ଭୁବନେଶ୍ବର:ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୨୩ ତାରିଖ ସୁଦ୍ଧା ଲଘୁଚାପ ସମ୍ଭାବନା । ଯାହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଆସନ୍ତା ୨୩ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରୁଥିବାବେଳେ କାଲିଠୁ ବଢ଼ିବ ବର୍ଷା । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।
ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା !
ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ-ଉତ୍ତର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ , ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, କଟକ , ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା ।
୧୭ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ:
୨୨ ତାରିଖ ପାଇଁ ୧୭ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂଜାରି କରିଛି ପାଣିପାଗ ବିଭାଗ । ବିଜୁଳି ଘଡଘଡି ସହ ବର୍ଷା ହେବ ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ,କୋରାପୁଟ, ମାଲକାନଗିରି, ରାୟଗଡା,ମୟୂରଭଞ୍ଜ, ଢେଙ୍କାନାଳ ଓ କେନ୍ଦୁଝର । ଏଭଳି ସ୍ଥିତି ଆସନ୍ତା ୨୬ ତାରିଖ ଯାଏଁ ଜାରି ରହିବ । ବିଜୁଳି ଘଡଘଡି ସହ ବର୍ଷା ହେବ । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କାଁଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଭଦ୍ରକର ବାସୁଦେବପୁରରେ ସର୍ବାଧିକ ୪୫ .୦୦ ମିମି ବର୍ଷା ରେକର୍ଡ କରାଯାଇଛି ।