ଓଡିଶା

odisha

ETV Bharat / state

ମାଓ କ୍ୟାଡ଼ର ଟିକେସର ଆତ୍ମସମର୍ପଣ - HARDCORE MAOIST SURRENDER

କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କଲା ମାଓ କ୍ୟାଡ଼ର ଟିକେସ । 10ଟି ଏନକାଣ୍ଟରରେ ଥିଲା ସାମିଲ ।

ଆତ୍ମସମର୍ପଣ କଲା ମାଓ କ୍ୟାଡ଼ର ଟିକେସ
ଆତ୍ମସମର୍ପଣ କଲା ମାଓ କ୍ୟାଡ଼ର ଟିକେସ (ETV Bharat Odisha)

By ETV Bharat Odisha Team

Published : Nov 28, 2024, 10:28 PM IST

ଫୁଲବାଣୀ:ସମାଜର ମୁଖ୍ୟତ୍ସୋତରେ ସାମିଲ ହେଲେ ଆଉ ଜଣେ କ୍ୟାଡର ମାଓବାଦୀ । କନ୍ଧମାଳ ପୋଲିସ ନିକଟରେ ଜଣେ କ୍ୟାଡ଼ର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ KKBN ମାଓ ସଙ୍ଗଠନର କ୍ୟାଡ଼ର ମାଓବାଦୀ ବିଜା ମାଡବି ଓରଫ୍ ଟିକେସ୍ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିଶି ।

କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ:

ଆତ୍ମସମର୍ପଣ କଲା ମାଓ କ୍ୟାଡ଼ର ଟିକେସ (ETV Bharat Odisha)

ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତରେ ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି କନ୍ଧମାଳ ଜିଲ୍ଲାରେ ଗତ କିଛି ଦିନ ଧରି ସକ୍ରିୟ ହୋଇପଡିଥିବା କ୍ୟାଡ଼ର ମାଓବାଦୀ ବିଜା ମାଡବି । ଏହି ମାଓ କ୍ୟାଡ଼ର ଜଣଙ୍କ ଗୋଟିଏ ପିସ୍ତଲ ସମେତ ଦୁଇଟି ଜିବନ୍ତ ଗୁଳି ସହ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜରିଆରେ ୬ଟି ଜିଲୋଟିନ୍ ଷ୍ଟିକ୍, ଦୁଇଟି ଇଲେକ୍ଟିକ୍ ଡେଟୋନେଟର,ଷ୍ଟିଲ୍ ଓ୍ବାଇର୍, ରେଡ଼ିଓ,ସୋଲାର୍ ପ୍ଲେଟ୍ ଓ ମାଓ ସାମଗ୍ରୀ ସମେତ ଖାଦ୍ୟ ସାମଗ୍ରୀ ଜବତ ହୋଇଥିବା କନ୍ଧମାଳ ଏସପି କହିଛନ୍ତି ।

ଟିକେସ 10ଟି ମାଓ ହିଂସାରେ ଥିଲେ ସାମିଲ:

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଘର ଛତିଶଗଡ଼ ସୁକମା ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡ଼ା ଗାଁରେ । ଟିକେସ ଗତ ୨୦୧୮ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିଲେ । ସେ ୧୦ଟି ମାଓ ହିଂସା କାର୍ଯ୍ୟରେ ସାମିଲ୍ ଥିବା ମଧ୍ୟ ଜଣାପଡ଼ିଛି । ଗୋଟିଏ ପଟେ ହିଂସାରୁ ଦୂରେଇ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ମାଓବାଦୀଙ୍କୁ ସରକାରଙ୍କ ଅପିଲ୍ ଏବଂ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାର ଯେଉଁ ଭଳି ଥଇଥାନ କରିଛନ୍ତି ସେଥିପ୍ରତି ଆକୃଷ୍ଟ ହୋଇଥିଲେ ଟିକେସ୍ । ଏଥିସହିତ ମାଓ ସଙ୍ଗଠନର ଶିବିରରେ ଚାଲିଥିବା ଅତ୍ୟାଚାର ଓ ଅମାନୁଷିକ କାର୍ଯ୍ୟକଳାପକୁ ନାପସନ୍ଦ କରି ସଙ୍ଗଠନ ଛାଡ଼ି ଟିକେସ୍ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ଓଡିଶା ମୁହାଁ ହେବେ କି ଛତିଶଗଡ ମାଓବାଦୀ ! ନୂଆପଡାରେ ମାଓ କ୍ୟାମ୍ପ ଠାବ ପରେ 60 ପ୍ରତିଶତ ସୀମାରେ କେନ୍ଦ୍ରୀୟ ଫୋର୍ସ ମୁତୟନ

ମାଲକାନଗିରି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

'୨୦୨୬ ସୁଦ୍ଧା ମୂଳପୋଛ ହେବେ ମାଓବାଦୀ', ଓଡ଼ିଶାରେ ସଫଳ ହୋଇଛି ମାଓ ଦମନ: DGP

କଣ କହିଲେ କନ୍ଧମାଳ ଏସପି ?

ଏନେଇ କନ୍ଧମାଳ ଏସପି ହରିଶ ବିଶି କହିଛନ୍ତି, ‘ଟିକେସ ଗତକାଲି ପିସ୍ତଲ ଧରିକି ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ସେ ପାଖପାଖି 10ଟି ଏନକାଉଣ୍ଟରରେ ସମ୍ପୃକ୍ତ ଥିଲା । ଏବେ ପୋଲିସ ଏନକାଉଣ୍ଟର ବଢୁଛି ସେ ଡରିକି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ବନ୍ଧୁକ ଛାଡି ସମାଜରେ ମୁଖ୍ୟ ସ୍ରୋତରେ ଅନ୍ୟମାନଙ୍କୁ ମୁଁ ସାମିଲ ହେବାକୁ ଅପିଲ୍‌ କରୁଛି ।’

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details