ଓଡିଶା

odisha

ETV Bharat / state

ଅଭ୍ୟନ୍ତରୀଣ ଶାନ୍ତିରେ ହିଁ ଦେଶ ବିକାଶ ସମ୍ଭବ: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ - ITBP FOUNDATION DAY CELEBRATION

ITBP ପାଲିଲା ୬୩ ତମ ପ୍ରତିଷ୍ଠା ଦିବସ । ଯୋଗଦେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ ।

ITBP FOUNDATION DAY CELEBRATION
ITBP FOUNDATION DAY CELEBRATION (ETV Bharat Odisha)

By ETV Bharat Odisha Team

Published : Jan 7, 2025, 5:16 PM IST

ଖୋର୍ଦ୍ଧା:ଇଣ୍ଡୋ-ତିବ୍ବତ ସୀମା ସୁରକ୍ଷା ବଳ (ଆଇଟିବିପି)ର ୬୩ତମ ପ୍ରତିଷ୍ଠା ଦିବସ ଖୋର୍ଦ୍ଧା ତରତୁଆ ସ୍ଥିତ ବାଟାଲିୟନ କ୍ଯାମ୍ପସରେ ମହାଡମ୍ବରରେ ପାଳିତ ହୋଇଛି । ଏଥିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ ମୁଖ୍ଯଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ୍‌ କରିଥିଲେ । କ୍ୟାମ୍ପସରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଟିବିପି ମହାନିର୍ଦ୍ଦେଶକ ରାହୁଲ ରସଗୋତ୍ରା ମଧ୍ୟ ଉପସ୍ଥିତ ଥିଲେ ।

  • ଆଇଟିବିପିର ସେବାକୁ ପ୍ରଶଂସା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ:

କେନ୍ଦ୍ରମନ୍ତ୍ରୀ ନିତ୍ଯାନନ୍ଦ ରାୟ ଖୋର୍ଦ୍ଧା ସ୍ଥିତ 41ଟି ବାଟାଲିୟନ, ଆଇଟିବିପି କ୍ୟାମ୍ପସରେ ଫୋର୍ସର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଏକ ଚମତ୍କାର ପରେଡର ସମୀକ୍ଷା କରିଥିଲେ । ‘ଆଇଟିବିପି’ର ୬୩ତମ ପ୍ରତିଷ୍ଠା ଦିବସ ଅବସରରେ ଆଇଟିବିପି କଣ୍ଟିଜେଣ୍ଟ, ମହିଳା କଣ୍ଟିଜେଣ୍ଟ, ପର୍ବତାରୋହୀ ଦଳ ଚିତ୍ତାକର୍ଷକ ପରେଡ୍‌ ପ୍ରଦର୍ଶନ କରିଥିଲେ । ଏହାସହ ସେ ଆଇଟିବିପିରେ କାର୍ଯ୍ୟରତ କର୍ମୀଚାରୀଙ୍କୁ ୬୨ ବର୍ଷ ଧରି ଉତ୍ସର୍ଗୀକୃତ ସେବା ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ହିମାଳୟ ସୀମାରେ ଆହ୍ବାନପୂର୍ଣ୍ଣ ଅବସ୍ଥାରେ ଦେଶର ସୁରକ୍ଷାରେ ଅଦମ୍ଯ ଉତ୍ସାହ, ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ କେନ୍ଦ୍ର ମନ୍ତ୍ରୀ ।

ITBP FOUNDATION DAY CELEBRATION (ETV Bharat Odisha)
ITBP FOUNDATION DAY CELEBRATION (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ପହଞ୍ଚିଲେ ଜୟଶଙ୍କର, ବିମାନ ବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ - JAISHANKAR IN BHUBANESWAR

ଏହା ମଧ୍ୟ ପଢନ୍ତୁ...ରାୟଗଡ଼ାରେ ନୂତନ ରେଳ ଡିଭିଜନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ - RAYAGADA RAILWAY DIVISION

ଏହା ମଧ୍ୟ ପଢନ୍ତୁ...ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY

  • ସଫଳତା ଉପରେ ଆଲୋକପାତ କଲେ ଆଇଟିବିପି ମହାନିର୍ଦ୍ଦେଶକ :

ଆଇଟିବିପି ମହାନିର୍ଦ୍ଦେଶକ ରାହୁଲ ରସଗୋତ୍ରା ମୁଖ୍ୟ ଅତିଥି ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ଗତ ଏକ ବର୍ଷ ମଧ୍ୟରେ ଫୋର୍ସର ମହତ୍ପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ ।ପ୍ରତିକୂଳ ପରିସ୍ଥିତିରେ ହିମଭର୍ସଙ୍କ ଦ୍ୱାରା ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ସେବାଗୁଡିକ ବିଷୟରେ ସରକାରଙ୍କ ସଚେତନତାକୁ ସେ ସ୍ୱୀକାର କରିଛନ୍ତି ।

ITBP FOUNDATION DAY CELEBRATION (ETV Bharat Odisha)
  • ପରେଡର ମୁଖ୍ୟ ଆକର୍ଷଣ:

ଏହି ପ୍ୟାରେଡରେ ସମସ୍ତ ଆଇଟିବିପି ସୀମାନ୍ତର ଏକ କଣ୍ଟିଜେଣ୍ଟ୍, ମହିଳା କଣ୍ଟିଜେଣ୍ଟ୍, ସ୍କିଙ୍ଗ୍ ଏବଂ ପର୍ବତାରୋହୀ ଦଳ, ପାରାଟ୍ରୁପର୍ ଏବଂ କୁକୁର ସାମିଲ୍‌ ହୋଇ ଚିତ୍ତାକର୍ଷକ ପରେଡ ପ୍ରଦର୍ଶନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସେ ଓଡିଶା ଗସ୍ତରେ ଅଛନ୍ତି ।

ITBP FOUNDATION DAY CELEBRATION (ETV Bharat Odisha)
ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details