ମାଲକାନଗିରି :ବିଜୟା ଦଶମୀରେ ଲଜ୍ଜାଜନକ ଘଟଣା । ଗୋଟିଏ ପଟେ ମା'ଙ୍କ ପୂଜାର୍ଚ୍ଚନା ଚାଲିଥିବା ଅନ୍ୟପଟେ ଦୁଷ୍କର୍ମର ଶିକାର ହେଲେ ଜଣେ ନାବାଳିକା । ଛୁରୀ ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଫେରାର ହୋଇଗଲା ଅଭିଯୁକ୍ତ । ଏଭଳି ଦୁର୍ଭାଗ୍ୟଜନକ ଏବଂ ସମ୍ବେଦନଶୀଳ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳରେ । ଏହି ଘଟଣାକୁ ନେଇ ମୋଟୁ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଏଥିସହ ପୀଡିତା ଜଣଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ ପଠାଯାଇଛି । ଫେରାର ଅଭିଯୁକ୍ତ ଜଣଙ୍କ ହେଉଛି ଏମଭି ୮୦ ଗ୍ରାମର ଅଶୋକ ସରକାର । ତେବେ ଅଭିଯୁକ୍ତ ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି ।
ଛୁରୀ ଦେଖାଇ ନାବାଳିକା ସହ ଦୁଷ୍କର୍ମ:
ମାଲକାନଗିରି ଏସଡିପିଓ ସଚିନ ପଟେଲଙ୍କ ସୂଚନା ଅନୁସାରେ ଥାନାରେ ଏ ସଂପର୍କିତ ମାମଲା ଗୁଜୁ ହୋଇଛି । ଗତଶନିବାର ରାତି ପ୍ରାୟ ୮ଟା ବେଳେ ଏମଭି ୮୦ ଗ୍ରାମର ଅଶୋକ ସରକାର ନାମକ ଯୁବକ ପୀଡିତାଙ୍କ ଘରକୁ ଯାଇଥିଲେ । ତାଙ୍କ ବାପା ଘରେ ନଥିବାରୁ ଏହାର ସୁଯୋଗ ନେଇ ନାବାଳିକାଙ୍କୁ ଛୁରୀ ଦେଖାଇ ହତ୍ୟା ଧମକ ଦେଇଥିଲା ଅଭିଯୁକ୍ତ । ପରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଭୋର ସମୟରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ନାବାଳିକା ଜଣଙ୍କ କୌଣସି ମତେ ଘଟଣା ସମ୍ପର୍କରେ ନିଜ ଭାଇକୁ ଫୋନ ଯୋଗେ ଜଣାଇବାରୁ ସ୍ଥାନୀୟ ଲୋକେ ଆସି ତାଙ୍କୁ ଉଦ୍ଧାର କରିଥିଲେ ।
ଏହା ମଧ୍ୟ ପଢନ୍ତୁ-୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା, ଚାଷଜମିରୁ ମିଳିଲା ମୃତଦେହ
ଏହା ମଧ୍ୟ ପଢନ୍ତୁ-ନାବାଳିକା ଦୁଷ୍କର୍ମ ମାମଲାରେ ଭଣ୍ଡବାବାକୁ 20 ବର୍ଷ ଜେଲଦଣ୍ଡ