ଓଡିଶା

odisha

ETV Bharat / state

କେନ୍ଦୁଝର ପୋଲିସକୁ ସଫଳତା, ଏକାଧିକ ଡକାୟତି ଗ୍ୟାଙ୍ଗରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ଗିରଫ - Robbery Gangs Mastermind - ROBBERY GANGS MASTERMIND

Robbery in Kendujhar: ଡକାୟତି ଘଟଣାର ମାଷ୍ଟର ମାଇଣ୍ଡକୁ ଗିରଫ କଲା କେନ୍ଦୁଝର ପୋଲିସ । 28ଟି ଘଟଣାରେ ସାମିଲ ଅଛି ଅଭିଯୁକ୍ତ । ଅଧିକ ପଢନ୍ତୁ

ROBBERY GANGS MASTERMIND ARRESTS
ROBBERY GANGS MASTERMIND ARRESTS

By ETV Bharat Odisha Team

Published : Apr 27, 2024, 2:14 PM IST

ROBBERY GANGS MASTERMIND ARRESTS

କେନ୍ଦୁଝର: ଜିଲ୍ଲା ପୋଲିସକୁ ବଡ ସଫଳତା । 28ଟି ଡ଼କାୟତି ଘଟଣାରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡକୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତ ହେଉଛି 23 ବର୍ଷିୟ ଦାଶରଥୀ ଧୀବର । କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଏବଂ ରାଉରକେଲା, ଢେଙ୍କାନାଳ, ସମ୍ବଲପୁରରେ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଥିଲା ଦାଶରଥୀ ।

ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ 18 ତାରିଖରେ ଗିରଫ ଦାଶରଥି ଧୀବରଙ୍କ ନେତୃତ୍ୱରେ 6 ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ରାତିରେ ବନ୍ଧୁକ ଦେଖାଇ ପେଟ୍ରେଲ ପମ୍ପରେ ସଟର ଭାଙ୍ଗି ନଗଦ 4ଲକ୍ଷ ଟଙ୍କା ଏବଂ ଲାପଟପ ଲୁଟି ନେଇଥିଲେ। ଏହି ମାମଲା ଆଧାରରେ ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୫ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଗଠିତ ଏକ ଟିମ ଶନିବାର ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି।

ଏହା ମଧ୍ୟ ପଢନ୍ତୁ-ସାବଧାନ ! ରାଉରକେଲାରେ ମାତିଛନ୍ତି ଅଳଙ୍କାର ସଫେଇ ଚୋର - Thieves escaped in Rourkela


ଦଶରଥୀଙ୍କ ଘର ବାମେବାରୀ ଥାନା ଅନ୍ତର୍ଗତ ଧନୁର୍ଜୟପୁରରେ । ତା ନାମରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୨୦ଟି, ରାଉରକେଲାରେ ୬ଟି, ଢେଙ୍କାନାଳ ଜିଲାରେ ୧ଟି ଏବଂ ସମ୍ବଲପୁରରେ ଗୋଟିଏ ଡ଼କାୟତି ମାମଲା ରହିତିବା ପୋଲିସ ସୂଚନା ଦେଇଛି। ଗିରଫ ଡ଼କାୟତ ପାଖରୁ ଗୋଟିଏ ପିସ୍ତଲ, ଗୋଟିଏ ଖୁକରୀ, ସୁନା ରୂପା ଅଳଙ୍କାର, ବୋଲେରୋ ଗାଡି ଓ ବାଇକ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ନାୟକ। ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ରନାଥ ମୁର୍ମୁ ଏବଂ ନୟାକୋଟ ଥାନା ଅଧିକାରୀ ଅବିନାଶ ପରିଡା ମଧ୍ୟ ଉପସ୍ଥିତ ଥିଲେ।

ଏନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ନାୟକ କହିଛନ୍ତି, ''ଅକ୍ଟୋବର 19 ତାରିଖରେ ନୟାକୋଟ ଥାନାରେ ଏକ ଡକାୟତ ମାମଲା ରୁଜୁ ହୋଇଥିଲା । ମାମଲା ରୁଜୁ ହେବାର ଦିନ ପୂର୍ବରୁ ରାତିରେ 5ଜଣ ଦୁର୍ବୃତ୍ତ ଏକ ପେଟ୍ରୋଲ ପମ୍ରପ ସଟର ଭାଙ୍ଗି 4 ଲକ୍ଷ୍ୟ ଟଙ୍କା ଲୁଟ କିରିଥିଲେ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ କରାଯାଉଥିଲା । ଶେଷରେ ଗତକାଲି ଅଭିଯୁକ୍ତ ଦାସରଥିକୁ ଗିରଫ କରିଛି । ''

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details