ଓଡିଶା

odisha

ETV Bharat / state

ଜନନାୟକ ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ଉନ୍ମୋଚିତ, ଜନ୍ମମାଟି ବାଳକାଟି ଉତ୍ସବ ମୁଖର - Late Satyapriya Mohanty

Statue Of Late Satyapriya Mohanty: ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ବାଳକାଟିରେ ପୂର୍ବତନ ବାଚସ୍ପତି ତଥା ଜନନାୟକ ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ଉନ୍ମୋଚିତ । ଅଧିକ ପଢ଼ନ୍ତୁ

ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି
ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି

By ETV Bharat Odisha Team

Published : Mar 3, 2024, 10:12 AM IST

ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି

ନିଆଳି:ପୂର୍ବତନ ବାଚସ୍ପତି ତଥା ଜନନାୟକ ସ୍ବଗର୍ତ ସତ୍ୟପ୍ରିୟ ମହାନ୍ତିଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ଉନ୍ମୋଚିତ । ଏହାକୁ ଉନ୍ମୋଚନ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ବିଜ୍ଞାନ କାରୀଗରି ଓ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା । ଯାହାକୁ ନେଇ ସ୍ବଗର୍ତ ସତ୍ୟପ୍ରିୟ ମହାନ୍ତିଙ୍କ ଜନ୍ମମାଟି ଖୋର୍ଦ୍ଧା ଜିଲ୍ଲା ବାଳକାଟିରେ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି ।

ଦିନ ଥିଲା ସେ ଓଡ଼ିଶା ଲୋକଙ୍କ ମାନସପଟରେ ଜନନାୟକ ଥିଲେ । ଏକାଧାରରେ ବିଧାୟକ, ବିଭିନ୍ନ ବିଭାଗର ମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବରେ କାର୍ଯ୍ୟ ଭାର ତୁଲାଇଛନ୍ତି ।‌ ସେ ଆଜି ନାହାଁନ୍ତି ସତ, କିନ୍ତୁ ଛାଡି ଯାଇଛନ୍ତି ଅନେକ ସ୍ମୃତି ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିବରଣୀ । ଯାହା ଆଜି ବି ପ୍ରଚଳିତ ହେଉଛି । ଏହି ଜନନାୟକ ଜଣଙ୍କ ହେଉଛନ୍ତି ରାଜଧାନୀ ଉପକଣ୍ଠ ବାଳକାଟି ଅଞ୍ଚଳର ସ୍ବଗର୍ତ ସତ୍ୟପ୍ରିୟ ମହାନ୍ତି । ସତ୍ୟପ୍ରିୟଙ୍କ ସମ୍ମାନାର୍ଥେ ତଥା ତାଙ୍କୁ ଶ୍ମରଣ କରିବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମମାଟି ବାଳକାଟି ଠାରେ ସତ୍ୟପ୍ରିୟ ମହାନ୍ତିଙ୍କ ପୂର୍ଣ୍ଣାବୟବ ମୂର୍ତ୍ତିକୁ ରାଜ୍ୟର ପ୍ରମୁଖ ଦୁଇ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଓ ଅତନୁ ସବ୍ୟସାଚୀ ନାୟକ ଶନିବାର ସନ୍ଧ୍ୟାରେ ଉନ୍ମୋଚନ କରିଛନ୍ତି ।‌

ଏହି ଅବସରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି, "ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି କେବଳ ବାଳକାଟି କିମ୍ବା ଭୁବନେଶ୍ୱର ମଧ୍ୟରେ ତାଙ୍କ ନେତୃତ୍ଵ ଆବଦ୍ଧ ନଥିଲା ବରଂ ସାରା ଓଡ଼ିଶାରେ ଜଣେ ଜଣାଶୁଣା ନେତା ଏବଂ ବିଭିନ୍ନ ସମୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବିଶେଷ କରି ରାଜସ୍ବ ବିଭାଗର ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ତୁଲାଇବାରେ ସେ ଥିଲେ ସିଦ୍ଧହସ୍ତ ଏବଂ ବାଚସ୍ପତି ଭାବରେ ବିଗତ ଦିନମାନଙ୍କରେ ଯେଉଁ ଦାୟିତ୍ବ ତୁଲାଇଛନ୍ତି ସବୁକିଛି ସ୍ମରଣୀୟ ହୋଇ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...ସମ୍ପ୍ରସାରିତ ହେବ ଆଚାର୍ଯ୍ୟ ହରିହର କର୍କଟ ମେଡ଼ିକାଲ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସେହିପରି ମନ୍ତ୍ରୀ ଅଶୋକ କୁମାର ପଣ୍ଡା କହିଛନ୍ତି, "ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତି ଏକ ଅନନ୍ୟା ପ୍ରତିଭା ଥିଲେ । ସେ ତାଙ୍କ ନିର୍ବାଚନ ମଣ୍ଡଳୀ ଲୋକଙ୍କ ମଧ୍ୟରେ ପ୍ରିୟ ଥିଲେ । ଜଣେ ମିଷ୍ଠଭାଷୀ ଥିବା ସହ ଲୋକଙ୍କ କଲ୍ୟାଣ ପାଇଁ ନିଜକୁ ସମର୍ପିତ କରିଥିଲେ । ସେ ଅନେକ କାର୍ଯ୍ୟ ଛାଡି ଯାଇଛନ୍ତି, ସେ କାର୍ଯ୍ୟ ଏବେର ପିଢିଙ୍କ ପାଇଁ ପ୍ରେରଣା ଦାୟକ ହୋଇ ରହିଛି । ଛୋଟ ବେଳ ସମୟରୁ ମୁଁ ତାଙ୍କୁ ଅନୁସରଣରେ କରିଆସିଛି ।" ସେହିପରି ସ୍ବର୍ଗତ ସତ୍ୟପ୍ରିୟ ମହାନ୍ତିଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ଉନ୍ମୋଚନ ଅବସରରେ ଜଟଣୀ ବିଧାୟକ ସୁର ରାଉତରାୟ ଉପସ୍ଥିତ ରହି ସତ୍ୟପ୍ରିୟଙ୍କ ପ୍ରତ୍ୟେକ ଘଟଣାକୁ ମଧ୍ୟ ମନେ ପକାଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ରାଜ୍ୟ ସ୍ତରୀୟ ସତ୍ୟପ୍ରିୟ ଜୟନ୍ତୀ କମିଟି ପକ୍ଷରୁ ସତ୍ୟପ୍ରିୟ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details