ଓଡିଶା

odisha

By ETV Bharat Odisha Team

Published : 4 hours ago

Updated : 1 hours ago

ETV Bharat / state

ବୌଦ୍ଧ-କନ୍ଧମାଳ-କଳାହାଣ୍ଡିରେ ନକ୍ସଲ ସକ୍ରିୟ, ଅପରେସନ ଜରିଆରେ କରାଯିବ ଦମନ: ଡିଆଇଜି - Naxalites in Southern Range

Naxalites in Southern Range: ' କନ୍ଧମାଳ, ବୈଦ୍ଧ ଓ କଳାହାଣ୍ଡି ଜିଲ୍ଲାରେ ସକ୍ରିୟ ରହିଛନ୍ତି ନକ୍ସଲ । ସେମାନଙ୍କୁ ଦମନ ପାଇଁ ଅପରେସନ ସହ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀ ଦେଇଛନ୍ତି ବଡ଼ ସୂଚନା ।

ଦକ୍ଷିଣାଞ୍ଚଳରେ ନକ୍ସଲଙ୍କ ବିରୋଧରେ ହେବ ବଡ ଅପରେସନ
ଦକ୍ଷିଣାଞ୍ଚଳରେ ନକ୍ସଲଙ୍କ ବିରୋଧରେ ହେବ ବଡ ଅପରେସନ (ETV Bharat Odisha)

ବ୍ରହ୍ମପୁର: ଗତ କିଛି ବର୍ଷର ବ୍ୟବଧାନ ପରେ ଦକ୍ଷିଣାଞ୍ଚଳରେ ପୁଣି ଥରେ ସକ୍ରିୟ ହୋଇପଡିଛନ୍ତି ମାଓବାଦୀ । ମୁଖ୍ୟତଃ କନ୍ଧମାଳ, ବୈଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଜାରି ରହିଛି । ଯାହାକୁ ନେଇ ଆଗାମୀ ଦିନରେ ନକ୍ସଲ ଦମନ ରହିବ ପ୍ରାଥମିକତା । ଦକ୍ଷିଣାଞ୍ଚଳ ରେଞ୍ଜର ନୂତନ ପୋଲିସ ଡିଆଇଜି ଦାୟିତ୍ବ ଗ୍ରହଣ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ କହିଛନ୍ତି ବରିଷ୍ଠ ଆଇପିଏସ ସାର୍ଥକ ଷଡ଼ଙ୍ଗୀ ।

  • ଦକ୍ଷିଣାଞ୍ଚଳରେ ପୁଣି ମୁଣ୍ଡ ଟେକୁଛି ଲାଲ ବାହିନୀ

ପୂର୍ବରୁ ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜରେ ସକ୍ରିୟ ହୋଇରହିଥିବା ଘୁମୁସର ଡିଭିଜନ ଉପରେ ଗତ କିଛି ବର୍ଷ ତଳେ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଫଳରେ ଅନେକ ନକ୍ସଲ କାର୍ଯ୍ୟକଳାପ ଛାଡି ସମାଜର ମୁଖ୍ୟସ୍ରୋତରେ ଆତ୍ମସମର୍ପଣ କରିଥିଲେ । ଅନ୍ୟ କିଛି ଅଞ୍ଚଳ ଛାଡି ଅନ୍ୟତ୍ର ଚାଲିଯାଇଥିଲେ । ହେଲେ କନ୍ଧମାଳ ସୀମାନ୍ତ ଏରିଆ ସମେତ କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ପୁଣି ଥରେ କେତେକ ପୁରାତନ ନକ୍ସଲ କ୍ୟାଡରଙ୍କ ସହ କେତେକ ନୂଆ ସଂଗଠନ ମଧ୍ୟ ଗଠନ ହେଲାଣି । ରାୟଗଡ଼ା ସମେତ ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜରେ ତିନି ଜିଲ୍ଲାରେ ଏହି ମାଓ ସଂଗଠନର ସକ୍ରିୟତା ରହିଛି । ତେଣୁ ପୋଲିସ, ସିଆରପିଏଫ, ଏସ୍ଓଜି ପକ୍ଷରୁ ନକ୍ସଲ ଗତିବିଧି ଉପରେ ସ୍ବତନ୍ତ୍ର ନଜର ରହିଛି ।

ଦକ୍ଷିଣାଞ୍ଚଳରେ ନକ୍ସଲଙ୍କ ବିରୋଧରେ ହେବ ବଡ ଅପରେସନ (ETV Bharat Odisha)
  • ପୂର୍ବରୁ ବ୍ରହ୍ମପୁରର ଏସପି ଭାବେ କମ କରିଥିଲେ

୨୦୦୭ ବ୍ୟାଚ୍‌ର ଏହି ବରିଷ୍ଠ ଆଇପିଏସ ଅଫିସର ସାର୍ଥକ ଷଡ଼ଙ୍ଗୀ ପୂର୍ବରୁ ବ୍ରହ୍ମପୁରର ଆରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ତାଙ୍କୁ ଡିଆଇଜି ରାଙ୍କରେ ନିଯୁକ୍ତି କରାଯାଇଥିଲା । ସେହିପରି ଦକ୍ଷିଣାଞ୍ଚଳର ବିଭିନ୍ନ ଜିଲ୍ଲାରେ ଅପରାଧ ଦମନ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇ ଖୁବ୍ ଶୀଘ୍ର ନିଯୁକ୍ତି ପାଇଥିବା ଦକ୍ଷିଣାଞ୍ଚଳର ଚାରି ଜିଲ୍ଲାର ଏସ୍.ପିଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯିବ । ସେହିପରି ଚଳିତ ପାର୍ବଣ ଋତୁରେ ଆଇନ ଶୃଙ୍ଖଳା ସ୍ଥିତି ଓ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବା ଉପରେ ଅଧିକ ଗୁରୁତ୍ବ ଦିଆଯିବ । ଏପରିକି ବ୍ରହ୍ମପୁର ସହରରେ ଚାଲିଥିବା ନକଲି ସାମଗ୍ରୀର କାରବାରକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଡ଼ିଆଇଜି ସାର୍ଥକ ଷଡ଼ଙ୍ଗୀ ।‌

ଏହା ମଧ୍ୟ ପଢନ୍ତୁ :-‘ଓଡ଼ିଶାରେ 5 ବର୍ଷରେ 5 ଲକ୍ଷ କୋଟି ନିବେଶ’ ଶିଳ୍ପାୟନକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - CM Mohan Delhi Visit

  • ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ହେବ ଯତ୍ନବାନ

ଏଥିସହିତ ଦକ୍ଷିଣାଞ୍ଚଳ ରେଞ୍ଜର ପ୍ରତ୍ୟେକ ଜିଲ୍ଲାରେ ପୋଲିସ ଲୋକଙ୍କ ନିକଟତର ହୋଇ ଧନଜୀବନ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ସେବା ପ୍ରଦାନ କରୁଛି ସେହି ସମସ୍ତ ଜିଲ୍ଲାର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଦିଗରେ ପୋଲିସ ଗୁରୁତ୍ବ ଦେବା ସହ ଯତ୍ନବାନ ରହିଥିବା ବେଳେ ଅପମିଶ୍ରଣ ନକଲି ମଦ ଓ ବେଆଇନ ମଦ କାରବାରରେ ଲିପ୍ତ ବ୍ୟକ୍ତିବିଶେଷଙ୍କ ଉପରେ ତୀକ୍ଷଣ ନଜର ରହିବ । ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା ସବୁବେଳେ ଅପରାଧ ପ୍ରବଣ ରହୁଥିବା ଯୋଗୁଁ ନୂତନ ଭାବେ ଯୋଗ ଦେଇଥିବା ଉଭୟ ଏସପିଙ୍କ ସହ ବୈଠକ କରାଯାଇ ଅପରାଧ ନିୟନ୍ତ୍ରଣ ପାଇଁ ଯୋରଦାର କରାଯିବ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : 1 hours ago

ABOUT THE AUTHOR

...view details