ଓଡିଶା

odisha

ETV Bharat / state

ରାଜ୍ୟରେ ବୃଦ୍ଧି ହେବ ଦିନର ତାପମାତ୍ରା, ପୁଣି ବଢିବ ତାତି - ODISHA WEATHER

ODISHA WEATHER: ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଦିନର ତାପମାତ୍ରା ୨ରୁ ତିନି ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ସେହିପରି ୩୦ ତାରିଖ ପରେ ବିଜୁଳି,ଘଡଘଡି ଓ ବର୍ଷା ସହ ୩୦ ରୁ ୪୦ କି.ମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରେ ବୃଦ୍ଧି ହେବ ଦିନର ତାପମାତ୍ରା, ପୁଣି ବଢିବ ତାତି
ରାଜ୍ୟରେ ବୃଦ୍ଧି ହେବ ଦିନର ତାପମାତ୍ରା, ପୁଣି ବଢିବ ତାତି

By ETV Bharat Odisha Team

Published : Mar 27, 2024, 7:23 PM IST

ରାଜ୍ୟରେ ବୃଦ୍ଧି ହେବ ଦିନର ତାପମାତ୍ରା, ପୁଣି ବଢିବ ତାତି

ଭୁବନେଶ୍ବର: ଆହୁରି ୩ ଦିନ କଲବଲ କରିବ ତାତି ,ପୁଣି ବଢିବ ରାଜ୍ୟର ତାପମାତ୍ରା । ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଧିଷ୍ଟ ପାଣିପାଗ ସକ୍ରିୟ ନଥିବା ବେଳେ ପାଗ ଶୁଖିଲା ରହିଛି । ଗତକାଲି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜିଠାରୁ ତିନିଦିନ ଯାଏ ମୁଖ୍ୟତଃ ପାଗ ଶୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ଆଗାମୀ ୩ ଦିନ ଯାଏ ରାଜ୍ୟରେ ଦିନର ତାପମାତ୍ରା ୨ରୁ ତିନି ଡିଗ୍ରୀ ଯାଏଁ ପାରଦ ବୃଦ୍ଧି ପାଇବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗର ନିର୍ଦ୍ଦେଶକ ମନୋରମା ମହାନ୍ତି ।

ଆଗାମୀ ୨୪ ଘଣ୍ଟାରେ ଉତ୍ତର ଓଡିଶା କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ବର୍ଷାରେ ହେବାର ସମ୍ଭାବନା ରହିଥିବା ବେଳେ ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ଶୁଖିଲା ରହିବ । ଆସନ୍ତା ୨ ରୁ ୩ ଦିନ ଯାଏଁ ଶୁଖିଲା ପାଗ ରହିବା ସହ ୩୦ ତାରିଖ ପରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୩୦ କିମ୍ବା ୩୧ ତାରିଖରେ ବିଜୁଳି,ଘଡଘଡି ବର୍ଷା ସହ ଏହି ସମୟରେ ୩୦ ରୁ ୪୦ କି.ମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷାର ସମ୍ଭାବନାକୁ ନେଇ ୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ଅସ୍ତବ୍ୟସ୍ତ କଲାଣି ତାତି, ତାପମତ୍ରା ୩୫ ଡିଗ୍ରୀ ପାର୍ - WEATHER UPDATE

ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ସପ୍ତାହରେ ସ୍ଵାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଉପକୂଳ ଓଡ଼ିଶାରେ ୩୫ ରୁ ୩୭ ଡିଗ୍ରୀ ସୀମିତ ରହିବ ଓ ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଡିଗ୍ରୀ ଯାଏ ତାପମାତ୍ରା ରହିବା ସହ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି ।

ସେହିପର ଗତା ୨୪ ଘଣ୍ଟାରେ କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୭ଟି ସହରରେ ୩୭ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ମୟୂରଭଞ୍ଜର ଶ୍ୟାମା ଖୁଣ୍ଟାରେ ସର୍ବାଧିକ ୨୨.୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଲକାନଗିରିରେ ୩୮.୩ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details