ଓଡିଶା

odisha

ETV Bharat / state

ବନ୍ୟା ବେଳେ କେମିତି ବଞ୍ଚିବ ଜୀବନ, କୌଶଳ ଶିଖାଇଲା NDRF - ଏନଡିଆରଏଫ ମକଡ୍ରିଲ

Mock Drill By NDRF In Balasore: ବନ୍ୟା ସମୟରେ କିଭଳି ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ ସେନେଇ ବାଲେଶ୍ୱର ସହର ବୁଢ଼ାବଳଙ୍ଗ ନଦୀ ଉପକୂଳ ବାଲିଘାଟ ଠାରେ NDRF ତରଫରୁ ମକଡ୍ରିଲ କରାଯାଇଛି । ଅଧିକ ପଢ଼ନ୍ତୁ

NDRF
NDRF

By ETV Bharat Odisha Team

Published : Feb 7, 2024, 6:35 PM IST

NDRF

ବାଲେଶ୍ୱର:ନଦୀ କୂଳିଆ ଅଞ୍ଚଳରେ ବର୍ଷା ଦିନ ଆସିଲେ ଦୁର୍ଦ୍ଦଶା ବଢିଯାଏ । ନଈ ବଢି ହୋଇ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଉଥିବା ବେଳେ ଧନ ଜୀବନ ମଧ୍ୟ ବିପଦ ମୁଖରେ ପଡ଼ିଥାଏ । ବିଶେଷ କରି ବାଲେଶ୍ଵର ଜିଲ୍ଲାର ସହରର ତଳିଆ ଅଞ୍ଚଳ ଏବଂ ଉତ୍ତର ବାଲେଶ୍ଵର ଅଞ୍ଚଳରେ ବନ୍ୟାର ବିଭୀଷିକା ଅଧିକ ଦେଖିବାକୁ ମିଳିଥାଏ । ଏହି ପରିସ୍ଥିତିରେ ବନ୍ୟା ସମୟରେ କେମିତି ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ ସେନେଇ ଆଜି NDRF ତରଫରୁ ବାଲେଶ୍ୱର ସହର ବୁଢ଼ାବଳଙ୍ଗ ନଦୀ ଉପକୂଳ ବାଲିଘାଟ ଠାରେ NDRF ମକଡ୍ରିଲ କରିବା ସହ ବିଭିନ୍ନ କୌଶଳ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛି । ଲୋକମାନଙ୍କୁ ଲାଇଭ ଡେମୋ ଦେଖାଇ ସଚେତନ କରାଯାଇଛି ।

ପାଣି ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ସହ ନଦୀରେ ଡଙ୍ଗା ବୁଡିଗଲେ ଉଦ୍ଧାର କରିବାର ମକଡ୍ରିଲ୍ କରି ଦେଖାଇଛି ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ ବା NDRF । ଏଥିପାଇଁ ବାଲେଶ୍ୱର ସହରର ବୁଢ଼ାବଳଙ୍ଗ ନଦୀ ଉପକୂଳ ବାଲିଘାଟ ଠାରେ NDRF ମକଡ୍ରିଲ କରିବା ସହ ବିଭିନ୍ନ କୌଶଳ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଛି । ବାଲେଶ୍ଵର ସହରର ପାର୍ଶ୍ଵ ଦେଇ ବୁଢ଼ାବଳଙ୍ଗ ନଦୀ ପ୍ରବାହିତ ହେଉଥିବା ବେଳେ ବର୍ଷା ଦିନରେ ବାଲିଘାଟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇଯାଏ । ବନ୍ୟାର ବିଭୀଷିକାରୁ ଲୋକଙ୍କୁ କେମିତି ସୁରକ୍ଷିତ ଭାବେ ବଞ୍ଚାଇ ହେବ ସେନେଇ ସମସ୍ତ କୌଶଳ ଦେଖାଇଥିଲା NDRF । ଜିଲ୍ଳା ପ୍ରଶାସନ ପକ୍ଷରୁ ନଦୀ କୂଳିଆ ଗ୍ରାମବାସୀମାନଙ୍କୁ ସଚେତନ କରାଇବା ସହ ଦୁଇଟି ମକଡ୍ରିଲ୍ କରାଯାଇଥିଲା ।

ତେବେ ପ୍ରଥମ ମକଡ୍ରିଲ୍‌ରେ କିଛି ବ୍ୟକ୍ତି ନଦୀର ଗୋଟିଏ ପାର୍ଶ୍ବରେ ଫସି ଯାଇଥିବା ବେଳେ ଏନଡିଆରଏଫର ଦୁଇଟି ଟିମ୍ R-1 ଏବଂ R-2 ଦୁଇଟି ଟିମ୍ ନଦୀର ଅନ୍ୟପାର୍ଶ୍ବରୁ ସେମାନଙ୍କୁ ଉଦ୍ଧାର କରି ନଦୀ କୁଳକୁ ଆଣି ଛାଡିଥିଲେ । ଫସିଥିବା ବ୍ୟକ୍ତିଙ୍କୁ ଡାକ୍ତରମାନଙ୍କ ଦ୍ଵାରା ପ୍ରଥମେ ଆଶୁ ଚିକିତ୍ସା ଦେବା ସହ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ଛଡ଼ା ଯାଇଥିଲା । ସେହିପରି ଅନ୍ୟ ଏକ ମକଡ୍ରିଲରେ ଦୁଇ ଜଣ ବ୍ୟକ୍ତି ନଦୀ ମଝିରେ ଡଙ୍ଗାରେ ବୁଡି ଯାଇଥିବା ବେଳେ ଏନଡିଆରଏଫର ଟିମ୍ ସେମାନଙ୍କୁ ଉଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପହଞ୍ଚାଇଥିଲା । ଏହାପରେ ଜଣେ ଡିପ ଡ୍ରାଇଭର ପାଣି ଭିତରକୁ ଯାଇ ଅନ୍ୟ ଜଣେ ବୁଡି ଯାଇଥିବା ବ୍ୟକ୍ତିଙ୍କୁ ପାଣି ଭିତରୁ ଉଦ୍ଧାର କରିବା ସହ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ଆମ୍ବୁଲାନ୍ସରେ ଡାକ୍ତରଖାନା ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ପାରାଦ୍ବୀପରେ ପ୍ରଶାସନର ମକଡ୍ରିଲ୍, ଆମୋନିଆ ଓ କ୍ଲୋରିନ ଗ୍ୟାସ୍ ଲିକ୍ ମୁକାବିଲା ନେଇ ପ୍ରଶିକ୍ଷଣ

କେବଳ ସେତିକି ନୁହେଁ, ଯଦି କେହି ପାଣିରେ ବୁଡି ଯାଇଥାନ୍ତି ତେବେ ତାଙ୍କ ଶରୀରରୁ କେମିତି ପାଣି ବାହାର କରିବାକୁ ହେବ ସେନେଇ ମଧ୍ୟ ଲୋକମାନଙ୍କୁ ସଚେତନ କରାଯାଇଥିଲା । ଘରେ ଥିବା କିଛି ପାଣି ବୋତଲ ଏକତ୍ର କରି ବନ୍ୟା ସମୟରେ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକମାନେ ଏସବୁ କୌଶଳ ଦେଖିବା ପରେ ସେମାନେ ବନ୍ୟା ସମୟରେ ଏହାକୁ ଆପଣାଇବା ସହ ଅନ୍ୟମାନଙ୍କୁ ସଚେତନ କରାଇବେ ବୋଲି କହିଛନ୍ତି । ବିଭିନ୍ନ ପଞ୍ଚାୟତ ସ୍ତରରେ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ବନ୍ୟା ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟୋଜିତ କରାଯାଇଛି । ଯେଉଁମାନଙ୍କୁ ଆପଦ ମିତ୍ର ବୋଲି କୁହାଯାଉଛି । ତେବେ ଏମିତି କାର୍ଯ୍ୟକ୍ରମ ଦ୍ୱାରା ବନ୍ୟା ମୁକାବିଲା ପାଇଁ ନିଶ୍ଚୟ ଗ୍ରମାଞ୍ଚଳର ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details