ଭୁବନେଶ୍ବର: ଜୁନ 30 ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ । ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଏ ନେଇ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଶପଥ ଗ୍ରହଣ ପରେ ସରକାରୀସ୍ତରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସରକାରୀ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ ।
ଆସନ୍ତାକାଲି ଅପରାହ୍ନରେ ଶପଥ ନେବାକୁ ଯାଉଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଏହା ସହ ନୂଆ ମନ୍ତ୍ରିମଣ୍ଡଳୀ ଶପଥ ଗ୍ରହଣ କରିବେ । ଆଗକୁ ସେମାନେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିବେ । ଏସବୁ ମଧ୍ୟରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ଆଜି ବିଭିନ୍ନ ରାଜ୍ୟ ସରକାରଙ୍କ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଜୁନ 30 ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ଅଧିକାରୀମାନଙ୍କୁ ହେଡକ୍ୱାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ସରକାରଙ୍କ ଶପଥ ସମାରୋହ ପାଇଁ ଏଭଳି ନିର୍ଦ୍ଦେଶାନାମା ଜାରି କରାଯାଇଛି । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ ।