ଓଡିଶା

odisha

ETV Bharat / state

ବ୍ୟବସାୟୀଙ୍କ ଘରେ ଆୟକର ରେଡ୍, ଭୁବନେଶ୍ୱରରୁ ମିଳିଲାଣି 3 କୋଟି ନଗଦ ଟଙ୍କା - IT Raid In Bhubaneswar - IT RAID IN BHUBANESWAR

IT Raid In Bhubaneswar: ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଘଟଣା ଘଟିଛି । ବ୍ୟବସାୟୀଙ୍କ ନାଁରେ ଆୟକର ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଥିଲା । ଜାଣନ୍ତୁ ତା'ପରେ କ'ଣ ହେଲା ।

IT Raid In Bhubaneswar
IT Raid In Bhubaneswar (ETV Bharat Odisha)

By ETV Bharat Odisha Team

Published : May 9, 2024, 10:37 PM IST

IT Raid In Bhubaneswar (ETV Bharat Odisha)

ଭୁବନେଶ୍ବର:ରାଜଧାନୀରେ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ । ଆୟକର ଫାଙ୍କିବା ଅଭିଯୋଗରେ ରେଡ ହୋଇଥିବାବେଳେ ମିଳିଲାଣି 3 କୋଟିରୁ ଊର୍ଦ୍ଧ୍ବ ଟଙ୍କା । ଏନେଇ ଭୁବନେଶ୍ୱରର ଲକ୍ଷ୍ମୀସାଗର ସ୍ଥିତ ବାସଭବନର ଚଢ଼ାଉ ହୋଇଛି । ମିଳିଥିବା ସୂଚନା ଅନୁସାରେ‌, ପ୍ରିଣ୍ଟିଂ ଓ ଫ୍ଲେକ୍ସ ବ୍ୟବସାୟୀ ରଞ୍ଜିତ ଜୈନଙ୍କ ଘରେ ରେଡ ବେଳେ‌ ନଗଦ 3 କୋଟିରୁ ଉର୍ଦ୍ଧ୍ବ ଟଙ୍କା ମିଳିଛି । ଯାହାକୁ ଦେଖି ତାଜୁବ ଇନକମ ଟ୍ୟାକ୍ସ ଅଧିକାରୀ । କାରଣ ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା କାହିଁକି ସେ ଘରେ ରଖିଥିଲେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ ସେନେଇ ଆୟକର ଅଧିକାରୀ ତଦନ୍ତ ଚଳାଇଛନ୍ତି।


ଆୟକର ଅଧିକାରୀଙ୍କ କହିବା ଅନୁସାରେ, "ଚଢାଉ ବେଳେ ସମ୍ପୃକ୍ତ ବ୍ୟବସାୟୀଙ୍କ ଘରେ କିଛି ଆଞ୍ଚଳିକ ଦଳର ଫ୍ଲେକ୍ସ ଓ ଲୋଗୋ ଥିବା ବ୍ୟାନର ପୋଷ୍ଟର ମଧ୍ୟ ଦେଖିବାକୁ ପାଇଛନ୍ତି । ତେବେ ନିର୍ବାଚନ ସମୟରେ ପ୍ରିଣ୍ଟ କରାଯାଉଥିବା ପୋଷ୍ଟର ବ୍ୟାନର ପାଇଁ ଏହି ସବୁ ଟଙ୍କା ଆସିଥିବା ସନ୍ଦେହ କରାଯାଉଛି । ଏତେ ପରିମାଣର ଟଙ୍କା ଅଫିସିଆଲ୍ ନା ଅନ ଅଫିସିଆଲ ସୂତ୍ରରୁ ଆସିଛି ତାହାକୁ ନେଇ ସନ୍ଦେହ ଉପୁଜିଛି । ଏନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି । ଏଥିସହ କାଗଜ ପତ୍ର ମଧ୍ୟ ଯାଞ୍ଚ ଚାଲିଛି । ଦୀର୍ଘ ଦିନ ଧରି ଚାଲିଥିବା ବ୍ୟାଙ୍କ ଟ୍ରାନଜାକ୍ସନ ବିଭିନ୍ନ ଆକାଉଣ୍ଟରେ ଥିବା ଟଙ୍କା ଓ ଫିକ୍ସ ଡିପୋଜିଟ୍, କରେଣ୍ଟ ଟ୍ରାଜାକ୍ସନ ଓ ବ୍ୟବସାୟିକ କାରବାର କିଭଳି ହେଉଥିଲା, ଭାଉଚର ଓ ଅନଲାଇନ ଟ୍ରାନାଜାକ୍ସନ ଆଦିକୁ ନେଇ ମଧ୍ୟ ଯାଞ୍ଚ ଚାଲିଛି ।"

ଏହା ବି ପଢନ୍ତୁ...ଝାଡଖଣ୍ଡ ମନ୍ତ୍ରୀଙ୍କ ସହଯୋଗୀଙ୍କ ଘରେ ଟଙ୍କାର ପାହାଡ, ରେଡ ବେଳେ କୋଟି କୋଟି ଟଙ୍କା ଜବତ - ED Raids In Ranchi

ରାଜନୈତିକ ଲିଙ୍କ୍ ରହିଛି କି ନାହିଁ ଏଭଳି ଅନେକ ଦିଗକୁ ନେଇ ତନାଘନା ଚଳାଇଛି ଆଇଟି । ତେବେ ବୁଦ୍ଧେଶ୍ବର କଲୋନିରେ ଥିବା ଏହି ବ୍ୟବସାୟୀଙ୍କ ଘରେ ତଳ ମହଲାରେ ଚାଲିଥିଲା ପ୍ରିଣ୍ଟି ଓ ଫ୍ଲେକ୍ସ ବ୍ୟବସାୟ। ଉପର ମହଲାରେ ସେ ନିଜେ ରହୁଥିଲେ । ତାଙ୍କର ଏକ ଗଣମାଧ୍ୟମ ସଂସ୍ଥା ରହିଥିବା ମଧ୍ୟ ଆୟକର ପକ୍ଷରୁ ସୂଚନା ମିଳିଛି। ତାଙ୍କର ଅନ୍ୟାନ୍ୟ ବ୍ୟବସାୟ ଉପରେ ମଧ୍ୟ ଆୟକର ବିଭାଗ ନଜର ରଖିବା ସହ ସମସ୍ତ ଦିଗକୁ ନେଇ ଖୋଳତାଡ଼ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details