ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ, ମହିଳାଙ୍କୁ ବର୍ଷକୁ ମିଳିବ 12 ଅତିରିକ୍ତ ସାମୟିକ ଛୁଟି

ମହିଳା କର୍ମଚାରୀଙ୍କ ପାଇଁ ଭଲ ଖବର । ପିରିୟଡ ପାଇଁ ମହିଳା କର୍ମଚାରୀଙ୍କୁ ବର୍ଷକୁ ୧୨ ଅତିରିକ୍ତ ସାମୟିକ ଛୁଟି । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

MENSTRUATION LEAVE
MENSTRUATION LEAVE (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର । ମୋହନ ମାଝୀ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଏଣିକି ମହିଳା ସରକାରୀ କର୍ମଚାରୀଙ୍କୁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା । ମହିଳା କର୍ମଚାରୀଙ୍କ ପାଇଁ ଅତିରିକ୍ତ ସାମୟିକ ଛୁଟି ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।

ମହିଳାଙ୍କ ପାଇଁ ଖୁସି ଖବର:

ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି ରାଜ୍ୟ ସରକାର । ଏଣିକି ମହିଳା ସରକାରୀ କର୍ମଚାରୀଙ୍କୁ ବର୍ଷକୁ ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ଘୋଷଣା । ଏହି ଅତିରିକ୍ତ ସାମୟିକ ଛୁଟି ପୂର୍ବରୁ ୧୦ ଦିନ ପାଇଁ ମିଳୁଥିଲା । ବର୍ତ୍ତମାନ ଏହି ସଂଖ୍ୟା ୨୨ ହୋଇଛି । ସେମାନେ ଏହି ଅତିରିକ୍ତ ଛୁଟି ପ୍ରଚଳିତ ୧୦ ଦିନ ସାମୟିକ ଛୁଟି (CL) ଓ ୫ ଦିନ ସ୍ଵତନ୍ତ୍ର ସାମୟିକ ଛୁଟି (Special CL) ସହିତ ପାଇ ପାରିବେ । ଏହି ୧୨ ଦିନ ଅତିରିକ୍ତ ସାମୟିକ ଛୁଟି ସେମାନେ ମାସକୁ ଗୋଟିଏ ଦିନ ଲାଭ କରି ପାରିବେ । ମହିଳା ମାନଙ୍କ ମାସିକ ଧର୍ମ ଜନିତ କାରଣରୁ ଏହି ଅତିରିକ୍ତ ଛୁଟି ପ୍ରଦାନ କରାଯାଇଛି ।

ପୂର୍ବରୁ ଛୁଟି ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ:

ଚଳିତ ବର୍ଷ ସ୍ବାଧୀନତା ଦିବସ ପାଳନ ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ମାସିକ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ଘୋଷଣା କରିଥିଲେ । ଋତୁସ୍ରାବ ପୀଡା କଷ୍ଟ ପାଇଁ ରାଜ୍ୟସରକାର ଏହି ନିଷ୍ପତ୍ତି ନେଇଥିଲେ । କେବଳ ସରକାରୀ ସ୍ତରରେ ନୁହେଁ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ ବୋଲି ସରକାର କହିଥିଲେ । ଏହି ଛୁଟିଟି ଅପସନାଲ ରହିଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ପାଇଁ କର୍ମଜୀବୀ ମହିଳାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା । ଏପରି ନିଷ୍ପତ୍ତିକୁ ସ୍ବାଗତ କରିଥିଲେ ବିଭିନ୍ନ ବର୍ଗର ମହିଳା ।

ABOUT THE AUTHOR

...view details