ଭୁବନେଶ୍ୱର:ପଞ୍ଚତାରକାହୋଟେଲ ଆଗରେ ଦାମୀ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ ଘଟଣା । ୩ ଜଣଙ୍କୁ ଗିରଫ କରିଛି ସିବିଆଇ । ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନିଆଯାଇଛି । ସେମାନଙ୍କୁ ୧୧ ରେ ପୁଣି କୋର୍ଟରେ ହାଜର କରାଯିବ । ଗିରଫ ଅଭିଯୁକ୍ତ ହେଲେ ଏକ ଘରୋଇ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଏବଂ କଣ୍ଟ୍ରାକ୍ଟର ଦେବବ୍ରତ ମହାପାତ୍ର । ଗିରଫ ଅଭିଯୁକ୍ତମାନଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଥିଲା ସିବିଆଇ ।
ଦେଶର ବିଭିନ୍ନ ସ୍ଥାନରେ ରେଡ୍:
Cash Seized In Bhubaneswar (ETV Bharat Odisha) ଭୁବନେଶ୍ୱର ସ୍ଥିତ ଏକ ପଞ୍ଚତାରକା ହୋଟେଲ ସାମ୍ନାରେ ସିବିଆଇ ଟ୍ରାପ କରି ଟଙ୍କା ଜବତ କରିଛି । ଦାମୀ ଗାଡିରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ ପରେ ଓଡି଼ଶା ସମେତ କୋଲକାତା, ଦିଲ୍ଲୀରେ ସିବିଆଇ ରେଡ୍ ହୋଇଛି ।
ରାଜ୍ୟର ୫ ସ୍ଥାନରେ ସିବିଆଇ ରେଡ୍:
ଟ୍ରାପବେଳେ ଟଙ୍କା ସହ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର, କମ୍ପାନୀ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଓ ଅନ୍ୟ ଜଣେ କଣ୍ଟ୍ରାକ୍ଟର ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିଛି । ଏହାସହ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଲିଥିଲା ରେଡ୍। ବ୍ୟାଙ୍କ ଲକର ଓ ଘରେ ରେଡବେଳେ ଆଲମିରାରୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଭଦ୍ରକର ଗୋଟିଏ, କଟକରେ ଗୋଟିଏ ସ୍ଥାନ ଓ ଭୁବନେଶ୍ୱରର ଦୁଇଟି ସ୍ଥାନରେ ସହ ଛତ୍ରପୁରର ଗୋଟିଏ ସ୍ଥାନ ଭଳି ସମୁଦାୟ ୫ ସ୍ଥାନରେ ସିବିଆଇ ଚଢାଉ କରିଛି ।
ଏହା ବି ପଢନ୍ତୁ...ଭୁବନେଶ୍ବରରେ ଦିଲ୍ଲୀ CBIର ରେଡ; ଦେଢ଼ କୋଟିର ଡିଲ ପାଇଁ 12ଲକ୍ଷର ଲାଞ୍ଚ, 3 ଗିରଫ
୩ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ:
ଟେଣ୍ଡର ପାଇଁ ଅର୍ଥ କାରବାର ହୋଇଛି କି ନାହିଁ ସେନେଇ ଅଗ୍ରାହ୍ୟ କରିଛନ୍ତି ୩ ଅଭିଯୁକ୍ତ । ସେପଟେ ଘଟଣାକୁ ନେଇ ଅଧିକ ଖୋଳତାଡ଼ କରିବା ପାଇଁ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ୭ ଦିନ ରିମାଣ୍ଡ ଆବେଦନ କରିଥିବାବେଳେ ଭୁବନେଶ୍ବର ସ୍ଵତନ୍ତ୍ର ସିବିଆଇ କୋର୍ଟ ୩ ଦିନ ପାଇଁ ଅନୁମତି ଦେଇଛନ୍ତି। ୩ ଦିନ ରିମାଣ୍ଡ ମଧ୍ୟରେ ସିବିଆଇ ସମସ୍ତ ଅଭିଯୁକ୍ତଙ୍କୁ ମାରାଥନ ଜେରା କରିବ ବୋଲି ଜଣାପଡ଼ିଛି । ତେବେ କ'ଣ ହେଉଥିଲା ଡିଲ ? ଆଉ କିଏ ଏଥିରେ ଅଛନ୍ତି ସମ୍ପୃକ୍ତ? ୧୦ ଲକ୍ଷ ଟଙ୍କା ନେଣଦେଣର ସତ କ'ଣ ତାହାର ଖୋଳତାଡ ହେବ ।
ଏହା ମଧ୍ୟ ପଢନ୍ତୁ-ଲାଞ୍ଚ ନେଇ ଫସିଗଲେ ଲାଞ୍ଚୁଆ ପୋଷ୍ଟାଲ ଇନ୍ସପେକ୍ଟର, ବାନ୍ଧିଲା CBI - postal inspector in CBI net
ଇଟିଭି ଭାରତ, ଭୁବନେଶ୍ବର