ଓଡିଶା

odisha

ଦାଦନ ଖଟିବାକୁ ଯାଇ ଗୁଜୁରାଟରେ ଗଲା ଜୀବନ, କେମିତି ଆସିବ ମୃତଦେହ, ଚିନ୍ତାରେ ପରିବାର ? - Migrant Labor Died In Gujarat

By ETV Bharat Odisha Team

Published : Sep 10, 2024, 2:03 PM IST

Migrant Labor Died In Gujarat: ବାହାର ରାଜ୍ୟକୁ କାମ କରିବାକୁ ଯାଇ ଆଉ ଫେରିଲେନି କେନ୍ଦ୍ରାପଡ଼ାର ଯୁବକ । ମୃତଦେହ ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କଲେ ପରିବାର ଲୋକ ।

Migrant Worker Death
Migrant Worker Death (ETV Bharat Odisha)

କେନ୍ଦ୍ରାପଡ଼ା:ପୁଣି ସାମ୍ନାକୁ ଆସିଲା ଦାଦନ ଯନ୍ତ୍ରଣାର କରୁଣ ଦୃଶ୍ୟ । ପରିବାରର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ କାମ କରିବାକୁ ଯାଇ ସେଠାରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କେନ୍ଦ୍ରାପଡ଼ାର ଜଣେ ବ୍ୟକ୍ତି । ଗତ କିଛି ମାସ ତଳେ ଗୁଜୁରାଟ ରାଜ୍ୟର ସୁତାକଳରେ କାମ କରିବାକୁ ଯାଇଥିଲେ କେନ୍ଦ୍ରାପଡ଼ାର ଜଣେ ଯୁବକ । ସେଠାରେ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଯାଇଛି । ସେପଟେ ପରିବାର ପୋଷଣ କରୁଥିବା ପୁଅର ମୃତ୍ୟୁରେ ମ୍ରିୟମାଣ ଶଯ୍ୟାଶାୟୀ ହୋଇଛି ମାଆ।

Migrant Worker Death (ETV Bharat Odisha)

ଦୁର୍ଘଟଣାରେ ପ୍ରବାସୀ ଶ୍ରମିକ ମୃତ:

ସୂଚନା ଅନୁସାରେ, ମୃତକ ହେଉଛନ୍ତି ଶରତ କୁମାର ଜିଆ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଚ୍ୟୁତପୁରରେ ଶରତଙ୍କ ଘର । ମୃତକଙ୍କ ସମ୍ପର୍କୀୟ ହୃଷୀକେଶ ଜିଆଙ୍କ କହିବା ଅନୁଯାୟୀ, "ଶରତ ନିଜ ପରିବାର ପ୍ରତିପୋଷଣ ଲାଗି ୬ ମାସ ହେବ ଗୁଜୁରାଟ ଯାଇଥିଲେ । ସେଠାରେ ଥିବା ଏକ ସୂତାକଳରେ ସେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ସବୁଦିନ ପରି ଗତ ଶନିବାର ଦିନ କମ୍ପାନୀ କାମ ସାରି ସାଇକେଲ ଯୋଗେ ଭଡ଼ା ଘରକୁ ଫେରୁଥିଲେ । ଏହି ସମୟରେ ଶରତ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ମେଡିକାଲ ନେବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।"

Migrant Labor Died In Gujarat (ETV Bharat Odisha)

ଏହା ବି ପଢନ୍ତୁ...କେନ୍ଦ୍ରାପଡାରୁ କେରଳ ଦାଦନ ଚାଲାଣ, 4ଟି ବସକୁ ଅଟକ ରଖିଲେ ଘରୋଇ ବସ ମାଲିକ ସଂଘ - Migration of Jobless Youth

ଏହା ବି ପଢନ୍ତୁ...କଳାହାଣ୍ଡିରେ ସରୁନି ଦାଦନ ଦୁଃଖ, ପୁଣି ଦୁଇ ଶ୍ରମିକଙ୍କ ଗଲା ଜୀବନ - MIGRANT LABOUR DEATH

ଏହା ବି ପଢନ୍ତୁ...ଓମାନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓରେ ଆକୁଳ ନିବେଦନ - Odisha Labourers Stuck in Oman

ଏହା ବି ପଢନ୍ତୁ...ଦଣ୍ଡପାଟର ଦାଦନ ଦୁଃଖ, ଗାଁକୁ ଫେରିଲା ନାବାଳକ ଶ୍ରମିକ ମୃତଦେହ - Dandapata Migrant labour died

Migrant Labor Died In Gujarat (ETV Bharat Odisha)

ମୃତଦେହ ଫେରାଇ ଆଣିବାକୁ ନିବେଦନ:

ଶରତଙ୍କର ପୁତୁରା ବିଘ୍ନେଶ୍ବର ମିଶ୍ରଙ୍କ କହିଛନ୍ତି ,"ଶରତଙ୍କ ଘରେ ପତ୍ନୀ ସରସ୍ବତୀ ଓ ଦୁଇ ଛୋଟ ଛୋଟ ପୁଅ ରହିଥିବାବେଳେ ସ୍ୱାମୀଙ୍କ ମୃତଦେହକୁ ଘରକୁ ଆଣିବାକୁ ପାଖରେ ଟଙ୍କା ଟିଏ ନାହିଁ । ଏପରିକି ଗୁଜୁରାଟ ଯାଇ ଅନ୍ତିମ ସଂସ୍କାର କରିବାକୁ ମଧ୍ୟ ସକ୍ଷମ ନୁହନ୍ତି ପରିବାର । ତେଣୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡ଼ା ସାଂସଦଙ୍କୁ ଏନେଇ ଗୁହାରି କରିଛନ୍ତି । ଏହା ସହିତ ସ୍ବାମୀଙ୍କ ମୃତଦେହ ଫେରାଇ ଆଣିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିବା କହିଛନ୍ତି ଶରତଙ୍କ ପତ୍ନୀ । ଅନ୍ୟପଟେ ରବିବାର କେନ୍ଦ୍ରାପଡ଼ା ସାଂସଦଙ୍କ ଆଳି ଗସ୍ତ ସମୟରେ ମୃତକଙ୍କ ପରିବାର ଲୋକେ ସାଂସଦଙ୍କୁ ମଧ୍ୟ ମୃତଦେହ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ।

Migrant Labor Died In Gujarat (ETV Bharat Odisha)
ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details