ଭୁବନେଶ୍ବର:ବିଜେଡି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ବଜେପି । ବିଜେପି ଅଭିଯୋଗ କରିଛି ଯେ, ପରାଜୟ ଭୟରେ ଆତଙ୍କିତ ହୋଇ ବିଜୁ ଜନତା ଦଳ ରକ୍ତମୁଖା ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି ତେଣୁ ତାଙ୍କୁ ସହଯୋଗ ପାଇଁ ପାର୍ଟିର କର୍ମୀ ଧାମନଗର ଗସ୍ତରେ ଯାଉଛନ୍ତି । ଏହି ସମୟରେ ବିଜୁ ଜନତା ଦଳର କର୍ମୀ ବିଜେପି କର୍ମୀଙ୍କୁ ତୋଟପଡ଼ାରେ ମରଣାନ୍ତକ ଆକ୍ରମଣ କରିଛନ୍ତି ।
ସେହିପରି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଉ ଦୁଇ ଦିନ ବାକି ଥିବାବେଳେ ରାଜ୍ୟରେ ଅଚଳ ଓ ଅବ୍ୟବହୃତ ଇଭିଏମ ଦାୟିତ୍ବରେ ରୁହନ୍ତୁ କେନ୍ଦ୍ରୀୟ ପୋଲିସ ଫୋର୍ସ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏଭଳି ଦାବି କରିଛି ବିଜେପି । ବିଜେପିର ଏକ ପ୍ରତିନିଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟି ଲିଖିତ ଭାବରେ ଜଣାଇଛି । ବ୍ୟବହୃତ ଇଭିଏମ କଡା ସୁରକ୍ଷାରେ ରହି ଥିବାବେଳେ ଏ ଇଭିଏମ ଗୁଡିକ ଥିବା ରୁମ ଗୁଡିକର ମଧ୍ୟ କଡା ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ଦାବି କରିଛି ଦଳ ।
ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି," ଅସହ୍ୟ ପରାଜୟ ଭୟରେ ଆତଙ୍କିତ ହୋଇ ବିଜୁ ଜନତା ଦଳ ରକ୍ତମୁଖା ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଛନ୍ତି ତେଣୁ ତାଙ୍କୁ ସହଯୋଗ ପାଇଁ ଆମ ପାର୍ଟିର କର୍ମୀମାନେ ଧାମନଗର ଗସ୍ତରେ ଯାଉଛନ୍ତି । ଏହି ସମୟରେ ବିଜୁ ଜନତା ଦଳର କର୍ମୀ ତୋଟପଡ଼ାରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଓ ଟଙ୍କା ଛଡ଼ାଇ ନେଇଛନ୍ତି । ବିଜେଡିର ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ ଓ ମଣ୍ଟୁ ମହାନ୍ତି ଏପରି ଆକ୍ରମଣ କରିଛନ୍ତି କିନ୍ତୁ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ତେଣୁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି କରିଛୁ ।