ଓଡିଶା

odisha

ETV Bharat / state

ସାରା ରାଜ୍ୟରେ ଛେଚୁଛି ବର୍ଷା; ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ - Heavy rain in Odisha

Odisha Weather Update: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଆଜି 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । ଅଧିକ ପଢନ୍ତୁ

ସାରା ରାଜ୍ୟରେ ଛେଚୁଛି ବର୍ଷା
ସାରା ରାଜ୍ୟରେ ଛେଚୁଛି ବର୍ଷା

By ETV Bharat Odisha Team

Published : Mar 20, 2024, 10:43 AM IST

Updated : Mar 20, 2024, 1:57 PM IST

ସାରା ରାଜ୍ୟରେ ଛେଚୁଛି ବର୍ଷା

ଭୁବନେଶ୍ୱର: କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଝଡ଼ ବର୍ଷା । ସାରା ରାଜ୍ୟରେ କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷା ହେଉଛି । ଗତକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ବିଶେଷକରି ଆଜି ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ପୁରୀ, କଟକ, କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ପାହାନ୍ତିଆ ସମୟରୁ ଲାଗି ରହିଛି ବର୍ଷା । ଆଗାମୀ ୨୪ ଘଣ୍ଟାରେ ଏହିସବୁ ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ ।

ଆସନ୍ତା ୨୪ ଘଣ୍ଟାରେ ଭାରି ବର୍ଷା ନେଇ ଯାଜପୁର, କଟକ, ନୟାଗଡ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଲେ ଗଞ୍ଜାମ, ଗଜପତି, ରାୟଗଡା, ପୁରୀ, ଅନୁଗୁଳ, ବୌଦ୍ଧ, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର । ସେହିପରି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ରହିଛି । ଏହି ବର୍ଷାର ପ୍ରଭାବ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ ।

ସେହିପରି ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଦକ୍ଷିଣ ଓଡ଼ିଶାରେ ମଧ୍ୟ ହାଲୁକରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେବ । ବର୍ଷା ଓ କୁଆପଥର ବର୍ଷା ପ୍ରଭାବରେ ଚାଷ ବିଶେଷ ଭବେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏହାକୁ ନେଇ ଚାଷୀକୂଳକୁ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:ଢେଙ୍କାନାଳରେ କାଳ ବୈଶାଖୀ ତାଣ୍ଡବ; ଘର ଉପରେ ପଡିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ


ଗତକାଲି ବୌଦ୍ଧରେ ସର୍ବାଧିକ ୬୬.୦୦ ମିମି ବର୍ଷା ରେକର୍ଡ ହୋଇଥିଲା । ଏହାପଛକୁ ଦାରିଙ୍ଗିବାଡିରେ ୬୬ ମିମି, ତାଳଚେରରେ ୬୫.୦୦ ମିମି, ନୟାଗଡରେ ୩୨.୦୦ ମିମି ଭୁବନେଶ୍ୱର ୨୫.୦୬ ମିମି ବର୍ଷା ରେକର୍ଡ କରାଯାଇଥିଲା ।

ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ପଶ୍ଚିମାବାୟୁ ସ୍ରୋତରେ ସୃଷ୍ଟି ହୋଇଥିବା ନିମ୍ନଚାପ ରେଖା ଯୋଗୁଁ ବର୍ଷା ଜାରି ରହିଛି । ଏହାସହ ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ସୃଷ୍ଟି ହୋଇଥିବା ନିମ୍ନଚାପ ରେଖା ସହ ଜଡିତ ପଶ୍ଚିମା-ଶୁଷ୍କବାୟୁ ସହିତ ବଙ୍ଗୋପସାଗର ଅଞ୍ଚଳରୁ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପରସ୍ପର ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ପରିସ୍ଥିତି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା, କୁଆପଥର, ଝଡ ପବନ ତଥା ଭାରି ବର୍ଷା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2024, 1:57 PM IST

ABOUT THE AUTHOR

...view details