ଢେଙ୍କାନାଳ:ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଚାଣ୍ଡିପାଳ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଭୂଷଳ ପଞ୍ଚାୟତ ଚାଣ୍ଡିପାଳ ଗ୍ରାମ ନୂଆସାହିର ଅର୍ଜୁନ ବେହେରା ବୋଲି ଜଣାପଡିଛି । ଘର ଭିତରୁ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏନେଇ ମୃତଦେହ ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ଭୁବନ ପୋଲିସ ।
ସୂଚନା ମୁତାବକ, ଅର୍ଜୁନଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଘର ଚଳେଇବା ପାଇଁ ଅନେକ ଧାର କରଜ କରିଥିଲେ । ଏନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର କଳିଝଗଡା ମଧ୍ୟ ଲାଗି ରହୁଥିଲା । ସ୍ୱାମୀ ସ୍ତ୍ରୀ ଧାରକରଜ କରି ଚଳୁଥିଲେ l ଏହି କରଜ କାହାକୁ ସୁଝି ନ ପାରିବାରୁ ଲୋକମାନେ ଘରକୁ ଆସି କରଜ ଟଙ୍କା ମାଗିବା ସହ ଗାଳିଗୁଲଜ କରନ୍ତି l ଯାହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ଲାଗି ରହୁଥିଲା l ତେବେ ସବୁଦିନର ଝଗଡ଼ା ଗତକାଲି ଉଗ୍ରରୂପ ନେଇଥିଲା ।
ଏହା ମଧ୍ୟ ପଢନ୍ତୁ-ପାହାଡ଼ରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ