ଓଡିଶା

odisha

ETV Bharat / state

୩୬ ବର୍ଷ ବୟସରେ ପାଳିଲେ ନବମ ଜନ୍ମଦିନ - ଛତିଶ ବର୍ଷରେ ପାଳିଲେ ନବମ ଜନ୍ମଦିନ

Leap Day Birth Anniversary: କୋରାପୁଟରେ ଚର୍ଚ୍ଚାରେ ଜନୈକ ଯୁବକ । ୩୬ ବର୍ଷ ବୟସରେ ପାଳିଲେ ନବମ ଜନ୍ମଦିନ । ଅଧିକ ପଢନ୍ତୁ

Leap Day Birth Anniversary
Leap Day Birth Anniversary

By ETV Bharat Odisha Team

Published : Feb 29, 2024, 6:30 PM IST

୩୬ ବର୍ଷ ବୟସରେ ପାଳିଲେ ନବମ ଜନ୍ମଦିନ

କୋରାପୁଟ:ବୟସ ହେଲାଣି ୩୬ ବର୍ଷ । ହେଲେ ଯୁବକ ଜଣକ ପାଳିଛନ୍ତି ନବମ ଜନ୍ମ ଦିନ । ଏହି ଖବରଟିକୁ ପଢିବା ପରେ ଆପଣ ମଧ୍ୟ ଟିକେ ଦ୍ବନ୍ଦ୍ବରେ ଥିବେ । ଆଜି (ମଙ୍ଗଳବାର) କୋରାପୁଟର ଜନୈକ 36 ବର୍ଷ ବୟସର ଯୁବକ ସୌମେନ୍ଦ୍ର ନାଥ ନାୟକ ତାଙ୍କ ନବମ ଜନ୍ମଦିନ ପାଳି ଚର୍ଚ୍ଚାକୁ ଆସିଛନ୍ତି । ସେ ଭଗବତ ସମର୍ପଣ ସହିତ ଶ୍ରୀଅରବିନ୍ଦ ଭବନରେ ତାଙ୍କ ମାଆଙ୍କ ସହିତ ଧ୍ୟାନ କରି ପାଳନ କରିଛନ୍ତି ।

ଆଜି ଫେବୃଆରୀ ମାସର ୨୯ ତାରିଖ ଏବଂ ଇଂରାଜୀ କ୍ୟାଲେଣ୍ଡରରେ ଏହି ତାରିଖଟି ପ୍ରତି ଅଧିବର୍ଷରେ ଚାରି ବର୍ଷକୁ ଥରେ ଆସିଥାଏ । ଏହି କାରଣରୁ ତାଙ୍କୁ ୩୬ ବର୍ଷ ବୟସରେ ସେ ଆଜି ପର୍ଯ୍ୟନ୍ତ କେବଳ ୯ ଥର ନିଜ ଜନ୍ମଦିନ ପାଳନ କରିପାରିଥିବା କହିଛନ୍ତି । ତାଙ୍କ ସାଙ୍ଗ ସାଥୀ ପ୍ରତିବର୍ଷ ଜନ୍ମଦିନ ପାଳନ କରୁଥିବା ବେଳେ ସେ ୪ ବର୍ଷରେ ଥରେ ଆସୁଥିବା ଏହି ଦିନକୁ ଅପେକ୍ଷା କରିଥାନ୍ତି । ଏହି ଦିନଟି ଆସିଲେ ତାଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଭରିଯାଏ ବୋଲି ସୌମେନ୍ଦ୍ର କହିଛନ୍ତି । ଶ୍ରୀଅରବିନ୍ଦ ଆଶ୍ରମରେ ଆଜିର ଦିନଟିକୁ ସୁବର୍ଣ୍ଣ ଦିବସ ଭାବେ ମଧ୍ୟ ପାଳନ କରାଯାଇଛି ।

ଏହା ବି ପଢନ୍ତୁ- ନିଆରା ଜନ୍ମଦିନ: ଦୃଷ୍ଟିହୀନ ଲୋକଙ୍କୁ ହୋଟେଲରେ ଖୁଆଇ ପାଳିଲେ ଜନ୍ମଦିନ

ଶ୍ରୀଅରବିନ୍ଦଙ୍କ ପୂର୍ଣାଙ୍ଗ ଯୋଗଧାରା ଓ ସାଧନାର ଅନୁଗାମୀ ନୃସିଂହ ନାଥ ପଣ୍ଡାଙ୍କ କହିବାନୁଯାୟୀ ୧୯୫୬ ମସିହା ଆଜିର ଦିନରେ ପୃଥିବୀ ପୃଷ୍ଠରେ ଅତିମାନସ ଶକ୍ତିର ଅବତରଣ ଓ ଅନୁଭୂତିକୁ ନେଇ ଶ୍ରୀମା' ଘୋଷଣା କରିଥିଲେ । ସେହି ଦିନଠାରୁ ପୃଥିବୀ ପୃଷ୍ଠରେ ଅତିମାନସ ଶକ୍ତି ରୂପାନ୍ତର ପ୍ରକ୍ରିୟାରେ ସମଗ୍ର ଜଗତରେ ଚାଲିଥିବା ସାଧନାକୁ ସହଯୋଗ କରିଆସିଛି ବୋଲି ପଣ୍ଡା ମତପ୍ରକାଶ କରିଛନ୍ତି । ଏପରି ଏକ ଆଧ୍ୟାତ୍ମିକ ଦିବସରେ ଯେଉଁଠି ଅଧିମାନସ ଚେତନାର ସ୍ଥାନରେ ଅତିମାନସ ଶକ୍ତି ନୂତନ ଚେତନାର ସାମୁହିକ ଭାବେ ଉଦ୍ଭବ କରିବାର ପ୍ରୟାସ ଆରମ୍ଭ କରିଛି । ସେହି ଦିବସରେ ସୌମେନ୍ଦ୍ର ତାଙ୍କ ଜନ୍ମଦିନ ପାଳନ କରିବା ଦିବ୍ୟ କୃପା ବୋଲି ସୌମ୍ରନ୍ଦ୍ରଙ୍କ ମା' ବ୍ୟକ୍ତ କରିଛନ୍ତି ।

ସଙ୍ଗୀତ ସାଧନା କରୁଥିବା ସୌମେନ୍ଦ୍ରଙ୍କ ଏପରି ଏକ ଦିବ୍ୟ ଦିବସରେ ଜନ୍ମ ଗ୍ରହଣ କରିବା ପଛରେ କିଛି ବିଶେଷ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଭଗବାନଙ୍କ ଉଦ୍ଦେଶ୍ୟ ରହିଥାଇପାରେ ବୋଲି ସେ ଆଶାପୋଷଣ କରିଛନ୍ତି । ଆଜି ଏହି ଦିବସଟିକୁ କୋରାପୁଟ ଶ୍ରୀଅରବିନ୍ଦ ଭବନରେ ମାତୃ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ପରେଡ ଅନୁଷ୍ଠିତ ହୋଇଯାଇଛି । ଧ୍ୟାନ ମନ୍ଦିରରେ ସାମୁହିକ ଧ୍ୟାନରେ ଛାତ୍ରଛାତ୍ରୀଙ୍କ ସହି ଯୋଗଦେଇ ନିଜ ଜନ୍ମଦାତ୍ରୀ ମା'ଙ୍କ ହାତରୁ ଦିବ୍ୟ ପ୍ରସାଦ ଗ୍ରହଣ କରିବା ତାଙ୍କ ଜୀବନରେ ଏକ ନୂତନ ଆନନ୍ଦ ଆଣିଦେବା ସହ ତାଙ୍କ ଜୀବନରେ ଥିବା ବିଶେଷ ଲକ୍ଷ୍ୟ ପ୍ରତି ସଚେତନ କରାଇଥିବା ସୌମେନ୍ଦ୍ର କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details