ଓଡିଶା

odisha

ETV Bharat / state

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ବାପ ପୁଅଙ୍କୁ ସଶ୍ରମ କାରାଦଣ୍ଡ - ବାପ ପୁଅଙ୍କୁ ସଜ୍ଜା

Rape Accused Sentenced Lifetime Imprisonment: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ବାପପୁଅଙ୍କୁ ସଜ୍ଜା ଶୁଣାଇଲେ କୋର୍ଟ । ବାପାକୁ ୨୦ ବର୍ଷ ଓ ପୁଅକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି । ଜାଣନ୍ତୁ କ'ଣ ଥିଲା ପୁରା ଘଟଣା ।

ନାବାଳିକାକୁ ଦୁଷ୍କର୍ମ
ନାବାଳିକାକୁ ଦୁଷ୍କର୍ମ

By ETV Bharat Odisha Team

Published : Mar 1, 2024, 9:52 PM IST

ନାବାଳିକାକୁ ଦୁଷ୍କର୍ମ

କେନ୍ଦୁଝର:ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ବାପପୁଅଙ୍କୁ ସଜ୍ଜା ଶୁଣାଇଲେ କୋର୍ଟ । ବାପାକୁ ୨୦ ବର୍ଷ ପୁଅକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ।
ଆଜି କେନ୍ଦୁଝର ଜିଲ୍ଲା ଦୌରାଜଜ୍ ତଥା ସ୍ପେଶାଲ କୋର୍ଟ (ପକ୍ସୋ) କୋର୍ଟ ଏହି ମାମଲାର ଶୁଣାଣି କରିଛନ୍ତି । ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ବାପ ପୁଅଙ୍କୁ କୋର୍ଟ ସଜ୍ଜା ଶୁଣାଇଛନ୍ତି । ଦୁଇ ଜଣଙ୍କ ମଧ୍ୟରୁ ବାପାକୁ ୨୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଅନାଦେୟ ଏକ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ପକ୍ସୋ କୋର୍ଟ । ସେହିପରି ପୁଅକୁ ୨୫ ବର୍ଷ କାରାଦଣ୍ଡ ସହ ୩୩ ହଜାର ଟଙ୍କା ଜରିମାନା ଅନାଦେୟ ୩ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି କୋର୍ଟ।

୧୮ ଜଣ ସାକ୍ଷ୍ୟ ପ୍ରମାଣ ଆଧାରରେ କୋର୍ଟ ଏହି ଶୁଣାଣି କରିଥିବା ଜଣାପଡ଼ିଛି । ତେବେ ସରକାରୀ ଓକିଲ ଭାବେ ଗଣେଶ ପ୍ରସାଦ ମହାପାତ୍ର କେସ ପରିଚାଳନା କରୁଥିଲେ। ସୂଚନା ଅନୁସାରେ, ସଦର ଥାନା ଅନ୍ତର୍ଗତ ବିଜାଗୋଠ ଗ୍ରାମର ବୁବୁନ ସେଠୀ ଅକ୍ଟୋବର ୨୦୨୧ ମସିହାରେ ବାଂଶପାଳ ମାର୍କେଟ ନିକଟରୁ ଜଣେ ନାବାଳିକାକୁ ଜୋଜବରଦସ୍ତି ଉଠାଇ ନେଇଥିଲେ । ବିଲେଇପଦାଠାରେ ସମ୍ପୃକ୍ତ ନାବାଳିକାକୁ ସେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ସେଠାରୁ ତାକୁ କିଛି କିନ୍ନର ଉଦ୍ଧାର କରି ଚମ୍ପୁଆ ପୋଲିସକୁ ହସ୍ତାନ୍ତର କରିଥିଲେ।

ଏହା ମଧ୍ୟ ପଢନ୍ତୁ...ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଟ୍ୟୁସନ ଶିକ୍ଷକଙ୍କୁ ଆଜୀବନ ସଜ୍ଜା

ଏହା ମଧ୍ୟ ପଢନ୍ତୁ...ସୋସିଆଲ ମିଡିଆରୁ ବନ୍ଧୁତା ପରେ ଦୁଷ୍କର୍ମ ! ମେଟ୍ରୋ ଷ୍ଟେସନ ନିକଟରୁ ଅଚେତ ଅବସ୍ଥାରେ ନାବାଳିକା ଉଦ୍ଧାର

ଏହା ମଧ୍ୟ ପଢନ୍ତୁ...ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ଦୋଷୀକୁ ଆଜୀବନ କାରାଦଣ୍ଡ

ପରେ ସେଠାରୁ ବୁବୁନର ମା' ଓ ଭଉଣୀ ନାବାଳିକାକୁ ଆଣି ବାଂଶପାଳଠାରେ ତାର ବଡବାପା ଘରେ ଛାଡ଼ିଥିଲେ। ସେଠାରୁ ବୁବୁନର ବାପା ଦୋଳଗୋବିନ୍ଦ ମଧ୍ୟ ନାବାଳିକାର ମାଉସୀ ଘରେ ଛାଡ଼ିଦେବା ପାଇଁ ନେବାବେଳେ ଦୁଷ୍କର୍ମ କରିଥିଲା। ନାବାଳିକା କୌଣସି ମତେ ବିଶ୍ରା ଶିଶୁ ମଙ୍ଗଳ ସମିତିକୁ ଯୋଗାଯୋଗ କରିଥିଲା। ଶିଶୁ ମଙ୍ଗଳ ଅଧିକାରୀ ସଦର ଥାନା ସହଯୋଗରେ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ଏହାପରେ ଦୋଳଗୋବିନ୍ଦ ଓ ବୁବୁନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । କୋର୍ଟ ରାୟ ଶୁଣାଇବା ସହ ନାବାଳିକାକୁ ୬ ଲକ୍ଷ ଟଙ୍କା କ୍ଷତପୂରଣ ପ୍ରଦାନ କରିଛନ୍ତି।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details