ଓଡିଶା

odisha

ETV Bharat / state

ଦୁଇ ବର୍ଷ ପରେ ବି ଭଗ୍ନ ଅବସ୍ଥାରେ ପ୍ରସିଦ୍ଧ ଶକ୍ତି ପୀଠ ମା’ ଶାରଳାଙ୍କ ମନ୍ଦିର, ମନ୍ତ୍ରୀଙ୍କ ଉଦବେଗ - Sarala Temple work delay - SARALA TEMPLE WORK DELAY

Maa Sarala Temple beautification work delayed: ଦୁଇବର୍ଷ ପରେ ବି ଭଗ୍ନ ଅବସ୍ଥାରେ ପଡି ରହିଛି ମାଆ ଶାରଳାଙ୍କ ମନ୍ଦିର । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଅଧିକ ପଢନ୍ତୁ

Sampad Swain reaction
Sampad Swain reaction (ETV Bharat Odisha)

By ETV Bharat Odisha Team

Published : Jun 24, 2024, 3:24 PM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳାଙ୍କ ପୀଠର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଏବେ ଶୀତଳ ଭଣ୍ଡାରରେ ଏକ ପ୍ରକାର ପଡିକି ରହିଛି । ସିଂହଦ୍ଵାର ମାଆଙ୍କ ମୁଖଶାଳାକୁ ସୌନ୍ଦର୍ଯ୍ୟକରଣ ନାମରେ ଭାଙ୍ଗି ଦିଆଯାଇଥିଲେ ମଧ୍ୟ ଏହା ବର୍ଷ ବର୍ଷ ଧରି ନିର୍ମାଣ ହୋଇ ପାରୁନାହିଁ । ଫଳରେ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

Sampad Swain reaction (ETV Bharat Odisha)

2022 ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ସମୟରେ ଶାରଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବା ସହିତ ପ୍ରଥମ ପର୍ଯ୍ୟାୟରେ 42 କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି କାର୍ଯ୍ୟ ବର୍ଷକ ମଧ୍ୟରେ ଶେଷ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଉନ୍ନୟନମୂଳକ କାର୍ଯ୍ୟରେ ମାଆଙ୍କ ମୁଖ୍ୟ ମନ୍ଦିର, ବେଢା ମଧ୍ୟରେ ଥିବା ମନ୍ଦିରର ପୁନରୁଦ୍ଧାର, ଚନ୍ଦନ ପୁଷ୍କରିଣୀର ପୁନରୁଦ୍ଧାର, ମନ୍ଦିରର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ନିର୍ମାଣ ,ଐତିହ୍ୟ ପ୍ରାଚୀର ନିର୍ମାଣ, ମନ୍ଦିରର ରୋଷଘର, ପ୍ରସାଦ ସେବନ ପାଇଁ ଆନନ୍ଦ ବଜାର, ମନ୍ଦିରର ଗୋଦାମ ଘର, ମନ୍ଦିର ପରିକ୍ରମା ପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ନିର୍ମାଣ, ଆଦି ନିର୍ମାଣ କରିବା ପାଇଁ ନକ୍ସା ପ୍ରସ୍ତୁତ ହେବା ସହିତ ଅର୍ଥ ମଞ୍ଜୁରୀ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ମନ୍ତ୍ରୀ ହେବା ପରେ ପ୍ରଥମ ଥର ସମ୍ପଦ ସ୍ୱାଇଁଙ୍କ ଜିଲ୍ଲା ଗସ୍ତ, ମା' ଶାରଳାଙ୍କୁ କଲେ ଦର୍ଶନ - MINISTER SAMPAD CHANDRA SWAIN

ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଇ ସମ୍ପୃକ୍ତ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । ହେଲେ ସୌନ୍ଦର୍ଯ୍ୟକରଣ ନାଁରେ ମନ୍ଦିର ଏବେ ଛାରଖାର ହୋଇ ପଡିଛି । ସମ୍ପୃକ୍ତ ଠିକା ସଂସ୍ଥା ମନ୍ଦିରର ମୁଖଶାଳା, ସିଂହଦ୍ଵାର ସମେତ ବେଢା ପ୍ରାଚୀର ଭାଙ୍ଗି ପକାଇ ରଖିଥିବା ଦେଖିବାକୁ ମିଳିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷରେ ମନ୍ଦିର ଚତ୍ରୁପାର୍ଶ୍ଵରେ ଥିବା ଶହ ଶହ ଦୋକାନ ଘର ଭାଙ୍ଗି ଦିଆଯାଇଥିବାରୁ ସମ୍ପୃକ୍ତ ଦୋକାନୀମାନଙ୍କ ଜୀବନଜୀବିକା ମଧ୍ୟ ବେଶ ପ୍ରଭାବିତ ହୋଇଛି ।

ଏସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଶୁଣିବାକୁ କେହିନାହିଁ । ଏହି ଘଟଣାକୁ ନେଇ ପାରାଦ୍ୱୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ ଉଦବେଗ ପ୍ରକାଶ କରିବା ସହ କହିଛନ୍ତି ଯେ, ପୂର୍ବରୁ ଥିବା ସରକାର ମନ୍ଦିର ସୌନ୍ଦର୍ଯ୍ୟକରଣ ନାମରେ ମନ୍ଦିର ଗୁଡିକୁ ଭାଙ୍ଗି ଶ୍ରୀହିନ କରାଇଛନ୍ତି । ଖାଲି ଶାରଳାଙ୍କ ମନ୍ଦିର କାହିଁକି ଓଡ଼ିଶାର ବିଭିନ୍ନ ପ୍ରାଚୀନ ମନ୍ଦିରଗୁଡିକ ସୌନ୍ଦର୍ଯ୍ୟକରଣ ନାମରେ ହରିଲୁଟ ହୋଇଛି । ଆମ ସରକାର ଏଥିପ୍ରତି ଅବଗତ ଅଛନ୍ତି । ମାଆଙ୍କ ମନ୍ଦିରର କାର୍ଯ୍ୟ କିପରି ତ୍ୱରାନ୍ୱିତ କରାଯାଇ ପାରିବ ତାହାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details