ଓଡିଶା

odisha

ETV Bharat / state

କଟକରେ ବଡ଼ ଦୁର୍ଘଟଣା, ମୋ ବସକୁ ପିଟିଲା ଟ୍ରକ - mo bus ACCIDENT in cuttack - MO BUS ACCIDENT IN CUTTACK

MO BUS ACCIDENT: ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । କଟକ ଏସସିବିରେ 16 ଗୁରୁତର ଭର୍ତ୍ତି । ଅଧିକ ପଢନ୍ତୁ

MO BUS ACCIDENT
MO BUS ACCIDENT (ETV Bharat Odisha)

By ETV Bharat Odisha Team

Published : Jun 8, 2024, 7:12 PM IST

Updated : Jun 8, 2024, 9:43 PM IST

କଟକ: ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । କଟକ ତେଲେଙ୍ଗା ପେଣ୍ଠ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଆହତଙ୍କୁ କଟକ ଏସସିବି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଏସସିବିର ଟ୍ରମା କାଜୁଆଲଟିରେ ମୋଟ 16 ଜଣ ଆହତ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ 2ଜଣ ଗୁରୁତର ରହିଛନ୍ତି । ସମସ୍ତ ଆହତଙ୍କୁ ଏସସିବି ପକ୍ଷରୁ ଚିକିତ୍ସା ଯୋଗାଇ ଦିଆଯାଉଛି । ତେବେ ଆହତଙ୍କ ମଧ୍ୟରେ 7ଜଣ ପୁରୁଷ ଏବଂ 9ଜଣ ମହିଳା ରହିଥିବା ସୂଚନା ମିଳିଛି । ସେହି ବସରେ 50ରୁ 60 ଜଣ ଯାତ୍ରୀ ରହିଥିବା ନେଇ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

MO BUS ACCIDENT (ETV Bharat Odisha)

ଏହି ଘଟଣା ଘଟିବା ପରେ ସମସ୍ତ ଆହତଙ୍କୁ ଏସିବିରେ କାଜୁଆଲଟିରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସମସ୍ତ ଆହତଙ୍କ ମଧ୍ୟରୁ 2 ଜଣ ଗୁରୁତର ଥିବା ନେଇ ମେଡିକାଲ ପକ୍ଷରୁ କୁହାଯାଇଛି । ଏସିବିରେ ମେଡିକାଲରେ ବାରବାଟୀ-କଟକ କଂଗ୍ରେସ ବିଜୟୀ ବିଧାୟକ ପ୍ରାର୍ଥୀ ସୋଫିଆ ଫିର୍ଦୋଷ, ଚୌଦ୍ୱାର କଟକ ବିଜେଡି ବିଧାୟକ ବିଜୟୀ ପ୍ରାର୍ଥୀ ସୌଭିକ ବିଶ୍ୱାଳ, କଟକ-ସଦର ବିଜେପି ବିଧାୟକ ପ୍ରାର୍ଥୀ ଇଂ.ପ୍ରକାଶ ସେଠୀ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସହ ସମସ୍ତେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଜଙ୍ଗଲରୁ କେନ୍ଦୁପତ୍ର ତୋଳି ଫେରୁଥିଲେ; ୨୦ ଫୁଟ ତଳକୁ ଖସିଲା ଭ୍ୟାନ, ଚାଲିଗଲା 18 ଜୀବନ

ତେବେ ଏହି ଘଟଣା ଘଟିବା ନେଇ ପ୍ରତିକ୍ରିୟା ରଖଛନ୍ତି ଆହତ ଟ୍ରକ ଡ୍ରାଇଭର । ଉକ୍ତ ଡ୍ରାଇଭର ଜଣକ କହିଛନ୍ତି ଯେ, ମୋ ବସଟି ହଠାତ ବ୍ରେକ ମାରିବାରୁ ପଛ ପଟୁ ଟ୍ରକ ମାଡ଼ ହୋଇ ଯାଇଥିଲା । ଯାହା ଫଳରେ ଏହି ଘଟଣା ଘଟିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକ ଓ ବସକୁ କ୍ରେନ ଜରିଆରେ ଉଦ୍ଧାର କରି ବିଧିବଦ୍ଧ ତଦନ୍ତ ଜାରି ରଖିଛି ।

ପ୍ରକାଶ ଯୋଗ୍ୟ, ପୂର୍ବରୁ ଗୋପାଳପୁର ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ବସ ବ୍ରେକ ଫେଲ ହୋଇ ଏକ ସାଇକେଲ ଆରୋହିଙ୍କ ଉପରେ ମାଡିଯାଥିଲା । ଯାହା ଫଳରେ ଘଟଣା ସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟ ହୋଇଥିଲା । ବାରମ୍ବାର କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଏଭଳି ଡ଼ଙ୍ଗରେ ଦୁର୍ଘଟଣା ଘଟୁଛି । ଏହି ଦିଗରେ ଦୃଷ୍ଟି ଦେବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jun 8, 2024, 9:43 PM IST

ABOUT THE AUTHOR

...view details