ଓଡିଶା

odisha

ETV Bharat / state

ସକାଳେ ଡ୍ୟୁଟି କିଛି ଘଣ୍ଟା ପରେ ମୃତ୍ୟୁ, ୭ମ ବାଟାଲିୟନରୁ ସିପାହୀଙ୍କ ମୃତଦେହ ଉଦ୍ଧାର - Jawan body found

Soldiers Body Found: ସିପାହୀଙ୍କ ସନ୍ଦେହଜନକ ମୃତ୍ୟୁ । ୭ମ ବାଟାଲିୟନରୁ ସିପାହୀଙ୍କ ମୃତଦେହ ଉଦ୍ଧାର ପରେ ଖେଳିଯାଇଛି ଚାଞ୍ଚଲ୍ୟ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 12, 2024, 10:42 PM IST

Soldiers Body Found
Soldiers Body Found (ETV Bharat Odisha)

ଭୁବନେଶ୍ବର: ସକାଳେ ଡ୍ୟୁଟି କିଛି ଘଣ୍ଟା ପରେ ମୃତ୍ୟୁ । ୭ମ ବାଟାଲିୟନରେ ମିଳିଲା ସିପାହୀଙ୍କ ମୃତଦେହ । ୪୫ ବର୍ଷୀୟ ଦୁର୍ଯ୍ୟୋଧନ ମହାନ୍ତିଙ୍କ ମୃତ୍ୟୁକୁ ଚାଞ୍ଚଲ୍ୟ ଖେଳିଯାଇଛି । ଏନେଇ ଖବର ପାଇ ମୃତଦେହ ଜବତ ସହ କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟମର୍ଟମ କରିଛି ପୋଲିସ । ମିଳିଥିବା ସୁଚନା ଅନୁସାରେ, ଆଜି (ଶୁକ୍ରବାର) ସକାଳ ୭ଟା ସମୟରେ ବେକରେ ରଶି ଲାଗିଥିବା ଅବସ୍ଥାରେ ଏକ ଗଛ ତଳେ ପଡ଼ିଥିଲା ସିପାହୀଙ୍କ ମୃତଦେହ । ପୋଲିସ ଖବର‌ ପାଇ ମୃତଦେହକୁ ଜବତ କରିଥିଲା । ତେବେ ମୃତକ ହେଲେ ନିଆଳି ବିଳାସପୁରର ଦୁର୍ଯ୍ୟୋଧନ ମହାନ୍ତି । ସେହିଦିନ ସକାଳେ ଡ୍ୟୁଟି ମଧ୍ୟ କରିଥିଲେ । ଅନ୍ୟ କିଛି ପିଲାଙ୍କୁ କାମ ମଧ୍ୟ ଦେଇଥିଲେ। ହେଲେ ଏପରି କ'ଣ ହେଲା ଯେ ତାଙ୍କର ସନ୍ଦେହଜନକ ମୃତ୍ୟୁ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ ।

ଜୀବନ ହାରିାକୁ ଚେଷ୍ଟା କରୁଥିବାବେଳେ ରଶିଟି ଦୁର୍ବଳ ଥିବାରୁ ଛିଣ୍ଡିଯଇ ତଳେ ପଡ଼ିଥିବା ପୋଲିସ ସନ୍ଦେହ କରୁଛି । ତାଙ୍କର ଏଭଳି ନିଷ୍ପତ୍ତି ପଛରେ କିଛି ଟଙ୍କା ପଇସା କାରବାର କାରଣ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏନେଇ‌ ପରିବାର ଲୋକଙ୍କୁ ପଚରାଉଚରା‌ ସହ ଆକାଉଣ୍ଟ ଷ୍ଟେଟମେଣ୍ଟ ଯାଞ୍ଚ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ଖବର ପାଇ ପରିବାରଲୋକେ ଖବର ପାଇ ପହଞ୍ଚିଥିଲେ । ପତ୍ନି ଲୀନା ମହାନ୍ତି ସ୍ବାମୀଙ୍କ ଜୀବନ ହାରିବାକୁ କଥାକୁ ସ୍ବୀକାର କରିନାହାନ୍ତି । "ସେ ଏପରି କେବେ କରିବେ ନାହିଁ" ବୋଲି ଲୀନା ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ...ତାପଙ୍ଗରେ ଯୁବକ ନିଖୋଜ ଘଟଣା, ଓମ ପ୍ରକାଶଙ୍କ ମୃତଦେହ ଉଦ୍ଧାର - BODY FOUND IN TAPANG

ଏହା ବି ପଢନ୍ତୁ...ତାମିଲନାଡୁ BSP ରାଜ୍ୟ ସଭାପତିଙ୍କୁ ଘର ସମ୍ମୁଖରେ ହତ୍ୟା - Tamil Nadu BSP chief killed

ସେହିପରି ମୃତକଙ୍କ ଭାଇ ମଧ୍ୟ ଏପରି ଘଟଣାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ତେବେ ପୋଲିସର ତଦନ୍ତ ପରେ ଜଣାପଡିବ ବୋଲି ମୃତକଙ୍କ ଭାଇ ଅଭିଯୋଗ ଆଣିଛନ୍ତି। ଏନେଇ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଟଙ୍କା ଦେଣନେଣ ମୃତ୍ୟୁ ପଛର କାରଣ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଟଙ୍କା କାହାକୁ ଦେଇଥିଲେ ନା ନିଜେ ନିବେଶ କରିଥିଲେ ସେନେଇ ପୋଲିସ ତଦନ୍ତ ଚଳାଇଛି । ପୋଲିସର ତଦନ୍ତ ପରେ ଘଟଣା ପଛର ସତ ସାମନାକୁ ଆସିବ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details