ଓଡିଶା

odisha

By ETV Bharat Odisha Team

Published : 5 hours ago

ETV Bharat / state

ମୈତ୍ରୀବିହାର ଲଜ୍ଜା: ପଡୋଶୀ ସାଜିଥିଲେ ସଇତାନ, 3 ଗିରଫ - Maitribihar Apartment Rape Case

Maitribihar Apartment Rape Case: ମୈତ୍ରିବିହାର ଆପାର୍ଟମେଣ୍ଟରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ପଡୋଶୀ ହିଁ ସାଜିଥିଲେ ସଇତାନ । ଖୁଲାସା କଲା କମିଶନରେଟ ପୋଲିସ ।

ମୈତ୍ରୀବିହାର ଗଣଦୁଷ୍କର୍ମ ଘଟଣା
ମୈତ୍ରୀବିହାର ଗଣଦୁଷ୍କର୍ମ ଘଟଣା (ETV Bharat Odisha)

ଭୁବନେଶ୍ବର: ମୈତ୍ରିବିହାର ସରକାରୀ ଆପାର୍ଟମେଣ୍ଟରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାର ଖୁଲାସା କରିଛି କମିଶନରେଟ୍ ପୋଲିସ । ବାହାରୁ ନୁହେଁ ସେହି ଆପାର୍ଟମେଣ୍ଟ ଭିତରେ ଥିଲେ ଅଭିଯୁକ୍ତ । ମୋଟ ତିନିଜଣ ଅଭିଯୁକ୍ତ ସମ୍ପୃକ୍ତ ଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । ଏହି ଘଟଣାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଜଗା ସିଂ,ବିକାଶ ନାୟକ, ଟୁକୁନା ନାୟକ । ଗିରଫ ତିନି ଜଣ ଯାକ ମୈତ୍ରି ବିହାର ଅଞ୍ଚଳର ।

ପଡୋଶୀ ହୋଇ ରହୁଥିଲେ ଗଣଦୁଷ୍କର୍ମ କଲେ:

ମୈତ୍ରୀବିହାର ଗଣଦୁଷ୍କର୍ମ ଘଟଣା (ETV Bharat Odisha)

ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ‘ଆପାର୍ଟମେଣ୍ଟରେ ୩୦ତାରିଖ ରାତିରେ ଘଟଣା ହୋଇଥିଲା‌ । ଘଟଣାଟି ୫ମ ମହଲାରେ ଘଟିଥିଲା । ଅଭିଯୁକ୍ତମାନେ ଅଳଙ୍କାର ଲୁଟି ନେବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଫରେନସିକ ଯାଞ୍ଚ ସହ ଆମ ଟିମ୍ ରାତି ଅନିଦ୍ରା ରହି ଅପରାଧିଙ୍କୁ ଖୋଜିଥିଲେ । ସ୍ପେଶାଲ ସ୍କ୍ବାର୍ଡ ସିସିଟିଭି ଫୁଟେଜ ଓ ବାହାରେ କେହି ପ୍ରତ୍ୟକ୍ଷଦର୍ଶୀଙ୍କ ପଚରାଉଚରା ପରେ ଅଭିଯୁକ୍ତ ମାନେ ସେହି ଆପାର୍ଟମେଣ୍ଟ ଭିତରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏନେଇ ପୋଲିସ ତଦନ୍ତ କରି ତିନିଜଣ ଅଭିଯୁକ୍ତ ସାମିଲ ଥିଲେ ବୋଲି ଜାଣିବାକୁ ପାଇଥିଲା । ବାହାରେ‌ ଜଣେ ଜଗିଥିବା ବେଳେ ଆଉ ଦୁଇ ଜଣ ଭିତରେ ପଶି ଏଭଳି ଘଟଣା ଘଟାଇଥିଲେ । ଏମାନେ ମଧ୍ୟ ଗୋଟିଏ ଦିନ ପୂର୍ବରୁ ଘର ଭିତରେ ପଶି ମୋବାଇଲ ଚୋରି କରିଥିଲେ । ପରେ ମହିଳାଙ୍କ ଘରେ ପଶିବା ପାଇଁ ତିନିଦିନ ଧରି ଲକ୍ଷ୍ୟ କରିଥିଲେ । ବାଲକୋନି ବାଟରେ ଘରେ ପଶିବା ସହଜ ଥିଲା । ସେମାନେ ସେହି ବାଟେ ପଶି ରାତି ୨ଟାରେ ଏଭଳି ଘଟଣା ଭିଆଇଥିଲେ ।’

ମୋବାଇଲ ଜବତ (ETV Bharat Odisha)

ଅପରାଧିଙ୍କ ରହିଛି ଲମ୍ବା କ୍ରାଇମ୍ ରେକର୍ଡ:

ଗିରଫ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ଯିଏ ମହିଳାଙ୍କ ଘର ଭିତରେ ପଶିଥିଲେ । ଏମାନଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ଅନେକ ଚୋରି ଡକାୟତି ରାହାଜାନି ଭଳି ଅନେକ ହାର୍ଡକୋର ଅପରାଧ ଭାବରେ ରେକର୍ଡ ରହିଛି । ୨୦୧୯ରେ ଚୋରି ଉଦ୍ୟମରେ ଯୋଜନା କରି ଗିରଫ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଲୁଟ୍‌ ଓ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 2 ଅଟକ

ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଯୁବତୀଙ୍କୁ ମାସ ମାସ ଧରି ଗଣଦୁଷ୍କର୍ମ କରୁଥିଲେ ୭ ଜଣ ଯୁବକ, ପୀଡିତା ୭ ମାସର ଗର୍ଭବତୀ

ବଦଲାପୁରରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଷ୍କର୍ମକାରୀ ସଫା

ସହର ବାସୀଙ୍କୁ ନିଜ ଚାରିପାଖ ସମ୍ପର୍କ ବଢାଇବାକୁ ପରାମର୍ଶ:

ପୋଲିସ କମିଶନର (ETV Bharat Odisha)

ମାନସିକ ପ୍ରକୃତି ଦେବତା ହୋଇପାରେ ନଚେତ ଅସୁର ହୋଇପାରେ‌ । ଏଇ ଘଟଣାରେ ସେଇ ଦୁର୍ବୃତ୍ତ ସେଠାରେ ରହୁଥିଲେ ସାଙ୍ଗ ପାଖରେ । ଅର୍ଥାତ୍ ଆପଣଙ୍କ ଇନସାଇଡ ଗେଟ୍ ଭିତରେ ଅପରାଧି ତତ୍ତ୍ବ ହେଲେ ଆପଣ ମାନଙ୍କୁ ସଚେତନ ହେବାକୁ ପଡିବ । କାରଣ ଆମେ ସର୍ବଦା ଗେଟ୍ ବାହାରେ ଜଗି ରହିଛୁ । ତେଣୁ ଆପଣଙ୍କ ଚାରିପାଖରେ ଲୋକଙ୍କ ସହ ସମ୍ପର୍କ ବଢାଇବାକୁ ପୋଲିସ କମିଶନର ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details