ଓଡିଶା

odisha

ETV Bharat / state

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବିଧାୟକ ଆଦିତ୍ୟ ମାଡି - EX Mla Aditya Madi Last Rites

EX Mla Aditya Madi's Last Rites: ପଞ୍ଚଭୂତରେ ଲୀନ ହେଲେ ମାଲକାନଗିରି ବିଜେପି ପୂର୍ବତନ ବିଧାୟକ ଆଦିତ୍ଯ ମାଡି । ପୂର୍ବତନ ବିଧାୟକ ଆଦିତ୍ଯ ମାଡି ବିଧାୟକଙ୍କ ଶେଷକୃତ୍ୟ ଜିଲ୍ଲାର ଶ୍ମଶାନରେ ସମ୍ପନ୍ନ ହୋଇଛି । ଶେଷ ଦର୍ଶନ କରିଛନ୍ତି ବିଜେପିର କର୍ମକର୍ତ୍ତା ଓ ବରିଷ୍ଠ ବ୍ୟକ୍ତି । ଅଧିକ ପଢନ୍ତୁ....

By ETV Bharat Odisha Team

Published : Jul 5, 2024, 12:32 PM IST

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବିଧାୟକ ଆଦିତ୍ଯ ମାଡି
ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବିଧାୟକ ଆଦିତ୍ଯ ମାଡି (ETV Bharat Odisha)

ମାଲକାନଗିରି:ପଞ୍ଚଭୂତରେ ଲୀନ ହେଲେ ବିଜେପି ପୂର୍ବତନ ବିଧାୟକ ଆଦିତ୍ଯ ମାଡି । ବିଧାୟକଙ୍କ ଶେଷକୃତ୍ୟ ନିଜ ଗାଁ ରୋଡାନପଲ୍ଲୀ ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି । ବିଧାୟକଙ୍କ ସାନପୁଅ ମୁଖାଗ୍ନି ଦେଇଛନ୍ତି । ଜିଲ୍ଲାର ତମାମ ବିଜେପି କର୍ମକର୍ତ୍ତା ଏବଂ ବରିଷ୍ଠ ବ୍ୟକ୍ତି ଜିଲ୍ଲା ମୁଖ୍ୟ ବିଜେପି କାର୍ଯ୍ୟାଳୟ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଦଳୀୟ ମର୍ଯ୍ୟାଦାରେ ପାର୍ଟି ର ଚିହ୍ନ ଦେଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ କର୍ମକର୍ତ୍ତା । ମାଲକାନଗିରି ନିର୍ବାଚନ ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଉଭୟ ନରସିଂହ ମାଡ଼କାମି ଏବଂ ମଙ୍ଗୁ ଖିଲ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ବିଧାୟକ ଆଦିତ୍ଯ ମାଡି (ETV Bharat Odisha)


ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୫ ଘଟିକା ସମୟରେ ଭୁବନେଶ୍ୱର AIIMSରେ ତାଙ୍କର ପରଲୋକ ହୋଇଥିଲା । ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିଲା । ୨ ବର୍ଷ ପୂର୍ବେ ତାଙ୍କର କିଡନୀ ପ୍ରତିରୋପଣ ମଧ୍ୟ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କର ଅକାଳ ବିୟୋଗରେ ମାଲକାନଗିରି ଜିଲ୍ଲା ଏବଂ ବିଜେପି ଶିବିରରେ ଶୋକର ଛାୟା ଖେଳିଯାଇଛି । ଶେଷ କୃତ୍ୟ ସମୟରେ ଜିଲ୍ଲା ବିଜେପିର ସମସ୍ତ କର୍ମିଙ୍କ ସହ ମାଲକାନଗିରି ବିଧାୟକ ନରସିଙ୍ଗ ମାଡକମି, ପୂର୍ବତନ ସାଂସଦ ରମେଶଚନ୍ଦ୍ର ମାଝୀ, ଜିଲ୍ଲା ବିଜଡି ସଭାପତି ମାନସ ମାଡକାମୀ, ଚିତ୍ରକୁଣ୍ଡା ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଓ ବହୁ ବରିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ:କାକଟପୁରର ୭ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ସୂଚନା ଥାଉ କି, ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ରୋଡାନପଲ୍ଲୀ ଗାଁରେ ସେ ଜୁଲାଇ ୨୨, ୧୯୭୪ ମସିହାରେ ଜନ୍ମ ଗ୍ରହଣ କରିଥଲେ, ଗତକାଲି ଅର୍ଥାତ୍ ୩.୦୭.୨୦୨୪ ତାରିଖ ପ୍ରାଣତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା । ସେ ପ୍ରାରମ୍ଭିକ ଜୀବନରେ ଶିକ୍ଷକତା କରୁଥିଲେ ଓ RSS ର ଆଦର୍ଶ ରେ ଅନୁପ୍ରାଣୀତ ହୋଇ ଜଣେ ରାଷ୍ଟ୍ରୀୟ ସ୍ଵୟଂସେବକ କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ । ଭାଜପାରେ ଯୋଗଦାନ କରି ପ୍ରଥମ ଦୁଇ ଥର ବିଧାୟକ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ, ଭାଜପା ଜିଲ୍ଳା ସଭାପତି ମଧ୍ୟ ରହିଥିଲେ ଏବଂ ତୃତୀୟ ଥର ୨୦୧୯ ମସିହାରେ ବିଧାୟକ ହୋଇଥିଲେ । ପୂର୍ବତନ ବିଧାୟକ ଆଦିତ୍ୟ ୨୦୧୯ ଠାରୁ ୨୦୨୪ପର୍ଯ୍ୟନ୍ତ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ କାର୍ଯ୍ୟ ତୁଲାଇଥିଲେ ଏବଂ ଚଳିତ ସାଧାରଣ ନିର୍ବାଚନ ରେ ମଧ୍ୟ ପ୍ରଚାର ପ୍ରସାରରେ ନିଜ ଦଳକୁ ସହଯୋଗ କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details