ଭବାନୀପାଟଣା: ଆଜିଠୁ ଦୁଲୁକିବ କଳାହାଣ୍ଡି ଜିଲ୍ଲା । ବିର ବାଦ୍ୟ ଘୁମୁରାରେ କମ୍ପିବ ପୁରା ଜିଲ୍ଲା । ଆରମ୍ଭ ହେବାକୁ ଯାଉଛି କଳାହାଣ୍ଡି ଉତ୍ସବ ଘୁମୁରା 2025 । ଏଥି ପାଇଁ ସଜେଇ ହୋଇଛି ଭବାନୀପାଟଣା ସହର । ଜିଲ୍ଲାର ବିର ବାଦ୍ୟ ଘୁମୁରାକୁ ନେଇ ଏହି ଉତ୍ସବର ନାମକରଣ ହୋଇଥିବା ବେଳେ ଲୋକଗୀତ, ଲୋକ ନୃତ୍ୟ ଓ ଲୋକ ସଂସ୍କୃତିର ପରମ୍ପରାକୁ ନେଇ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଆଜିଠାରୁ ଏହି ଉତ୍ସବ ଅନୁଷ୍ଠିତ ହେବ ।
4ଦିନ ଧରି ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ:
ଆଜିଠାରୁ ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଦୁଲୁକି ଉଠିବ ରେଣ୍ଡୋ ମାଝୀ ମଞ୍ଚ । ପ୍ରଥମେ ସମସ୍ତ ବ୍ଲକରୁ ମଶାଲ ଆସି ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ବାହାରି ରେଣ୍ଡୋ ମାଝୀ ମଞ୍ଚରେ ପହଞ୍ଚିବ। ସେଠାରେ 4 ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆସାମର ବିହୁ, ଝାରଖଣ୍ଡର ପାଇକିଆ ନୃତ୍ୟ, ମହାରାଷ୍ଟ୍ର ଲାବନ୍ୟା, ଛତିଶଗଡ଼ର ପନ୍ତି , ପଞ୍ଜାବର ଭାଙ୍ଗଡା , ହରିଆଣାର ଫାକ, ରାଜସ୍ଥାନର ମାନିହାର ଓ କାଲବେରିଆ ନୃତ୍ୟ ସମେତ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କଳା ସଂସ୍କୃତି ପ୍ରଦର୍ଶିତ ହେବ । ସମ୍ବଲପୁରୀ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇ, ଓଡ଼ିଆ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ଓ ସୌରଭ ନାୟକ ସମେତ ଅସୀମା ପଣ୍ଡା ଭଳି କଳାକାର ଯୋଗ ଦେବାରେ କାର୍ଯ୍ୟକ୍ରମ ରହିଛି ।
Kalahandi Utsav Ghumura 2025 (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ସମ୍ବଲପୁର ଲୋକ ମହୋତ୍ସବ ଉଦଘାଟିତ, ମନମୋହିଲା ଫ୍ୟୁଜନ ଡ୍ୟାନ୍ସ - SAMBALPUR LOK MAHOTSAV
ଏହା ମଧ୍ୟ ପଢନ୍ତୁ-'ପରବ' ପ୍ରସ୍ତୁତି ଜୋରଦାର, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ - PARAB FESTIVAL PREPARATION
ଖୋଲିବ ପଲ୍ଲିଶ୍ରୀ ମେଳା ସହ ହସ୍ତ ବୟନଶିଳ୍ପ:
KALAHANDI UTSAV GHUMURA 2025 (ETV BHARAT ODISHA) ସେହିପରି ପାର୍ବା ମଞ୍ଚରେ ଜିଲ୍ଲାର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ନୃତ୍ୟ ପରିବେଷଣ ହେବ । ଏହି ଉତ୍ସବରେ ପଲ୍ଲିଶ୍ରୀ ମେଳା ସହ ହସ୍ତ ବୟନଶିଳ୍ପ ଭଳି ବିଭିନ୍ନ ବ୍ୟବସାୟୀଙ୍କ ପକ୍ଷରୁ ଦୋକାନ ବଜାର ଖୋଲା ଯିବ । ଯେଉଁଥିରେ ୩୨୮ ଟି ଷ୍ଟଲ ରହିବ । ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଗତକାଲି (ସୋମବାର) ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଥିଲେ । ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ପାୱାର୍ ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଵାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ ସମସ୍ତ କମିଟିର ସଭାପତି ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।
Kalahandi Utsav Ghumura 2025 (ETV BHARAT ODISHA) Kalahandi Utsav Ghumura 2025 (ETV BHARAT ODISHA) କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍ତି , " ଆମର କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫, ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆସନ୍ତା ଚାରି ଦିନ କଣ କଣ କାର୍ଯ୍ୟକ୍ରମ ହେବ, କେମିତି ସୁରକ୍ଷିତ ଓ ଶାନ୍ତିଶୃଙ୍ଖଳାର ସହିତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେନେଇ ଆଲୋଚନା କରାଯାଇଛି ଓ ବିଭିନ୍ନ ରାଜ୍ଯରୁ ମଧ୍ୟ କଳାକାର ଆସୁଛନ୍ତି "।
Kalahandi Utsav Ghumura 2025 (ETV BHARAT ODISHA) ଇଟିଭି ଭାରତ, କଳାହାଣ୍ଡି