ଓଡିଶା

odisha

ETV Bharat / state

କଳାହାଣ୍ଡି ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିଲେ କଟପ୍ପା - KALAHANDI UTSAV GHUMURA

ଦ୍ୱିତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ । ଆକର୍ଷଣ ସାଜିଲେ କଳାହାଣ୍ଡି କଟପ୍ପା । କାର୍ଯ୍ୟକ୍ରମରେ ସାମିଲ ହେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

କଳାହାଣ୍ଡି ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିଲେ କଟପ୍ପା
କଳାହାଣ୍ଡି ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିଲେ କଟପ୍ପା (ETV Bharat Odisha)

By ETV Bharat Odisha Team

Published : Jan 16, 2025, 5:07 PM IST

ଭବାନୀପାଟଣା: କଳା ସଂସ୍କୃତି ଓ ପରମ୍ପରାର ମହାକୁମ୍ବ ‘କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫’ର ଦ୍ଵିତୀୟ ସନ୍ଧ୍ୟାରେ ନାଚ ଗୀତରେ ଦୁକୁକିଲା ରେଣ୍ଡୋ ମାଝୀ ମଞ୍ଚ । ସଭା କାର୍ଯ୍ଯ ପରେ ପରେ ବୀର ବାଦ୍ୟ ଘୁମୁରାର ଆରମ୍ଭ ହୋଇଥଲା ସାଂସ୍କୃତିକ ସନ୍ଧ୍ୟା । ଏହାପରେ ଭୁବନେଶ୍ବର ର ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାର ଆକର୍ଷଣ ପାଲଟିଥିଲେ କଳାହାଣ୍ଡି କଟପ୍ପାଙ୍କ ସମ୍ବଲପୁରୀ ନୃତ୍ୟ ଯାହାକୁ ମନ ଭରି ଉପଭୋଗ କରିଥିଲେ ଅତିଥିଙ୍କଠାରୁ ଦର୍ଶକ । ପରେ ପରେ ଓଡ଼ିଆ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ୍ କବିଙ୍କ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ହୋଇଥଲା ।

  • ସାମିଲ ହେଲେ ରାଜସ୍ବ ମନ୍ତ୍ରୀ

ଜିଲ୍ଲାରୁ ପ୍ରବାହାମାନ ଏହି ସଂସ୍କୃତିକୁ ମହାକୁମ୍ଭର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ରାଜସ୍ବ ବିଭାଗ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ, ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟ ଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ ପ୍ରମୁଖ ଯୋଗ ଦେଇଥିଲେ । ସେପଟେ ଧର୍ମଗଡଠାରେ ମଧ୍ୟ ଉପଖଣ୍ଡସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଘାଟିତ ହୋଇଯାଇଛି ।

କଳାହାଣ୍ଡି ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିଲେ କଟପ୍ପା (ETV Bharat Odisha)
  • ଉତ୍ସାହିତ ଦର୍ଶକ

ମୁଖ୍ୟଅତିଥି ଭାବରେ ରାଜସ୍ବ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୁଜାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ୍‌ କରିଥିଲେ । ଏନେଇ କଳାହାଣ୍ଡି ବାସିନ୍ଦା ଲୋଚନୀ ବାଗ କହିଛନ୍ତି ଯେ," କଳାହାଣ୍ଡି ଉତ୍ସବ ଦେଖିକି ବହୁତ୍ ଖୁସି ଲାଗୁଚି । କଳାହାଣ୍ଡି ଉତ୍ସବ ଏହା କେବଳ ଏକ ଉତ୍ସବ ନୁହେଁ ଏହା ଆମ୍ ପାଇଁ ଏକ ପର୍ବ । ପ୍ରତ୍ୟକ୍ ବର୍ଷ ଆମେ ଅପେକ୍ଷା କରି ରହି ଥାଉ ଯେ କଳାହାଣ୍ଡି ଉତ୍ସବ କେବେ ଆସିବ ବୋଲି କାରଣ ଆମ୍ କଳା ସଂସ୍କୃତି ସଙ୍ଗେ ସଙ୍ଗେ ଅନ୍ୟ ରାଜ୍ୟର ମଧ୍ୟ କଳାକୁ ଦେଖିବାର ଏକ ସୁଜୋଗ ମିଳିଥାଏ । ବହୁତ୍ ସୁନ୍ଦର୍ ସାଜଶଯ୍ୟା ମଧ୍ୟରେ ବହୁତ୍ ଖୁଶି ଅନୁଭବ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି "।

କଳାହାଣ୍ଡି ଉତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିଲେ କଟପ୍ପା (ETV Bharat Odisha)
  • ଆକର୍ଷଣ ସାଜିଲେ କଳାହାଣ୍ଡି କଟପ୍ପା

ସେପଟେ ଏନେଇ କଳାହାଣ୍ଡି କଟପ୍ପା ନାଁରେ ପରିଚିତ ଥିବା କଳାକାର ସୁନୀଲ ମହାନନ୍ଦ କହିଛନ୍ତି ଯେ, " ଏହି ଉତ୍ସବ ମତେ ଏକ ନୂଆଁ ପରିଚୟ ଦେଇଥିଲା ଧନ୍ୟବାଦ୍ ଦେବୀ ଜିଲ୍ଲା ପ୍ରଶାସନକୁ କାରଣ ବହୁତ୍ ସୁନ୍ଦର ସାଜସଜ୍ୟା ହୋଇଛି ଯେତେ ଦେଖିଲେ ମଧ୍ୟ ମନ ଭରୁନାହିଁ । ଏହି ମଞ୍ଚରେ କାଲା ପ୍ରଦର୍ଶିତ କରି ଆମେ ବହୁତ୍ ଖୁଶି ବୋଲି ସେ ପ୍ରକାଶ କରିଛନ୍ତି"। ଏନେଇ ରାଜ୍ଯ ରାଜସ୍ବ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୁଝାରୀ କହିଛନ୍ତି ଯେ," ଓଡ଼ିଶାର ଐତିହ୍ୟ ପରମ୍ପରା ଓ ଓଡ଼ିଶାର ଅସ୍ମିତାର କଥା ଆମେ କହୁଛୁ ମୋର ଯେଉଁ ସୌଭାଗ୍ୟ ମିଳିଛି ରାଜ୍ଯ ଭିତରେ ଏବଂ ବାହାରେ କଳା ସଂସ୍କୃତି ଦେଖିବା ପାଇଁ ମତେ ଲାଗୁଛି ସବୁ ଜିଳ୍ଲାର କଲା ସଂସ୍କୃତି ଭିତରୁ କଳାହାଣ୍ଡିର କଳା ସଂସ୍କୃତି ଓ ପରମ୍ପରା ବୋଧହୁଏ ସର୍ବତ୍ତୋମ ହେବ । କେବଳ ରାଜ୍ଯ ନୁହେଁ ଭାରତ ବର୍ଷର ସଂସ୍କୃତି ପରମ୍ପରାକୁ ରୁଦ୍ଧିମନ୍ତ କରିବାରେ କଳାହାଣ୍ଡିର ଭୂମିକା ଅତୁଳନୀୟ ।’’

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details