ଭଦ୍ରକ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ପ୍ରଚାରର ଶେଷ ଦିନ ରହିଥିଲା । ଶେଷ ଦିନରେ ଭଦ୍ରକ ଜିଲ୍ଲାରେ ଜୋରଦାର ପ୍ରଚାର କରିଥିଲା ବିଜେପି । ଧାମନଗର ନିର୍ବାଚନ ମଣ୍ଡଳୀର ଅସୁରାଳି ଠାରେ ବିଜେପି ପକ୍ଷରୁ ଏକ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଯୋଗ ଦେଇ ସମାବେଶରେ ଉପସ୍ଥିତ ରହି ବିଜେପି ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ୍ ଏବଂ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଙ୍କ ପାଇଁ ଭୋଟ ମାଗିଥିଲେ। ସମାବେଶରେ ଭଣ୍ଡାରିପୋଖରୀ ପ୍ରାର୍ଥୀ ସୁଧାଂଶୁ ନାୟକ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । ଜେପି ନଡ୍ଡାଙ୍କ ପ୍ରଚାର ବହୁ ପ୍ରଭାବ ପକାଇବ ବୋଲି କହିଥିଲେ ଉପସ୍ଥିତ ନେତା ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଥିଲେ ଯେ, ଲୋକଙ୍କ ପାଖରେ ଉତ୍ସାହ ଦେଖୁଛି, ଖୁସି ଦେଖୁଛି, ତାଳି କହୁଛି ଆପଣ ସାଂସଦ ଏବଂ ବିଧାୟକ ପାର୍ଥୀଙ୍କୁ ଜିତାଇବା ସଂକଳ୍ପ କରିଛନ୍ତି। ସାରା ଓଡ଼ିଶାରେ ଉତ୍ସାହ ଅଛି। ନବୀନ ବାବୁଙ୍କୁ ଓଡିଶା ବାସୀ ଏଥର ଆରାମ ଦେବେ ଏବଂ ବିଜେପିକୁ କାମ କରିବାର ସୁଯୋଗ ଦେବେ। ତୁଷ୍ଟିକରଣ ରାଜନୀତି ପାଇଁ ଭାଇ ଭାଇ, ଧର୍ମ ଆଉ ଧର୍ମ ମଧ୍ୟରେ ଲଢେଇ ହେଉଛି। ସନ୍ତୁଷ୍ଟି କରଣ କାମ କରିଛନ୍ତି ପ୍ରଧାନମନ୍ତ୍ରୀ। ଦିନ ଥିଲା ବହୁ ଲୋକ ଭୋକିଲା ଥିଲେ, ଏବେ ଅନେକ ଲୋକ କୋଠା ଘରେ ରହୁଛନ୍ତି। 18 ହଜାର ଗ୍ରାମକୁ ବିଜୁଳୀ ସଂଯୋଗ ହୋଇଛି। 11 କୋଟି ଘରେ ପାଣି ଯୋଗାଇ ଦିଆଯାଇଛି। 5 କୋଟି ଘର କରିବୁ, କେହି ବିନା ପକ୍କା ଘର ରହିବେ ନାହିଁ। ବିଜୁଳି ଦର ସମାପ୍ତ ହେବ। ହର ଘର ବିଜୁଳି ଯୋଜନାରେ ବିଜୁଳି ପାଇବେ ଏବଂ ବଳକା ବିଜୁଳି ବିକିବେ। 70 ବର୍ଷ ରୁ ଅଧିକ ବୟସ୍କ ଙ୍କୁ 5 ଲକ୍ଷ ର ସ୍ୱାସ୍ଥ୍ୟ ସେବା ମିଳିବ। ଅଭିମନ୍ୟୁ ଙ୍କୁ ସଂସଦକୁ ପଠାନ୍ତୁ, ସୁର୍ଯ୍ୟବଂଶୀ ଙ୍କୁ ବିଧାନସଭା କୁ ପଠାନ୍ତୁ। ''