ବଲାଙ୍ଗୀର:ଫେରାର ପେଶାଦାର ଅପରାଧୀ ଗିରଫ । ପୋଲିସକୁ ବନ୍ଧୁକ ଦେଖାଇ ଖସି ଯିବାବେଳେ କାବୁ କଳା ପୋଲିସ । ହତ୍ୟା ଲୁଟ ଡ଼କାୟତି ଭଳି ଦଶଟି ମାମଲାରେ ଥିଲା ସମ୍ପୃକ୍ତ । ଗୋଟିଏ ପିସ୍ତଲ, ନଗଦ ଟଙ୍କା ତିନୋଟି ବାଇକ୍ ଜବତ । ଉକ୍ତ ଅଭିଯୁକ୍ତକୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
ବଲାଙ୍ଗୀରର ଜଣେ ପେଶାଦାର ଅପରାଧୀ ପ୍ରଦୀପ ପଟ୍ଟନାୟକକୁ ଧରିଲା ବଲାଙ୍ଗୀର ଟାଉନ ପୋଲିସ । ତେବେ ହତ୍ୟା, ଲୁଟ, ଡକାୟତି, ବେଆଇନ୍ ମଦ କାରବାର ଓ ମନି ଲଣ୍ଡ୍ରିଙ୍ଗ ଭଳି ଦଶଟି ମାମଲାରେ ଥିଲା ୱାଣ୍ଟେଡ । ତେବେ ଦୀର୍ଘ ଦିନରୁ ସେ ଫେରାର ଥିବାବେଳେ ନିକଟରେ ଆଉ ଏକ ମାମଲାରେ ସେ ଜଡ଼ିତ ଥିବାବେଳେ ପୋଲିସ ତାକୁ ଖୋଜୁଥିଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ତାର ରାମେଶ୍ବର ନଗର ସ୍ଥିତ ଘରେ ଚଢ଼ାଉ କରିଥିଲା । ଏହି ସମୟରେ ଅଭିଯୁକ୍ତ ଜଣକ ପୋଲିସକୁ ଏକ ବନ୍ଧୁକ ଦେଖାଇ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲା । ଏହା ସେ ସେହି ବନ୍ଧୁକଟିକୁ ପୋଲିସ ଉପରକୁ ଫୋପାଡ଼ି ଦେଇ ଚମ୍ପଟ ମାରିବା ପାଇଂ ଚେଷ୍ଟା କରିଥିଲା ।
ତେବେ ପୋଲିସ ସଦଳବଳ ତାକୁ ଧରିବାରେ ସଫଳ ହୋଇଥିଲା । ତା' ଠାରୁ ପୋଲିସ ଏକ ଦେଶୀ ପିସ୍ତଲ, ନଗଦ ଏକ ଲକ୍ଷ୍ୟ ୫୫ ହଜାର ଟଙ୍କା, ତିନୋଟି ବାଇକ୍, ମୋବାଇଲ ଇତ୍ୟାଦି ଓ ୧୬ଲିଟର ବେଆଇନ୍ ମଦ ପୋଲିସ୍ ଜବତ କରିଛି । ଏହାସହ ଆଜି ତାକୁ କେସ ନମ୍ୱର୍ ୮୭ରେ ଏକ ମାମଲା ରୁଜୁ କରି ଦଫା ୩୪୧, ୩୫୩, ୩୦୭, ୧୬୮, ୨୭୨, ୫୦୭ ଓ ୫୨ଏ ଆଇପିସି ଆକ୍ଟରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡ଼ିପିଓ ପ୍ରଦୀପ କୁମାର ସାହୁ ।