋଟ ବଡ ଯାନବାହାନର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details