ଓଡିଶା

odisha

ETV Bharat / state

ଆସୁଛି ବର୍ଷା, ଏସବୁ ଜିଲ୍ଲାରେ ପ୍ରବଳ ଛେଚିବ - Odisha Weather - ODISHA WEATHER

Odisha Weather Update: ଆସୁଛି ବଡ଼ ବର୍ଷା । ପ୍ରବଳରୁ ଅତି ପ୍ରବଳ ବର୍ଷିବ । କେବେଠାରୁ ଓ କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ ପଢ଼ନ୍ତୁ ।

IMD Odisha Weather Forecast
IMD Odisha Weather Forecast (ETV Bharat Odisha)

By ETV Bharat Odisha Team

Published : Jun 17, 2024, 10:55 PM IST

ଭୁବନେଶ୍ବର:ରାଜ୍ଯରେ ଚାଲିଛି ଖରା ବର୍ଷାର ଲୁଚକାଳି । କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେଉଥିବା ବେଳେ ଅନେକ ସ୍ଥାନରେ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେଉଛି । ଏଭଳି ସ୍ଥିତି ଆଗାମୀ କିଛି ଦିନ ଧରି ଜାରି ରହିବ । ଆଗକୁ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Odisha Weather (ETV Bharat Odisha)

ତେବେ ଆଗାମୀ 5 ଦିନ ମଧ୍ୟରେ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ 30ରୁ 40 କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ 19 ତାରିଖ ପରଠାରୁ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । 20 ତାରିଖରେ ଝାରସୁଗୁଡା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି 21 ତାରିଖରେ ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେପଟେ ରାଜ୍ୟରେ ଅନେକ ସ୍ଥାନରେ ଏବେବି ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଟ କରୁଛି । ଆହୁରି 2 ଦିନ ଯାଏ ଅର୍ଥାତ ୧୯ ତାରିଖ ଯାଏଁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଗରମ ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜାଲ୍ଲାଗୁଡ଼ିକ ହେଉଛି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ । ଏହି ସବୁ ଜୁିଲ୍ଲାରେ ପ୍ରଚଣ୍ଡ ଗୁଳୁଗୁଳି ହେବାକୁ ଥିବା ବେଳେ ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ଅସହ୍ୟ ଗୁଳୁଗୁଳିରେ ଡେଞ୍ଜର ଜୋନରେ ହୃଦରୋଗୀ, ହୋଇଯାଆନ୍ତୁ ସାବଧାନ ! - Risk Of Heart Disease

ଅନ୍ୟପଟେ ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲା । ପାଗ ଅନୁକୂଳ ରହିଲେ ଏହା ଆଗକୁ ଅଗ୍ରସର ହୋଇପାରେ । ଫଳରେ ଓଡ଼ିଶାର କିଛି ଅଂଶକୁ ମୌସୁମୀ ଛୁଇଁପାରେ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମୋନରମା ମହାନ୍ତି । ସେପଟେ ବର୍ତ୍ତମାନ ରାଜ୍ୟରେ ଜୁନ ୧ରୁ ୧୭ ଜୁନ ମଧ୍ୟରେ ୯୧.୪ ମିମି ବର୍ଷା ରେକର୍ଡ ହେବା କଥା । କିନ୍ତୁ ରେକର୍ଡ ହୋଇଛି ମାତ୍ର ୩୬.୭ ମିମି ବର୍ଷା । ଯାହା ସ୍ୱାଭାବିକ ବର୍ଷାର ୪୨ ପ୍ରତିଶତ ନିଅଁଟିଆ । ଚଳିତ ସିଜିନରେ ୩ ଜିଲ୍ଲାରେ ସ୍ୱାଭାବିକ ବର୍ଷା, ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଓ ୨୬ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ କରାଯାଇଛି । ସେହିପରି ଗତ ୨୪ ଘଣ୍ଟାରେ ନୂଆପଡ଼ାରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details