ଓଡିଶା

odisha

By ETV Bharat Odisha Team

Published : Apr 27, 2024, 7:19 AM IST

ETV Bharat / state

ଦାଦନ ଯାଇ ପୁଅ ନିଖୋଜ, ମାଆର ଆତ୍ମହତ୍ୟା ଉଦ୍ୟମ - migrant worker missing

MIGRANT WORKER MISSING: ନିଖୋଜ ପୁଅକୁ ଝୁରି ଝୁରି ମାଆର ଡାକ୍ତରଖାନାର ତିନି ମହଲା ଛାତ ଉପରକୁ ଯାଇ ଆତ୍ମହତ୍ୟା ଉଦ୍ୟମ । ସୁରକ୍ଷିତ ଉଦ୍ଧାର । ଅଧିକ ପଞନ୍ତୁ

ଦାଦନ ଯାଇ ପୁଅ ନିଖୋଜ ,ମାଆର ଆତ୍ମହତ୍ୟା ଉଦ୍ୟମ
ଦାଦନ ଯାଇ ପୁଅ ନିଖୋଜ ,ମାଆର ଆତ୍ମହତ୍ୟା ଉଦ୍ୟମ

ଦାଦନ ଯାଇ ପୁଅ ନିଖୋଜ ,ମାଆର ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର: ପୁଣି ଦାଦନ ଯନ୍ତ୍ରଣା । ପୁଅ ଦାଦନ ଯାଇ ନିଖୋଜ ଥିବାବେଳେ ପୁଅକୁ ଝୁରିମାର ଆତ୍ମହତ୍ୟା ଉଦ୍ୟମ । ଡାକ୍ତରଖାନା ଛାତକୁ ଚଢି କଲେ ଆତ୍ମହତ୍ୟା ଉଦ୍ୟମ । ଦୀର୍ଘ ସମୟ ପରେ ସେ ଉଦ୍ଧାର । ଏଭଳି ଅଭାବନୀୟ ଚିତ୍ର ପୁଣି ଦାଦନ ଗଡ କୁହାଯାଉଥିବା କଣ୍ଟାବାଞ୍ଜିରୁ ଆସିଛି । ଆଜି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି ଥିବା ଜଣେ ମହିଳା ସେହି ଡାକ୍ତରଖାନାର ତିନି ମହଲା ଛାତ ଉପରକୁ ଯାଇ ଆତ୍ମହତ୍ୟା ଉଦ୍ୟମ କରି ଥିଲେ । ତେବେ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଓ ତାଙ୍କୁ ବୁଝାସୁଝା କରିବା ପରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ତେବେ ଏହି ଘଟଣା ପଛର କାରଣ ସମସ୍ତଙ୍କୁ ବିଚଳିତ କରି ଛି। ତେବେ ସମ୍ପୃକ୍ତ ମହିଳା ଜଣକ ବଲାଙ୍ଗୀର ମୁରିବହଳ ବ୍ଲକ ଅନ୍ତର୍ଗତ ଝର ବାହାଲି ଗ୍ରାମର ବୋଲି ଜଣା ପଡ଼ିଛି । ତେବେ ତାଙ୍କ ପୁଅ ମୈତ୍ର ସେଠ ତିନି ମାସ ତଳେ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାକୁ ଯିବା ପରେ ତାଙ୍କ ଫୋନ୍ ବନ୍ଦ ହୋଇଥିବା ବେଳେ ଆଉ ପତ୍ତା ମିଳିନଥିଲା । ସେପଟେ ଏଠି ତାର ମାଆ ପଦ୍ମା ସେଠ ସଂମ୍ପୃକ୍ତ ଦାଦନ ସର୍ଦ୍ଦାରକୁ ଯାଇ ପଚାରିବାରୁ ସେ କିଛି ଜାଣି ନ ଥିବାର କହିଥିଲା ।

ସେପଟେ ପଦ୍ମା ସେଠ ପୁଅ ଦାଦନ ଯାଇ ନିଖୋଜ ଥିବାର ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ହେଲେ କୌଣସି ସୁଫଳ ପାଇ ନ ଥିଲେ । ତାଙ୍କ ପୁଅର କୌଣସି ପତ୍ତା ପାଇ ନ ଥିଲେ । ଯାହାଫଳରେ ସେ ତାଙ୍କୁ ଝୁରି ଅସୁସ୍ଥ ହୋଇ ପଡ଼ି ଥିବାବେଳେ ଆଜି କଣ୍ଟାବାଞ୍ଜି ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା ।ଏଠି ସେ ଏହି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ନିଜେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିଲେ 45 ଶ୍ରମିକ, ଉଦ୍ଧାର କଲା ଶ୍ରମ ବିଭାଗ - Migrant Labour Rescued

ତେବେ ପୁଅ ଦାଦନ ଖଟିବାକୁ ଯାଇ ନିଖୋଜ ଥିବାବେଳେ ତାଙ୍କୁ ଖୋଜି ବାହାର କରିବା ପାଇଁ ତାଙ୍କୁ କେହି ସାହାଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି । ପୁଅର ଚିନ୍ତାରେ ସେ ଭାଙ୍ଗି ପଡ଼ିଛନ୍ତି ।ତାଙ୍କୁ କିଏ ଆଗକୁ ଦେଖିବ ସାହାରା ହେବ ବୋଲି ସେ କହିଛନ୍ତି ।


ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details