ଭୁବନେଶ୍ବର:ଲୁଟେରାଙ୍କ ଟାର୍ଗେଟରେ ଭିଆଇପିଙ୍କ ପାର୍ଟି । ଆଖିରେ ଧୂଳିଦେଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା । ଆୟୋଜକଙ୍କ ଅସାବଧାନତାର ସୁଯୋଗ ନେଇ ଉତ୍ସବରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଗହଣା । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ମୈତ୍ରୀ ବିହାର ଥାନା ନିକଟରେ ଥିବା ହୋଟେଲ ମେ ଫେୟାରରେ । ଯେଉଁଠି ଜଣେ ଲୁଟେରା ଭିଆଇପିଙ୍କ ପାର୍ଟିରେ ଅତିଥି ଭାବେ ଆସି ଭ୍ୟାନିଟ୍ ବ୍ୟାଗରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଖବରପାଇ ଘଟଣାସ୍ଥଳରେ ପୋଲସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଗତ ୮ ତାରିଖରେ ଏକ ନିର୍ବନ୍ଧ ଉତ୍ସବ ତାରକା ହୋଟେଲରେ ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଲୁଟେରା ସୁଟ ପିନ୍ଧି ଅତିଥି ବେଶରେ ଆସି ଜଣେ ମହିଳାଙ୍କ ଭ୍ୟାନିଟି ନେଇ ଛୁ ମାରିଥିଲେ । ଏନେଇ ମହିଳା ଜଣଙ୍କ ଜାଣିବା ପରେ ମୈତ୍ରି ବିହାର ଥାନାରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳକୁ ଯାଇ ପୋଲିସ ସିସିଟିଭି ଫୁଟେଜ ଦେଖିବା ପରେ ଦୁଇରୁ ତିନି ଜଣ ଲୁଟେରା ଅତିଥି ଭାବେ ନିର୍ବନ୍ଧ ଉତ୍ସବକୁ ଆସିଥିବା ଜଣାପଡିଛି । ସେମାନେ ବ୍ଲେଜର ଓ ସୁଟ ପିନ୍ଧିବା ସହ ଶେରଓ୍ବାନିରେ ନଜର ଆସିଥିବା ପୋଲିସ ଜାଣିବାକୁ ପାଇଛି । ଏପରିକି ଏମାନେ କିଛି ଲୋକଙ୍କ ସହ ବନ୍ଧୁତ୍ବପୂର୍ଣ୍ଣ ଭାବରେ ମିଶିଛନ୍ତି ପାର୍ଟିରେ ଏହାପରେ ବୁଲି ବୁଲି ମହିଳାଙ୍କ ବ୍ୟାଗକୁ ନେଇ ଛୁ ମାରିଥିବା ପୋଲିସ ସିସିଟିଭି ଫୁଟେଜରୁ ଦେଖିଛି ।