ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ । ଆଜିଠାରୁ ରାଜ୍ୟରେ ସାମାନ୍ୟ ତାତି ବୃଦ୍ଧି ପାଇଛି । ଆସନ୍ତାକାଲିଠାରୁ ବା ପରବର୍ତ୍ତୀ ୪ରୁ ୫ ଦିନ ମଧ୍ୟରେ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ୧୬ ତାରିଖରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଏପ୍ରିଲ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ଥିତି ସାଙ୍ଘାତିକ ହେବ । ଯାହାକୁ ନେଇ ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ଅହେତୁକ ବୃଦ୍ଧି ଘଟିବ । ଅଧିକାଂଶ ସହରର ତାପମାତ୍ରା 41ରୁ 43 ଡିଗ୍ରୀ ଛୁଇଁବ । ଫଳରେ ତାତି ବଢିବ । ଯାହା ଶରୀର ପାଇଁ ଘାତକ ହୋଇପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ ।
ତେବେ ଆଜି ଓ ଆସନ୍ତାକାଲି ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନ ଯେପରିକି କେନ୍ଦୁଝର, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ମୟୂରଭଞ୍ଜ ଓ କେନ୍ଦୁଝରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲିଠାରୁ ରାଜ୍ୟରେ ତାତି ବଢିବ । ୧୪ ତାରିଖରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୨ଟି ଜିଲ୍ଲା ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ସେହିପରି ୧୫ ତାରିଖ ଓ ୧୬ ତାରିଖରେ ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ୧୩ ଜିଲ୍ଲା ଯେପରିକି ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଯାଜପୁର, ନୟାଗଡ଼, ବୌଦ୍ଧ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟକୁ ପୁଣି ଫେରୁଛି ତାତି, ଆକାଶରୁ ହେବ ଅଗ୍ନିବର୍ଷା ! - Odisha Weather
ପୁଣି ଆରମ୍ଭ ହେଲା ଗ୍ରୀଷ୍ମ ଲହରୀ, ଆସନ୍ତା 17ରୁ ସ୍ଥିତି ସାଙ୍ଘାତିକ ! - Odisha Weather - ODISHA WEATHER
Odisha Weather Update:ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଅଧିକ ପଢ଼ନ୍ତୁ
ପୁଣି ଆରମ୍ଭ ହେଲା ଗ୍ରୀଷ୍ମ ଲହରୀ, ଆସନ୍ତା 17ରୁ ସ୍ଥିତି ସାଙ୍ଘାତିକ !
Published : Apr 13, 2024, 6:12 PM IST
ପୁଣି ଆରମ୍ଭ ହେଲା ଗ୍ରୀଷ୍ମ ଲହରୀ, ଆସନ୍ତା 17ରୁ ସ୍ଥିତି ସାଙ୍ଘାତିକ !
ତେବେ ଆଗକୁ ତାପମାତ୍ରା ୧୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି । ଦିନ ସହ ରାତି ତାପମାତ୍ରାରେ ମଧ୍ୟ ବୃଦ୍ଧି ଘଟିବ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଗତ ୨୪ ଘଣ୍ଟାରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇଛି । ବୌଦ୍ଧର ବୁଦ୍ଧଗଡ଼ରେ ୩.୦ ମିମି ସର୍ବାଧିକ ବର୍ଷା ଓ ପାରଳାଖେମୁଣ୍ଡି ୩୭.୮ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର