ହାଇଦ୍ରାବାଦ:ପରିବର୍ତ୍ତିତ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟପେୟ କାରଣରୁ ଅନେକ ମାରାତ୍ମକ ରୋଗ ଦେଖାଯାଉଛି । ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଆମେ ବିଭିନ୍ନ ରୋଗରୁ ଦୂରେଇ ରହିପାରୁଛୁ । କିନ୍ତୁ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥାଏ । ଏହି ଶକ୍ତି ବୃଦ୍ଧି କରିବା ପାଇଁ ଶିଶୁଙ୍କୁ ଜନ୍ମରୁ ଟିକା ଦିଆଯାଇଥାଏ । ପ୍ରତ୍ୟେକ ଶିଶ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଟିକା ନେବା ଜରୁରୀ । ଠିକ ସମୟରେ ଶିଶୁଙ୍କୁ ଟିକା ନଦେଲେ ସେମାନେ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି । ଏହାଦ୍ବାରା ସେମାନେ ଶାରିରୀକ ଭିନ୍ନକ୍ଷମ ହେବା ସହ ମୃତ୍ୟୁମୁଖରେ ବି ପଡିପାରନ୍ତି । ତେଣୁ କେଉଁ ବୟସରେ ପିଲାଙ୍କୁ କେଉଁ ଟିକା ଦିଆଯିବା ଜରୁରୀ ସେନେଇ ସୂଚନା ଦେଇଛନ୍ତି ଶିଶୁ ରୋଗ ବିଶେଷଜ୍ଞ ଆଶୁତୋଷ ମହାପାତ୍ର ।
ଛୋଟ ପିଲାଙ୍କୁ ଟିକା କେତେ ଜରୁରୀ:
ଜନ୍ମରୁ 5 ବର୍ଷ ଯାଏଁ ପିଲାଙ୍କୁ ପାଇଁ ଟିକା ଦିଆଯିବା ଅତ୍ୟନ୍ତ ଜରୁରୀ । ଏହି ଟିକା ଦ୍ଵାରା ପିଲାଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯାହାଫଳରେ ପିଲାଙ୍କୁ ରୋଗ ହୁଏ ନାହିଁ କିମ୍ବା ଯଦି ହୁଏ ତାହେଲେ ମାରାତ୍ମକ ହୁଏନାହିଁ । ଜନ୍ମରୁ ୧୪ ଦିନ ମଧ୍ୟରେ ଜିରୋ ଡୋଜ କୁହାଯାଉଥିବା ପୋଲିଓ ଗୋଟିଏ ଡୋଜ, ଓରାଲ ପୋଲିଓ, ବିସିଜି ଏବଂ ହେପାଟାଇଟିସ-ବି ଦିଆଯାଇଥାଏ । ଦେଢ ମାସ, ଅଢେଇ ମାସ ଓ ସାଢେ ତିନି ମାସରେ 6 ପ୍ରକାର ଟିକା ଦିଆଯାଏ । 9 ମାସରେ ମିଳିମିଳା ଟିକା ଦିଆଯାଏ । ଜନ୍ମ ସମୟରେ ଦିଆଯାଇଥିବା ଟିକା ବ୍ୟତୀତ ବର୍ଷକର ଶିଶୁକୁ ଆଉ ୪ ଥର ଟିକା ନେବାକୁ ପଡେ । ପ୍ରତିଟି ଶିଶୁ ଯେପରି ନିର୍ଦ୍ଧିଷ୍ଟ କ୍ରମରେ ସମସ୍ତ ଟିକା ନିଅନ୍ତି ସେନେଇ ଅଙ୍ଗନୱାଡି କର୍ମୀମାନେ ଯାଞ୍ଚ କରିଥାଆନ୍ତି ।
କେଉଁ ବୟସରେ ଦିଆଯାଏ କେଉଁ ଟିକା ?
ଶିଶୁ ଜନ୍ମରୁ ଏକ ବର୍ଷ ପର୍ଯ୍ୟନ୍ତ ଟିକା ଅତ୍ୟନ୍ତ ଆବଶ୍ୟକ, ଯେମିତିକି
୧.ଜନ୍ମ ସମୟରେ ଶିଶୁକୁ ବିସିଜି, ପୋଲିଓ ଏବଂ ହେପାଟାଇଟିସ୍-ବି ଟିକା ।
୨. ଜନ୍ମ ସମୟରେ ଏବଂ ୧୪ ଦିନ ପର୍ଯ୍ୟନ୍ତ ପୋଲିଓ ବୁନ୍ଦା ଦିଆଯାଏ । ଏହାକୁ ଶୂନମାତ୍ରା, ଜିରୋ ଡୋଜ୍ କୁହାଯାଏ ।
୩. ଦେଢ ମାସରେ ଡି.ପି.ଟି, ପୋଲିଓ ଏବଂ ହେପାଟାଇଟିସ୍–ବିର ପ୍ରଥମ ମାତ୍ରା ।
୪.ଅଢେଇ ମାସର ଶିଶୁକୁ ଡି.ପି.ଟି, ପୋଲିଓ ଏବଂ ହେପାଟାଇଟିସ-ବି ଦ୍ଵିତୀୟ ମାତ୍ରା ।
୫.ସାଢେ ତିନି ମାସରେ ଶିଶୁକୁ ଡି.ପି.ଟି ଏବଂ ପୋଲିଓର ତୃତୀୟ ମାତ୍ରା ।
୬. ୯ ମାସରେ ଶିଶୁଙ୍କୁ ମିଳିମିଳା ଓ ହେପାଟାଇଟିସ-ବିର ତୃତୀୟ ଡୋଜ ଏବଂ ଭିଟାମିନ-ଏ ।
ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ବ:
ଶିଶୁ ରୋଗ ବିଶେଷଜ୍ଞ ଆଶୁତୋଷ ମହାପାତ୍ର କହିଛନ୍ତି, "ଶିଶୁକୁ ସାମାନ୍ୟ ଜ୍ଵର, କାଶ, ଥଣ୍ଡା ଏବଂ ତରଳଝାଡା ହେଉଥିଲେ ବି ଟୀକାଦାନ ପାଇଁ ଆଣିବା ଆବଶ୍ୟକ । ଅଙ୍ଗନବାଡ଼ି କର୍ମୀ ମାଆଙ୍କ ନାମ, ଦିଆଯିବାକୁ ଥିବା ଟିକାର ନାମ ଏବଂ ଉଦ୍ଦେଶ୍ୟ ବିଷୟରେ ଜଣାଇବେ । ମାଆଙ୍କୁ ଟିକାର ସମ୍ଭାବ୍ୟ ପାର୍ଶ୍ଵ ପ୍ରତିକ୍ରିୟା, ପରିବର୍ତ୍ତୀ ଟିକା ଏବଂ ତାରିଖ ବିଷୟରେ ସୂଚନା ଦେବେ । ଏଥିସହ ମାଆ ଯେପରି ପ୍ରତିଷେଧକ ଟିକା କାର୍ଡ କିମ୍ବା ମା' ଶିଶୁ ସୁରକ୍ଷାକାର୍ଡକୁ ସବୁ ଟୀକାଦାନ ଦିବସରେ ଆଣନ୍ତି ତାହା ସୁନିଶ୍ଚିତ କରିବେ ।
ସ୍ଥିରୀକୃତ ପ୍ରତିଷେଧକ ଛଡା କେଉଁ କ୍ଷୁଦ୍ରପୁଷ୍ଟି ଦିଆଯାଏ ?