ପୁରୀ: ଆମେରିକାର ହ୍ୟୁଷ୍ଟନ ସହରରେ ଆଗାମୀ ନଭେମ୍ୱର ୯ ତାରିଖରେ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି ଇସ୍କନ। କେବଳ ସେତିକି ନୁହେଁ ନଭେମ୍ୱର ୩ ତାରିଖରେ ମଧ୍ୟ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଆୟୋଜନ କରିବ ଇସ୍କନ । ଏନେଇ ସୋସିଆଲ ମିଡିଆରେ ଇସ୍କନ ପକ୍ଷରୁ ସୂଚନା ଦିଆଯିବା ପରେ ଜଗନ୍ନାଥ ପ୍ରେମୀ ଏବଂ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ୍ପରାକୁ ଉଲ୍ଲଂଘନ କରାଯାଇ ଅଦିନିଆ ରଥଯାତ୍ରା ଆୟୋଜନ ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ ବୋଲି ବରିଷ୍ଠ ସେବାୟତ କହିଛନ୍ତି। ବିଧି, ପରମ୍ପରା ଓ ଶାସ୍ତ୍ର ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପୁରୀରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏଣୁ ମହାପ୍ରଭୁଙ୍କୁ ଭଲ ପାଉଥିବା ଏବଂ ଭକ୍ତି କରୁଥିବା ପ୍ରତ୍ୟେକ ଭକ୍ତ ଏହି ପରମ୍ପରାକୁ ସମ୍ମାନ ଦେବା ଉଚିତ । ତେବେ ଦୁର୍ଭାଗ୍ୟର ବିଷୟ ଇସ୍କନ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର ଆଳରେ ବ୍ୟବସାୟିକ ମନବୃତ୍ତି ନେଇ ଅଦିନିଆ ରଥଯାତ୍ରା ଆୟୋଜନ କରିବା ଠିକ୍ ନୁହେଁ ବୋଲି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମତ ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଇସ୍କନ ସହିତ ଏନେଇ ଶିଘ୍ର ଆଲୋଚନା କରି ଏଭଳି ଅଦିନିଆ ରଥଯାତ୍ରାକୁ ତୁରନ୍ତ ବନ୍ଦ କରିବା ସହ ଭବିଷ୍ୟତରେ ଏହାର ଯେଭଳି ପୁନରାବୃତ୍ତି ନହୁଏ ସେନେଇ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେବାୟତ ଦାବି କରିଛନ୍ତି ।
ISKCON Rath Yatra (ISKCON Rath Yatra) ପୂର୍ବରୁ ଅନେକ ସମୟରେ ଅଦିନିଆ ରଥଯାତ୍ରା ଇସ୍କନ ଆୟୋଜନ କରିଆସୁଛି । ବାରମ୍ବାର ଜଗନ୍ନାଥ ପ୍ରେମୀଙ୍କ ବିରୋଧ ସତ୍ତ୍ଵେ ଏହାକୁ ଖାତିର କରୁନି ଇସ୍କନ । ମହାପ୍ରଭୁଙ୍କ ପରମ୍ପରାକୁ ପ୍ରଚାର ପ୍ରସାର ଆଳରେ ବିକୃତ କରିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଉଛି। ଗଜପତି ମହାରାଜା ମଧ୍ୟ ଅଦିନିଆ ରଥଯାତ୍ରା ଆୟୋଜନକୁ ନାପସନ୍ଦ କରିଛନ୍ତି। କେବଳ ରଥଯାତ୍ରା ଠାରୁ ବାହୁଡା଼ ଯାତ୍ରା ମଧ୍ୟରେ ଯେକୌଣସି ଅନୁଷ୍ଠାନ ବିଦେଶରେ ରଥଯାତ୍ରା ଆୟୋଜନ କରିପାରିବେ ବୋଲି ପୂର୍ବରୁ ଗଜପତି ମହାରାଜା ମତ ରଖି ସାରିଛନ୍ତି। ତେବେ ଅଦିନିଆ ରଥଯାତ୍ରା ମହାପ୍ରଭୁଙ୍କ ପରମ୍ପରାକୁ କୁଠାରାଘାତ ବୋଲି ଗଜପତି ମହାରାଜା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ଆମେରିକାରେ ଅଦିନିଆ ରଥଯାତ୍ରାକୁ ନେଇ ବିଭିନ୍ନ ମହଲରେ ତୀବ୍ର ବିରୋଧ ପ୍ରକାଶ ପାଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଚୁପ୍ ବସିବା ଭକ୍ତ ଏବଂ ସେବାୟତଙ୍କୁ ବିସ୍ମିତ କରିଛି। ଶ୍ରୀମନ୍ଦିର ପ୍ରଶାସନର ଏଭଳି ବେପାରୁଆ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ଭକ୍ତ ଓ ସେବାୟତ। ତେବେ ଏ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ।
ISKCON Rath Yatra (ETV Bharat Odisha) ଏହା ବି ପଢନ୍ତୁ- ଇସ୍କନ ରଥଯାତ୍ରା; ବର୍ଷା ସତ୍ତ୍ବେ ବି ଭକ୍ତଙ୍କ ପ୍ରବଳ ଭିଡ, ମହାବାହୁଙ୍କ ଦର୍ଶନ କରି ଆନନ୍ଦିତ ଶ୍ରଦ୍ଧାଳୁ - Iskcon Temple Rath Yatra
ଏହା ବି ପଢନ୍ତୁ- 'ଜୟ ଜଗନ୍ନାଥ' ଧ୍ବନିରେ ପ୍ରକମ୍ପିତ ବାହାରିନ, ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡ଼ାଯାତ୍ରା - Bahuda Yatra in Bahrain
ମହାପ୍ରଭୁଙ୍କର ପରମ୍ପରା, ସୁରକ୍ଷା ଏବଂ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ପ୍ରଶାସନ ଉପରେ ଦାୟିତ୍ଵ ନ୍ୟସ୍ତ କରିଛନ୍ତି। ହେଲେ ଦୁର୍ଭାଗ୍ୟର ବିଷୟ ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଥିବା ବରିଷ୍ଠ ଅଧିକାରୀ ମାନେ ଏନେଇ କୌଣସି ପଦକ୍ଷେପ ନନେବା ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଜଗନ୍ନାଥ ପ୍ରେମୀ ହରିଶଙ୍କର ମିଶ୍ର କହିଛନ୍ତି, "ଇସ୍କନ ଯେଉଁ ଅଦିନିଆ ରଥଯାତ୍ରା କରୁଛି ତାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ। ହୁଏତ ଇସ୍କନ ଆମ ଧର୍ମ କୁ ଆଧାର କରି ଆମର ଧର୍ମକୁ ଧ୍ଵଂସ କରିବା ପାଇଁ ଏଭଳି ପ୍ରୟାସ ବାରମ୍ବାର କରିଆସୁଛି । ଏହାକୁ ବାରମ୍ବାର ବିରୋଧ କରାଗଲେ ମଧ୍ୟ ଏହାର ପରିବର୍ତ୍ତନ ହେଉ ନାହିଁ । ତେବେ ଏହାକୁ ଗୁରୁତ୍ୱର ତ୍ରୁଟି ଭାବେ ଗ୍ରହଣ କରାଯାଇ ଭାରତ ସରକାର ଏହାର ତଦନ୍ତ କରନ୍ତୁ । ଅଦିନିଆ ରଥଯାତ୍ରା ଆୟୋଜନ ପଛରେ ଇସ୍କନ ର କି ଉଦ୍ଦେଶ୍ୟ ରହିଛି । ତେବେ ଅଦିନିଆ ରଥ ଯାତ୍ରା ବନ୍ଦ କରାଯାଇ କେବଳ ଯେଉଁ ତିଥି ରେ ହେବା ଉଚିତ୍ ତାହା କରାଯାଉ ।"
ଆଉ ଜଣେ ପୁରୀ ବାସିନ୍ଦା ସୂର୍ଯ୍ୟ ରଥ କହିଛନ୍ତି, "ଗୋଟିଏ କଥା ସ୍ପଷ୍ଟ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ନିତୀ କାନ୍ତି, ପ୍ରତ୍ୟେକ ପର୍ବ ପର୍ବାଣୀ ତାହାର ତିଥି, ବାର, ନକ୍ଷତ୍ର ସବୁ ସ୍ଥିରୀକୃତ ହୋଇକି ଅଛି। ତାହା ପରିବର୍ତ୍ତନ ହୋଇପାରିବ ନାହିଁ। ଯଦି କୌଣସି ଭକ୍ତ, ସମାଜ, ଅନୁଷ୍ଠାନ ଯଦି ଜଗନ୍ନାଥ୍ ଙ୍କ ନୀତି କାନ୍ତି କରିବା ପାଇଁ ଚାହୁଁଛନ୍ତି ତାହା ସେ ଜଗନ୍ନାଥ୍ ମନ୍ଦୀର ର ସମାନ୍ତରାଳ ଭାବେ କରନ୍ତୁ। ତାଙ୍କ ମନ ଇଚ୍ଛା ସେ ରଥଯାତ୍ରା କରିବେ ତାହା ଗ୍ରହଣ ଯୋଗ୍ୟ ନୁହେଁ। ଆମେ ପ୍ରଶାସନ କୁ ଅନୁରୋଧ କରୁଚୁ ଏହାକୁ ରୋକିବାକୁ ପଦକ୍ଷପ ନିଆଯାଉ ।"
ISKCON Rath Yatra (ETV Bharat Odisha) ଶ୍ରୀ ମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, "ବର୍ଷ କୁ ଥରେ ଆଷାଢ ଶୁକ୍ଲ ଦ୍ୱିତୀୟା ରେ ରଥଯାତ୍ରା ହୋଇଥାଏ। ତେବେ ଇସ୍କନ ବାରମ୍ବାର ଅଦିନ ରେ ରଥଯାତ୍ରା କରୁଛନ୍ତି। ଆଗାମୀ ନଭେମ୍ବର 9 ତାରିଖ ରେ ଆମେରିକା ରେ ଯେଉଁ ରଥଯାତ୍ରା ଇସ୍କନ କରୁଚି ତାହା ଭକ୍ତ ଙ୍କୁ ବହୁତ ଆଘାତ ଦେଇଛି। ବିଭିନ୍ନ ସମୟ ରେ ରଥଯାତ୍ରା ହେଲେ ତାହାର ଗୁରୁତ୍ଵ ରହିବ ନାହିଁ। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ରେ ବିଜେପି ସରକାର୍ ଥିବା ବେଳେ ଏହାକୁ ଗୁରୁତର ଭାବେ ସରକାର ନେଇ ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ କରିବା ଉଚିତ୍। ଏହି ଘଟଣା ରେ ପ୍ରଧାନମନ୍ତ୍ରୀ ମଧ୍ୟ ହସ୍ତ କ୍ଷେପ କରି ଅଦିନିଆ ରଥଯାତ୍ରା କୁ ରୋକିବା ଉଚିତ୍ ।"