ଝାରସୁଗୁଡ଼ା:ଝାରସୁଗୁଡ଼ା ଜିଲ୍ଲା ଅଧିନସ୍ଥ ଲଖନପୁର ଥାନା ଅଧିକାରୀ(IIC) ନିଲମ୍ବିତ । ଦୁର୍ଘଟଣାସ୍ଥଳରୁ ପିସିଆର ଭ୍ୟାନରେ ମୃତଦେହ ସ୍ଥାନାନ୍ତର ଘଟଣାରେ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ସନ୍ଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରିଛନ୍ତି । ତେବେ ପୋଲିସର ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ବେଲପାହାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ ଆରୋହୀ ମୃତ
ସୂଚନା ମୁତାବକ, ଗତ ୭ ତାରିଖ ଦିନ ଝାରସୁଗୁଡ଼ା ବେଲପାହାଡ଼ ୪୯ନଂ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତ ତିନି ଜଣ ହେଲେ ମଧୁବନ ଛତ୍ରିଆ, ସାଗର ଛତ୍ରିଆ ଓ ତପନ ଧୁରୁଆ । ତେବେ ଏହି ଘଟଣାରେ ୩ ଜଣଙ୍କ ମୃତଦେହକୁ ପିସିଆର ଭ୍ୟାନରେ ନେଇ ବେଲପାହାଡ଼ ଥାନା ଗୌଡ଼ପଡ଼ା ଛକ ନିକଟରେ ଫିଙ୍ଗି ଦିଆଯାଇଥିଲା । ତେବେ ପୋଲିସ ଏହି ସଡକ ଦୁର୍ଘଟଣାକୁ ଚାପି ଦେବାର ପ୍ରୟାସ ସର୍ବସାଧାରଣରେ ଚର୍ଚ୍ଚା ହୋଇଥିଲା । ଏହାପରେ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ସ୍ମିତ ପର୍ମାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ -ଛାତ୍ରୀଙ୍କୁ ନିର୍ଯାତନା ପଡ଼ିଲା ମହଙ୍ଗା, ସହକାରୀ ଅଧ୍ୟାପକ ନିଲମ୍ବିତ