ଓଡିଶା

odisha

ETV Bharat / state

ଗଡୁନି LAccMI ବସ୍, ଆନ୍ଦୋଳନରେ ଡ୍ରାଇଭର, ଯାତ୍ରୀ ହନ୍ତସନ୍ତ - LACCMI BUS DRIVERS STRIKE

କଟକରେ ଲକ୍ଷ୍ମୀ ବସ୍ (LAccMI) ଡ୍ରାଇଭରଙ୍କ ଆନ୍ଦୋଳନ । ଜିଲ୍ଲାର ୧୪ ବ୍ଲକରେ ଯାତ୍ରୀଙ୍କ ଯାତାୟତରେ ସମସ୍ୟା ।

LAccMI bus driver protest
LAccMI bus driver protest (ETV Bharat Odisha)

By ETV Bharat Odisha Team

Published : Nov 14, 2024, 1:23 PM IST

Updated : Nov 14, 2024, 1:36 PM IST

ନିଆଳି(କଟକ):ବିଭିନ୍ନ ଦାବି ନେଇ 'ଲକ୍ଷ୍ମୀ ବସ' ଡ୍ରାଇଭରଙ୍କ ଆନ୍ଦୋଳନ । ଫଳରେ କଟକ ଜିଲ୍ଲାରେ ବସ ଚଳାଚଳ ବନ୍ଦ ରହିଛି । ଯେଉଁଥିପାଇଁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଆଜିଠାରୁ ବସ ଡ୍ରାଇଭରମାନେ ବିଭିନ୍ନ ରୁଟ୍ ଦେଇ ଯାଉଥିବା 'ଲକ୍ଷ୍ମୀ ବସ' ଚଳାଚଳ ବନ୍ଦ କରିଛନ୍ତି ।

LAccMI bus driver protest (ETV Bharat Odisha)

'ଲକ୍ଷ୍ମୀ ବସ' ଚଳାଚଳ ବନ୍ଦ:
ମିଳିଥିବା ସୂଚନା ଅନୁସାରେ, କଟକ ନିଆଳି ବ୍ଳକ ଅଞ୍ଚଳରେ ଲକ୍ଷ୍ମୀ ବସରେ କାର୍ଯ୍ୟରତ ବସ ଡ୍ରାଇଭର ଶ୍ରୀଧର ରାଉତକହିଛନ୍ତି," କଟକ ଜିଲ୍ଲାରେ ୧୪ଟି ବ୍ଲକ ଅଞ୍ଚଳରେ ଆଜିଠାରୁ ବସ ଚଳାଚଳ ବନ୍ଦ କରାଯାଇଛି । ଡ୍ରାଇଭରମାନଙ୍କ ମାସିକ ଦରମା ପ୍ରତି ମାସ ୯ ତାରିଖରେ ମିଳିବା କଥା । ଯାହା ଏପର୍ଯ୍ୟନ୍ତ ମିଳିନାହିଁ । ଫଳରେ ଆମେ ବହୁ ହଇରାଣ ହେଉଛୁ । ଆମର ବିଭିନ୍ନ ଦାବିକୁ 'ଲକ୍ଷ୍ମୀ ବସ' ଠିକା ସଂସ୍ଥାକୁ ଜଣାଇଛୁ । କିନ୍ତୁ ଦାବି ପୂରଣ ହେଉନାହିଁ । ଆମେ ବସ ଚଳାଉଛୁ ବୋଲି ମଧ୍ୟ କୌଣସି ପ୍ରମାଣପତ୍ର ଦିଆଯାଇନାହିଁ । ଯଦି କିଛି ଅସୁବିଧା ସୁବିଧା ହୋଇଗଲା ଆମ ପିଲାଛୁଆଙ୍କୁ ଦେଖିବ କିଏ ? ଯେତିକି ଦରମା ମିଳୁଛି ସେତିକିରେ ଗୁଜୁରାଣ ମେଣ୍ଟୁନାହିଁ । ୬ ମାସ ତଳେ ଠିକା ସଂସ୍ଥା କହିଥିଲା ଦରମା ବଢାଇବ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଦାବି ପୂରଣ କରିନାହିଁ । ଆମେ ବାଧ୍ୟ ହୋଇ କଟକ ଜିଲ୍ଲାର ବିଭିନ୍ନ ରୁଟରେ ଲକ୍ଷ୍ମୀ ବସ ଚଳାଚଳ ବନ୍ଦ କରିଛୁ ।"

LAccMI Bus Drivers Stage Protest (ETV Bharat Odisha)

ଏହା ବି ପଢନ୍ତୁ...ବିଧାନସଭାରେ ଉଠିଲା ଲକ୍ଷ୍ମୀ ବସ୍‌ ପ୍ରସଙ୍ଗ: ଲାଭ-କ୍ଷତି ହିସାବ ମାଗିଲେ ବିଧାୟକ, ଉତ୍ତର ରଖିଲେ ପରିବହନ ମନ୍ତ୍ରୀ - Laccmi bus scheme

ଏହା ବି ପଢନ୍ତୁ...ଗଡ଼ିବନି ବସ, ଆନ୍ଦୋଳନ ଡାକରା ଦେଲା ଘରୋଇ ବସ ମାଲିକ ସଂଘ - Private Bus Strike

LAccMI Bus Drivers Stage Protest (ETV Bharat Odisha)

ଦରମା ମିଳୁନଥିବା ଅଭିଯୋଗ:
ଆଉ ଜଣେ ଲକ୍ଷ୍ମୀ ବସ ଡ୍ରାଇଭର ସଞ୍ଜୟ ମଲ୍ଲିକ କହିଛନ୍ତି," ଆମେ ଲକ୍ଷ୍ମୀ ବସରେ ଚାକିରି କରୁଛୁ ‌ । ଆମକୁ ଏହି ମାସରେ ଦରମା ମିଳିନାହିଁ । ଆମ ପିଲା ଛୁଆ ଉପାସରେ । ଯେଉଁ ୧୩ ହଜାର ୫୦୦ ଟଙ୍କା ଦରମା ମିଳୁଛି ଏଥିରେ ନିଜ ଖର୍ଚ୍ଚ, ଘର ଖର୍ଚ୍ଚ ମଧ୍ୟ ହୋଇପାରୁନାହିଁ । ସରକାରଙ୍କ ଉପରେ ଭରସା କରି କମ୍ ଟଙ୍କାରେ କାମ କରୁଛୁ । କିନ୍ତୁ ଆଜି ପର୍ଯ୍ୟନ୍ତ ଆମମାନଙ୍କ ଅସୁବିଧା ଦୂର ହେଉନାହିଁ । ଡ୍ରାଇଭର ନିଯୁକ୍ତି ପତ୍ର, ପରିଚୟ ପତ୍ର, ସ୍ବାସ୍ଥ୍ୟ କାର୍ଡ ଓ ଦରମା ବୃଦ୍ଧି ଦାବି ପୂରଣ ପାଇଁ ଲିଖିତ ଭାବେ ଜଣାଇଲା ପରେ ବି ଠିକା ସଂସ୍ଥା ଅଭିଯୋଗ ଶୁଣୁନାହିଁ । ଏଥିପାଇଁ ଆମେ ଆଜିଠାରୁ କଟକ ଜିଲ୍ଲାର ୧୪ଟି ବ୍ଲକ ଅଞ୍ଚଳରେ ଲକ୍ଷ୍ମୀ ବସ ଚଳାଚଳ ବନ୍ଦ କରିଛୁ । ସରକାର ଆମ ଦାବି ପୂରଣ କଲେ ଗାଡି ଚଳାଇବୁ ।"

LAccMI Bus Drivers Stage Protest (ETV Bharat Odisha)

ଅସୁବିଧାର ସମ୍ମୁଖୀନ ଯାତ୍ରୀ :
ଯାତ୍ରୀ ସୌଦାମିନୀ ରାୟ କହିଛନ୍ତି," ଲକ୍ଷ୍ମୀ ବସ ଚଳାଚଳ ଯୋଗୁଁ ଆମମାନଙ୍କୁ ବିଭିନ୍ନ ଯାଗାକୁ ଯିବା ଆସିବା ସୁବିଧା ହେଉଥିଲା । ଆଜି ହଠାତ ବସ ବନ୍ଦ ଯୋଗୁଁ ଆମେ ହଇରାଣ ହେବା ସହିତ ଅଟୋ ଭଡା କରି କାର୍ଯ୍ୟସ୍ଥଳକୁ ଯିବା ପାଇଁ ବାଧ୍ୟ ହେଉଛୁ । ବସ ଡ଼୍ରାଇଭରମାନଙ୍କ ବିଭିନ୍ନ ଦାବି ରାଜ୍ୟ ସରକାର ତୁରନ୍ତ ପୂରଣ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ଗଡୁନି ଲକ୍ଷ୍ମୀ ବସ, ପଡି ପଡି ଖତ ଖାଉଛି; ଦେଖନ୍ତୁ ଗ୍ରାଉଣ୍ଡ ରିପୋର୍ଟ

LAccMI Bus Drivers Stage Protest (ETV Bharat Odisha)

ଇଟିଭି ଭାରତ, ନିଆଳି

Last Updated : Nov 14, 2024, 1:36 PM IST

ABOUT THE AUTHOR

...view details