ଓଡିଶା

odisha

ETV Bharat / state

କୋଇଲା ଖଣିକୁ ନେଇ ପୁଣି ତେଜିଲା ବିରୋଧ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କୋଇଲା କମ୍ପାନୀକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଅଞ୍ଚଳବାସୀ । ସହର ପରିକ୍ରମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଆନ୍ଦୋଳନକାରୀ ।

By ETV Bharat Odisha Team

Published : 19 hours ago

Protest Against Coal Mine Project
Protest Against Coal Mine Project (ETV Bharat Odisha)

ଅନୁଗୋଳ:କୋଇଲା କମ୍ପାନୀକୁ ବିରୋଧ କରି ତାତିଲେ ଲୋକେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ବଡ଼ ଆନ୍ଦୋଳନ କରିଛନ୍ତି ଅଞ୍ଚଳବାସୀ । ଲୋକଶକ୍ତି ଅଭିଯାନ ମୁଖ୍ୟ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ମନମାନିକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ । ହୋଇଥିବା ଜନଶୁଣାଣୀ ବାତିଲ ସହ ଅଞ୍ଚଳରେ କୋଇଲା ଖଣି ନକରିବାକୁ ସେମାନେ ଦାବି କରିଛନ୍ତି ।

ବୈତରଣୀ ୱେଷ୍ଟ କୋଇଲା ଖଣିକୁ ବିରୋଧ:

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକରେ ହେବାକୁ ଥିବା 'ବୈତରଣୀ ୱେଷ୍ଟ କୋଇଲା ଖଣି'କୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି । "ପ୍ରସ୍ତାବିତ କୋଇଲା ଖଣି ଖନନ ହେଲେ ଅଞ୍ଚଳର ବ୍ୟାପକ ଜଳ, ଜମି ଓ ଜଙ୍ଗଲ ନଷ୍ଟ ହୋଇଯିବ। ଶତାଧିକ ପରିବାର ବିସ୍ଥାପିତ ହେବେ। ତେଣୁ କୌଣସି ପରିସ୍ଥିତିରେ ମଧ୍ୟ ଏଠାରେ ଖଣି ଖନନ ହେବାକୁ ଦିଆଯିବ ନାହିଁ" ବୋଲି ଛେଣ୍ଡିପଦା ଆଞ୍ଚଳିକ ସୁରକ୍ଷା ମଞ୍ଚ ରଣ ହୁଙ୍କାର ଦେଇଛି। ଆଜି ହଜାର ହଜାର ଅଞ୍ଚଳବାସୀ ଖଣିକୁ ବିରୋଧ କରି ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଅନୁଗୋଳ ସହର ପରିକ୍ରମା କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ପ୍ରତିବାଦ ସଭା କରିଥିଲେ। ସଭାରେ ଲୋକ ଶକ୍ତି ଅଭିଯାନର ସଭାପତି ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କ ସମେତ ବହୁ ପରିବେଶ କର୍ମୀ ଯୋଗ ଦେଇଥିଲେ ।

Protest Against Coal Mine Project (ETV Bharat Odisha)

ଏହା ବି ପଢନ୍ତୁ...ହୋହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନଶୁଣାଣି, ସପକ୍ଷ ଓ ବିପକ୍ଷବାଦୀ ରଖିଲେ ମତ - Coal Mine Projects Public Hearing

ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣି ବିରୋଧରେ ପ୍ରଜାମେଳି ! ଜନଶୁଣାଣି କରାଇ ନ ଦେବାକୁ ଶପଥ - Protest Against Coal Mine Projects

ସୁରକ୍ଷାମଞ୍ଚ ସଭାପତି ଗତିକୃଷ୍ଣ ସାହୁ କହିଛନ୍ତି, "ବର୍ତ୍ତମାନ ସମୟରେ ଛେଣ୍ଡିପଦା ଅଞ୍ଚଳରେ ଆଉ ଖଣି ଖନନ ଆବଶ୍ୟକ ନାହିଁ। ଅଧିକ ଖଣି ଖନନ ହେଲେ ଏ ଅଞ୍ଚଳର ପରିବେଶ ଉପରେ ଏହାର ପ୍ରଭାବ ପଡିବ ବୋଲି କହିଛନ୍ତି ଅଞ୍ଚଳବାସୀ । ଏଠାକାର ଧନଜୀବନ, ବନ୍ୟଜନ୍ତୁ ଅକାଳରେ ମୃତ୍ୟୁ ବରଣ କରିବେ। ତେଣୁ ସରକାରଙ୍କୁ ବର୍ତମାନ ଆଉ ଖଣି ଖନନ କରିବାକୁ ଅନୁମତି ଦିଆ ନଯାଉ ବୋଲି ସଭାରେ ନିବେଦନ କରିଥିଲେ। ତଥାପି ସରକାର ନଶୁଣିଲେ ଖଣି ପାଇଁ ଇଞ୍ଚେ ଜମି ଛାଡି ଦିଆଯି ନାହିଁ।" ଏନେଇ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଖଣି ବିରୋଧୀ ଆନ୍ଦୋଳନ ଆଗକୁ ଆହୁରି ଜୋରଦାର କରିବାକୁ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

Protest Against Coal Mine Project (ETV Bharat Odisha)
Protest Against Coal Mine Project (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...କୋଇଲା ଖଣି ଘରୋଇକରଣକୁ ବିରୋଧ, ତାଳଚେର ବିଧାୟକଙ୍କ ଚରମ ଚେତାବନୀ

ଏହା ମଧ୍ୟ ପଢନ୍ତୁ...RI-ଅମିନ ପରୀକ୍ଷାକୁ ବିରୋଧ; ପୋଡ଼ିଲେ ଆଡମିଟ କାର୍ଡ, ଭସାଇଲେ କାଗଜ ଡଙ୍ଗା



ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details