ଓଡିଶା

odisha

ଶ୍ରୀମନ୍ଦିର‌ରେ ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ଅବଢ଼ା ପ୍ରସ୍ତୁତି, ରିପୋର୍ଟ ଦେବାକୁ ନିର୍ଦ୍ଦେଶ - Mahaprasad preparation in iron pans

By ETV Bharat Odisha Team

Published : Sep 13, 2024, 8:17 AM IST

Updated : Sep 13, 2024, 10:16 PM IST

Mahaprasad preparation in iron pans : ଶ୍ରୀମନ୍ଦିର‌ରେ ମହାପ୍ରସାଦ ପ୍ରସ୍ତୁତିରେ ଉଲ୍ଲଂଘନ ହେଉଛି ପରମ୍ପରା। ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ। ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଶ୍ରୀମନ୍ଦିର ପ୍ରଶାସକ । ଅଧିକ ପଢନ୍ତୁ

MAHAPRASAD PREPARATION
MAHAPRASAD PREPARATION (ETV BHARAT ODISHA)

ପୁରୀ:ଶ୍ରୀମନ୍ଦିରରେ ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା । କୁମ୍ଭାର ଦ୍ବାର ପ୍ରସ୍ତୁତ ମାଟି କୁଡୁଆରେ ନୁହଁ ବରଂ ଲୁହା କଡେଇରେ ପ୍ରସ୍ତୁତ ହେଉଛି ମହାପ୍ରସାଦ । ଏନେଇ ଅମାନିଆ ସେବକଙ୍କୁ ନୋଟିସ କରିଛି ସୁଆର ମହାସୁଆର ନିଯୋଗ । କିଛି ମୁଷ୍ଟିମେୟ ସୁଆର ସେବକ ସମସ୍ତ ପରମ୍ପରାକୁ ଉଲ୍ଲଂଘନ କରି ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ କରୁଥିବାରୁ ଖୋଦ ସୁଆର ମହାସୁଆର ନିଯୋଗ ଏହି ଆପତ୍ତି ଉଠାଇଛି । ଉକ୍ତ ଅମାନିଆ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଯୋଗେ ଅବଗତ କରିଛି ନିଯୋଗ । ସେପଟେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି l

କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ (ETV Bharat Odisha)

7 ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ:

ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି 7 ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି l ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରି ବାକୁ ମଧ୍ୟ ଜଣାଇ ଦିଆଯାଇଛି l ଏହି ସମ୍ପୃକ୍ତ ସେବକଙ୍କ ଦ୍ଵାରା କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ l ଏହି କାର୍ଯ୍ୟର ନିରୀକ୍ଷଣ କରି ରିପୋର୍ଟ ଦାଖଲ ପାଇଁ ସୁରକ୍ଷା ପ୍ରଶାସକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପରମ୍ପରା ବିରୋଧୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ l

MAHAPRASAD PREPARATION (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-Srimandir New Rules: ସେପ୍ଟେମ୍ବର ପହିଲାରୁ ଶ୍ରୀମନ୍ଦିରରେ ବାସି ଅବଢ଼ା ବିକ୍ରି ବନ୍ଦ, ଆନନ୍ଦ ବଜାର ଜଗିବେ ପୂର୍ବତନ ସେନା କର୍ମଚାରୀ - ROTTEN MAHAPRASAD SALE BAN

ମହାପ୍ରସାଦ ପ୍ରସ୍ତୁତି ପରମ୍ପିରାକୁ ଉଲ୍ଲଂଘନ: ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି କୁଡୁଆରେ ହେବା ପରମ୍ପରା ରହିଛି । କିନ୍ତୁ ଏହି ପରମ୍ପରାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । କୁଡୁଆ ପରିବର୍ତ୍ତେ ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ ହେଉଛି । କୁଡୁଆ ଅଭାବ ଯୋଗୁ କିଛି ସୁଆର ସେବକ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଯାହାକି ସମ୍ପୂର୍ଣ୍ଣ ପରମ୍ପରା ବିରୋଧି। ଲୁହା କଡ଼େଇରେ କେବଳ ଅମାଲୁ ଓ ପିଠା ଜାତୀୟ ଭୋଗ ପ୍ରସ୍ତୁତ କରାଯାଇଥାଏ। ମାଟି କୁଡୁଆରେ ସମସ୍ତ ମହାପ୍ରସାଦକୁ ପ୍ରସ୍ତୁତ କରାଯାଇଥାଏ। ତେବେ କୁଡୁଆ ଅଭାବ ଆଳରେ କିଛି ସୁଆର ସେବକ ମହାପ୍ରଭୁଙ୍କ ସମସ୍ତ ପରମ୍ପରାକୁ ନମାନି ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରିବା ଠିକ୍ ନୁହେଁ । ଏହାକୁ ନେଇ ଭକ୍ତଙ୍କ ମନରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି।

MAHAPRASAD PREPARATION (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ମହାପ୍ରଭୁଙ୍କ ନୀତିରେ ଅହେତୁକ ବିଳମ୍ବ: ଭକ୍ତ ହନ୍ତସନ୍ତ, 10 ଲକ୍ଷ ଟଙ୍କାର ଅବଢ଼ା ନଷ୍ଟ - Too late in Rituals of Deities

ଲୁହା କଡେଇରେ ମହାପ୍ରସାଦ ପ୍ରସ୍ତୁତ କରିବା ଜଘନ୍ୟ ଅପରାଧ: ଜଗନ୍ନାଥ୍ ପ୍ରେମୀ ସୂର୍ଯ୍ୟ ରଥ କହିଛନ୍ତି, ''ଆମ ପରମ୍ପରା କୁଡୁଆ, ସେମାନେ ଯଦି ବ୍ୟବସାୟିକ ଦୃଷ୍ଟି କୋଣରୁ ଶ୍ରୀମନ୍ଦିର ପରମ୍ପରାକୁ ଭାଙ୍ଗି ସେମାନେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତି କରି ମହାପ୍ରଭୁ ଶ୍ରଜଗନ୍ନାଥଙ୍କୁ ଭୋଗ ଲଗାଇବେ ଏହାଠୁ ଜଘନ୍ୟ ଅପରାଧ କିଛି ନାହିଁ। ସୁଆର ମହାସୁଆର ନିଯୋଗ ଏନେଇ ନୋଟିସ କରିଥିବାରୁ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ।ଏଭଳି ପରମ୍ପରା ବିରୋଧୀ କାର୍ଯ୍ୟ କରିଥିବା ସୁଆର ସେବକଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଉ। ଏହା ଦ୍ୱାରା ବିଶୃଙ୍ଖଳା ହେବ ନାହିଁ । ତୁରନ୍ତ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ମହାପ୍ରସାଦ ପ୍ରସ୍ତୁତିରେ ଚାଲିଥିବା ପରମ୍ପରା ବିରୋଧି କାର୍ଯ୍ୟକୁ ବନ୍ଦ ହେବା ଉଚିତ୍। ''

MAHAPRASAD PREPARATION (ETV BHARAT ODISHA)

କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ:ଏପରି ଅଭିଯୋଗ ଆସିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଏବଂ ରୋଷ ଅମୀନ ତୁରନ୍ତ ରୋଷ ପରିଦର୍ଶନ କରି ଏହାକୁ ନିବାରଣ କରିବା ସହ କଡ଼େଇ ଜବତ କରି 7 ଦିନ ଭିତରେ କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି l ସେହିପରି ପାଟ୍ଟଯୋଶୀ ମହାପାତ୍ର, ତଳିଚ୍ଛ ମହାପାତ୍ର ଏବଂ ଦେଉଳକରଣ ପ୍ରତିଦିନ ରୋଷଶାଳା ତନଖି କରି ଲୁହା କଡ଼େଇ ଜବତ କରି ବାକୁ ମଧ୍ୟ ଜଣାଇଦିଆଯାଇଛି l ଏହି ସମ୍ପୃକ୍ତ ସେବକ ଙ୍କ ଦ୍ଵାରା କଡ଼େଇ ଜବତ କାର୍ଯ୍ୟ ସମ୍ପାଦନ କରି କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଶ୍ରୀମନ୍ଦିର କମାଣ୍ଡର, ବରିଷ୍ଠ ସୁପରଭାଇଜର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ l ଏହି କାର୍ଯ୍ୟର ନିରୀକ୍ଷଣ କରି ରିପୋର୍ଟ ଦାଖଲ ପାଇଁ ସୁରକ୍ଷା ପ୍ରଶାସକଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ l ଶ୍ରୀମନ୍ଦିର ସଂସ୍କୃତି କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପରମ୍ପରା ବିରୋଧୀ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ ।

MAHAPRASAD PREPARATION (ETV BHARAT ODISHA)

ଶ୍ରୀମନ୍ଦିରରେ ବଢୁଛି ବିଶୃଙ୍ଖଳା: ଶ୍ରୀମନ୍ଦିରରେ ଦିନକୁ ଦିନ ବିଶୃଙ୍ଖଳା ବଢ଼ିବାରେ ଲାଗିଛି। ଶ୍ରୀମନ୍ଦିରରେ ଶୃଙ୍ଖଳା ଆଣିବା ପାଇଁ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ । ଆନନ୍ଦ ବଜାରରେ ବାସୀ ଅବଢ଼ା ବିକ୍ରି ହେବା ସହ ଶ୍ରୀମନ୍ଦିର ବାହାରୁ ଖିରା ରାବିଡି ଭଳି ଜିନିଷ ବାହାରୁ ଆଣି ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଛି। ତେବେ ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷା ପାଇଁ ଏକ୍ସ ଆର୍ମି ବା ସେବା ନିବୃତ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀମନ୍ଦିର ରୋଷ ଶାଳାରେ ମହାପ୍ରସାଦ ପ୍ରସ୍ତୁତିରେ ପରମ୍ପରା ଉଲ୍ଲଂଘନ ହେଉଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ଏବେ ଭକ୍ତ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ଏହା ମଧ୍ୟ ପଢନ୍ତୁ-କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଆକାଶ ଛୁଆଁ ଅବଢା ଦର, ଭକ୍ତ ଅସନ୍ତୋଷ
ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ:ସେପଟେ ମହାପ୍ରସାଦ ପ୍ରସ୍ତୁତିକୁ ନେଇ ଶ୍ରୀମନ୍ଦିର ପରମ୍ପରାକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ଆସିବା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, '' ସୁଆର ମହାସୁଆର ନିଯୋଗ ସହ ଏନେଇ ଆଲୋଚନା କରାଯାଇ ଦୃଢ଼ ପଦକ୍ଷେପ ନିଆଯିବ। ମହାପ୍ରସାଦ ପ୍ରସ୍ତୁତିରେ ପରମ୍ପରାକୁ ଉଲ୍ଲଂଘନ କରାଯିବାକୁ ଗ୍ରହଣ କରାଯିବ ନାହିଁ। ଏପରିକି ପରମ୍ପରା ନମାନିଲେ ପ୍ରଶାସନିକ ସ୍ତରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ''

ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତି ଠିକ୍ ନୁହେଁ

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସଂପାଦକ ନାରାୟଣ ମହାସୁଆର କହିଛନ୍ତି, ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତି ଠିକ୍ ନୁହେଁ । ଏହାକୁ ବନ୍ଦ କରାଯିବା ଦରକାର । ପ୍ରଶାସନ ପଦକ୍ଷେପ ସ୍ବାଗତଯୋଗ୍ୟ । ଗତ କୋଭିଡ ସମୟରୁ କାଠ ଓ କୁଡୁଆ ସଙ୍କଟ ଯୋଗୁଁ ଏହି ସ୍ଥିତି ହୋଇଛି । ତେବେ ପରିସ୍ଥିତି ସୁଧୁରିବା ପରେ ଏହା ବନ୍ଦ ପାଇଁ କୁହାଯାଇଥିଲା । ହେଲେ କିଛି ସେବାୟତ ମାନିନଥିଲେ । ତେବେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ସମସ୍ତେଙ୍କୁ କୁହାଯାଇଛି । ଆଗାମୀ 7 ଦିନ ଭିତରେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତି ବନ୍ଦ ନ କଲେ କାର୍ଯ୍ୟନୁଷ୍ଠାନ ପାଇଁ କୁହାଯାଇଛି ।

ଆଲୋଚନା କରି ପଦକ୍ଷେପ:

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ମହାପ୍ରସାଦ ପ୍ରସ୍ତୁତିରେ ପରମ୍ପରା ଉଲ୍ଲଙ୍ଘନ ଅଭିଯୋଗ ଆସିଛି । ଏହାକୁ ଗୁରୁତର ସହ ନେଇଛୁ । ଆଗାମୀ ଦିନରେ ଏଭଳି କାର୍ଯ୍ୟ ଯେଭଳି ନ ହୁଏ ସେ ନେଇ ସୁଆର ମହାସୁଆର ନିଯୋଗ କୁହାଯାଇଛି । ସଂପୃକ୍ତ ନିଯୋଗ ସହ ଆଲୋଚନା କରାଯାଏ ପଦକ୍ଷେପ ନିଆଯିବ।

ଇଟିଭି ଭାରତ, ପୁରୀ

Last Updated : Sep 13, 2024, 10:16 PM IST

ABOUT THE AUTHOR

...view details