କେନ୍ଦ୍ରାପଡା/ଜଗତସିଂହପୁର:ବିଲେଇଶୁଣି ମକର ମେଳାରେ ଅଭାବନୀୟ ଘଟଣା । ମେଳାରୁ ଫେରୁଥିବା ବେଳେ ମହିଳାଙ୍କ ତଣ୍ଟି କାଟି ଫେରାର୍ ହୋଇଗଲା ଦୁର୍ବୃତ୍ତ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କ୍ରିଷ୍ଣନନ୍ଦପୁର ଥାନା ଅନ୍ତର୍ଗତ ଗଇଠିପୁର ନଦୀପଠାରେ ଏହି ଘଟଣା ଘଟିଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଜଗତସିଂହପୁରର ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ଖବର ପାଇ କୃଷ୍ଣନନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଓ ଜଗସିଂହପୁର ଜିଲ୍ଲାର ମଧ୍ୟମସ୍ଥଳ କୁଦାନଗରୀ ଥାନା ଅଧିନସ୍ଥ ପଳସୁଧା ପଞ୍ଚାୟତର ପାଇକା ନଦୀ କୂଳରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି ମକର ମହୋତ୍ସବ । ଏହି ଅବସରରେ ଅପେରା ପରିବେଷଣ ହେଉଥିଲା । ତେବେ ଗତକାଲି (ସୋମବାର) ସନ୍ଧ୍ୟାରୁ ଅପେରା ପରିବେଷଣ ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳର ଗଇଠିପୁର ଗ୍ରାମର ବିନିତା ସେଠୀ ନାମକ ମହିଳା ଅପେରା ଦେଖିବାକୁ ଯାଇଥିଲେ । ବିଳମ୍ବିତ ରାତ୍ରରେ ଯାତ୍ରା ଶେଷ ହେବା ପରେ ମହିଳା ଜଣଙ୍କ ମହାନଦୀ ପଠା ଦେଇ ଘରକୁ ଫେରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇ ତାଙ୍କର ତଣ୍ଟି କାଟି ଦେଇଥିଲେ । ଫଳରେ ରକ୍ତ ଜୁଡୁବୁଡୁ ହୋଇ ଅତି ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ସେହିଠାରେ ପଡିରହି ଛଟପଟ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ-ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀର ତଣ୍ଟି କାଟି ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ