ଓଡିଶା

odisha

ଅଲୌକିକ ଶୈବପୀଠ; ଶିବ ଲିଙ୍ଗରେ ପାଣି ଢାଳିଲେ ଆପେ ଆପେ ଉଭାନ ପାଣି ! କ'ଣ ରହିଛି କିମ୍ବଦନ୍ତୀ ? - Sikuan Famous Shiva Temple

By ETV Bharat Odisha Team

Published : Aug 4, 2024, 7:17 PM IST

Balangir Sikuan Famous Shiva Temple: ବଲାଙ୍ଗୀରରେ ସିକୁଆଁରେ ରହିଛି ଏକ ଅଲୌକିକ ଶୈବପୀଠ । ଯେଉଁଠି ଦେଖିବାକୁ ମିଳୁଛି ଅସ୍ୱାଭାବିକ ଘଟଣାମାନ । ତେବେ କ'ଣ କହିଛି ଏହି ମନ୍ଦିର ପଛରେ କିମ୍ବଦନ୍ତୀ । ଅଧିକ ପଢ଼ନ୍ତୁ

Sikuan Village Famous Shiva Temple
Sikuan Village Famous Shiva Temple (ETV Bharat Odisha)

ବଲାଙ୍ଗୀର: ଶିବ ଲିଙ୍ଗରେ ପାଣି ଢାଳିଲେ ଆପେ ଆପେ ପାଣି ଉଭାନ ହୋଇଯାଉଛି । ଭକ୍ତି ଚିତ୍ତରେ ଶଙ୍କରଙ୍କ ପୂଜାର୍ଚ୍ଚନା କେଲ ନିସନ୍ତାନ ମଧ୍ୟ ସନ୍ତାନ ପ୍ରପ୍ତି ହେଉଛନ୍ତି । ଏଭଳି ଏକ ଅଲୌକିକ ପୂରାତନ ଶୈବପୀଠ ରହିଛି ବଲାଙ୍ଗୀରରେ । ପୂରାତନ କାଳରୁ ତନ୍ତ୍ର ମନ୍ତ୍ରର ପୀଠ ଭାବରେ ଜଣାଶୁଣା ବଲାଙ୍ଗୀର । ଏଠାରେ ଅନେକ ଦେବଦେବୀଙ୍କ ମନ୍ଦିର ଓ ଏହା ସହିତ ଜଡ଼ିତ ଥିବା କିମ୍ବଦନ୍ତୀ ଅନେକ ସମୟରେ ଚର୍ଚ୍ଚାକୁ ଆସିଥାଏ । ଏହିପରି ଅନେକ ଶୈବପୀଠ ମଧ୍ୟରେ ସର୍ବ ପୂରାତନ ସିକୁଆଁ ଶୈବ ପୀଠର ମଧ୍ୟ କିଛି ସ୍ୱତନ୍ତ୍ର କିମ୍ବଦନ୍ତୀ ଓ ମାନ୍ୟତା ଯୋଗୁଁ ଏହି ପୀଠର ଭିନ୍ନ ପରିଚୟ ରହିଛି ।

Sikuan Village Famous Shiva Temple (ETV Bharat Odisha)

କ'ଣ କୁହେ କିମ୍ବଦନ୍ତୀ:

ବଲାଙ୍ଗୀର ସହର ଠାରୁ 25 କି.ମି ଦୂର ଦେଓଗାଁ ବ୍ଲକର ସିକୁଆଁ ଗ୍ରାମରେ ରହିଛି ଏକ ଶୈବପୀଠ । କିମ୍ବଦନ୍ତୀ ଅନୁସାରେ, ଏହି ଗ୍ରାମ ନଦୀ ପଠାରେ ଥିଲେ ମଧ୍ୟ ଏଠି ଚଟାଣ ବା ପଥର ମିଳେ ନାହିଁ । ସେଠାରେ ଶତାଧିକ ବର୍ଷ ତଳେ ଜଣେ କାଠୁରିଆ ଜଙ୍ଗଲରୁ କାଠ ନେଇ ଆସୁ ଥିବା ବେଳେ ତାଙ୍କ ସାମ୍ନାକୁ ଏକ ପଥର ଉଭା ହୋଇଥିଲା । କାଠୁରିଆ ଜଣଙ୍କ ସେହି ପଥରକୁ ଟାଙ୍ଗିଆରେ ହାଣି ସେଠୁ ଚାଲି ଆସିଥିଲେ । ହେଲେ ସେହି ଦିନ ଠାରୁ ତାକୁ ସ୍ୱପ୍ନାଦେଶ ହେବା ସହ ତା' ସହିତ ଅନେକ ଅସ୍ୱାଭାବିକ ଘଟଣାମାନ ଘଟିଥିଲା । ଯାହା ପରେ ସେ ସମୟର ଦେଓଗାଁ ଜମିଦାର ଜଗନ୍ନାଥ ସିଂଙ୍କ ପାଖରେ ଏହି କଥା ପହଞ୍ଚିଥିଲା । ସେ ଏଠାକୁ ଆସି ଦେଖିବା ବେଳକୁ ସ୍ୱୟଂ ମହାଦେବ ଉଭା ହୋଇଛନ୍ତି ବୋଲି ଜଣାପଡିଥିଲା।

ନିସନ୍ତାନଙ୍କୁ ହୁଏ ସନ୍ତାନ୍ ପ୍ରାପ୍ତି:

ପାଷାଣର ଏହି ଶିବ ଲିଙ୍ଗକୁ ନେଇ ସେହି ସମୟରେ ଏକ ମନ୍ଦିର ସ୍ଥାପନ ହେବା ସହ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ସେଠାରେ ଦେବ ଦେବ ମହାଦେବଙ୍କ ମହିମା ସମସ୍ତଙ୍କ ଗୋଚର ହୋଇଥିଲା । ଏହି ପୀଠରେ ମହାଦେବଙ୍କ ଆରାଧନା କଲେ ସନ୍ତାନ ପ୍ରାପ୍ତି, ରୋଗ ଦୁଃଖ ଦୂର ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଆସିଛି । ଏହି ବିଶ୍ୱାସରେ ଆଜି ବି ଏଠି ଭକ୍ତଙ୍କ ଭିଡ଼ ଜମେ । ସେଠାରେ ଶିବଲିଙ୍ଗରେ ଲାଗି ହେଉଥିବା ଜଳ ଉଭାନ ହୋଇଯାଏ । ଯାହାକୁ ନେଇ ଲୋକଙ୍କ ମାନ୍ୟତା ରହିଛି ଯେ, ଯେତେ ଜଳ ଲାଗି ହୋଇଥାଏ ତାହା ପାତାଳକୁ ଚାଲିଯାଏ । ସେହିପରି ଦୂର ଦୂରାନ୍ତରୁ ଲୋକ ଭକ୍ତ ଏଠାକୁ ମାନସିକ ପୂରଣ ପାଇଁ ଆସିଥାନ୍ତି । ଏଠିକାର ଏହି ଅଲୌକିକ ଘଟଣାର ସାକ୍ଷୀ ହୋଇଥାନ୍ତି ।


ଠାକୁରଙ୍କ ମହିମା ନେଇ କ'ଣ କହୁଛନ୍ତି ପୂଜକ:

ତେବେ ଏଠିକାର ପୂଜକ ଜୟରାମ ଥନାପତି କହିଛନ୍ତି, "1800 ମସିହା ମଧ୍ୟରେ ଏଠି ଏହି ଅଲୌକିକ ଘଟଣା ଘଟିଥିଲା । ଏକ କାଠୁରିଆ ମହାଦେବଙ୍କ ଲିଙ୍ଗକୁ ଅନ୍ୟକିଛି ଭାବି ଟାଙ୍ଗିଆରେ ହାଣି ଦେଇଥିଲା । ଯାହାପରେ ତାକୁ ସ୍ୱପ୍ନାଦେଶ ହେବା ସହ ଏ ବିଷୟରେ ଏଠିକାର ତତ୍କାଳୀନ ଜମିଦାରଙ୍କ ପାଖକୁ ଯାଇଥିଲା । ନିଜେ ଜମିଦାର ଏଠାକୁ ଆସି ମହିମା ଜାଣିବା ପରେ ଏଠି ମନ୍ଦିର ସ୍ଥାପନା ହୋଇଥିଲା । ସେହିଦିନ ଠାରୁ 3 ଭାଗରୁ 2 ଭାଗ ଥିବା ଅବଶିଷ୍ଟ ଲିଙ୍ଗର ପୂଜା ଅର୍ଚ୍ଚନା ହୋଇ ଆସୁଛି । ଏଠି ଲାଗି ହେଉଥିବା ଜଳ ପାତାଳ ଗତ ହେଉଥିବା ବେଳେ ଏବେ ତାର ଚାରି ପାର୍ଶ୍ଵରେ ମାର୍ବଳ ପଥରରେ ସୌନ୍ଦର୍ଯ୍ୟ କରଣ କରାଯିବା ସତ୍ତ୍ୱେ ଆଜି ବି ପାଣି ଉଭାନ ହୋଇ ଯାଉଛି । ଏଠାରେ ନିସନ୍ତାନ ମାନସିକ କଲେ ସନ୍ତାନ ପ୍ରାପ୍ତି କରିଥାନ୍ତି ।"

ଭକ୍ତଙ୍କ ବିଶ୍ବାସରେ ମହାଦେବ :
ସେପଟେ ଭକ୍ତ ମଧ୍ୟ ଏହି ପୀଠର କିମ୍ବଦନ୍ତୀକୁ ସତ ବୋଲି କହିଛନ୍ତି । ଏନେଇ ଭକ୍ତ କହିଛନ୍ତି, "ଏହି ସବୁ ଅଲୌକିକ ଘଟଣା ଦୈନନ୍ଦିନ ଦେଖି ଆସୁଛୁ । ତେଣୁ ଲୋକଙ୍କ ବିଶ୍ୱାସ ମାନ୍ୟତା ଯୋଗୁଁ ଏଠି ସବୁ ଶ୍ରାବଣ ମାସ ସୋମବାର ଓ ଶିବରାତ୍ରୀ ଦିନ ପ୍ରବଳ ଜନ ସମାଗମ ହୁଏ ।"

ଏହା ମଧ୍ୟ ପଢ଼ନ୍ତୁ...ବଲାଙ୍ଗୀରରେ ଅଲୌକିକ ଦୃଶ୍ୟ: ଘର ଭିତରେ ଶହ ଶହ ଊଇ ହୁଙ୍କା, ମହାଦେବଙ୍କ ସହ ନାଗ ସାପ ପୂଜାର୍ଚ୍ଚନା - Cobra Living inside devotees home

ମନ୍ଦିର ହୋଇ ପାରିନି ଉନ୍ନତି:

ଜଣେ ଭକ୍ତ କହିଛନ୍ତି, "ପୂରାତନ ମନ୍ଦିର ଭାବରେ ଯେତିକି ଉନ୍ନତି ହେବା କଥା, ସେଭଳି ହୋଇପାରିନାହିଁ । ମନ୍ଦିର ପରିସର ଠିକରେ ସଫାସୁତର ହୋଇପାରୁନାହିଁ । ଅନ୍ୟ ମନ୍ଦିର ଗୁଡ଼ିକ ଯେତିକି ଉନ୍ନତି କରାଯାଇଛି ଏହି ମନ୍ଦିରରେ ସେହି ପରିମାଣରେ ହୋଇପାରୁନାହିଁ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details