ଓଡିଶା

odisha

ETV Bharat / state

ରାଉରକେଲା ଗସ୍ତରେ ରାଜ୍ୟପାଳ, ଏସଏଚଜି ମହିଳା ଓ ଛାତ୍ରଛାତ୍ରୀଙ୍କୁ ଭେଟିଲେ - Governor Raghubar Das

Governor Of Odisha Meet Students and SHG Women During His Rourkela Visit : ସୋମବାର ସୁନ୍ଦରଗଡ଼ ଗସ୍ତରେ ଥିବା ରାଜ୍ୟପାଳ ରଘୁବର ଦାସ କ୍ରୀଡାବିତ, ମିଶନଶକ୍ତି ମହିଳା ଓ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ରାଉରକେଲା ଗସ୍ତରେ ରାଜ୍ୟପାଳ, ଏସଏଚଜି ମହିଳା ଓ ଛାତ୍ରଛାତ୍ରୀ ମାନଙ୍କୁ ଭେଟିଲେ ରାଜ୍ୟପାଳ
ରାଉରକେଲା ଗସ୍ତରେ ରାଜ୍ୟପାଳ, ଏସଏଚଜି ମହିଳା ଓ ଛାତ୍ରଛାତ୍ରୀ ମାନଙ୍କୁ ଭେଟିଲେ ରାଜ୍ୟପାଳ

By ETV Bharat Odisha Team

Published : Feb 13, 2024, 7:55 PM IST

ରାଉରକେଲା ଗସ୍ତରେ ରାଜ୍ୟପାଳ, ଏସଏଚଜି ମହିଳା ଓ ଛାତ୍ରଛାତ୍ରୀ ମାନଙ୍କୁ ଭେଟିଲେ ରାଜ୍ୟପାଳ

ରାଉରକେଲା: ସୁନ୍ଦରଗଡ ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ଗତକାଲି ସୁନ୍ଦରଗଡ଼ ଗସ୍ତରେ ଆସିଥିବା ବେଳେ ସୁନ୍ଦରଗଡ଼ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବୁଲି ଗସ୍ତ କରିଥିଲେ ରାଜ୍ୟପାଳ । ତେବେ ରାଉରକେଲା ସହରକୁ ଆସି ପ୍ରଥମେ ରାଜ୍ୟପାଳ ବେଦବ୍ୟାସ ପୀଠକୁ ଯାଇ ସେଠାରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ । ବ୍ୟାସଦେବ ଏବଂ ମହାଦେବଙ୍କ ପୂଜା ଅର୍ଚ୍ଚନା କରି ସେଠାରେ ରାଜ୍ୟବାସୀଙ୍କ ମଙ୍ଗଳ ଲାଗି ପୂଜା କରିଥିଲେ । ତେବେ ଏହାପରେ ବେଦବ୍ୟାସ ପୀଠରୁ ଆସି ରାଜ୍ୟପାଳ ପାନପୋଷ ସ୍ପୋର୍ଟସ ହଷ୍ଟେଲରେ ଯାଇ କ୍ରୀଡା ଛାତ୍ରବାସ ପରିଦର୍ଶନ ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଏବଂ ଭେଟ କରିଥିଲେ ।

ଏହା ସହ କ୍ରୀଡାକୁ ଆଗକୁ ନେଇ ନିଜର ଭବିଷ୍ୟତ ସହ ରାଜ୍ୟ ଏବଂ ଦେଶର ଭବିଷ୍ୟତକୁ ଉଜ୍ଜ୍ବଳ କରିବା ପାଇଁ ଆଗେଇ ଆସିବାକୁ କହି ପିଲାଙ୍କ ସହ ଆଲୋଚନା କରିଥିଲେ । ଝିଅମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଏହାପରେ ରାଉରକେଲା ସହରରେ ନୂତନ ମିଶନ ଶକ୍ତି କାଫେରେ ଆସି ପହଞ୍ଚିଥିଲେ ରାଜ୍ୟପାଳ । ଏଠାରେ ମିଶନ ଶକ୍ତି ମା'ମାନଙ୍କ ସହ ଆଲୋଚନା କରିଥିଲେ । କେବେଠାରୁ କାର୍ଯ୍ୟ ଆରମ୍ଭ କରିଥିଲେ, ବର୍ତ୍ତମାନ କିଭଳି SHG ଚାଲୁଛି, କଣ କଣ ସବୁ ମିଶନ ଶକ୍ତି ମାଧ୍ୟମରେ ତିଆରି କରାଯାଉଛି ଏବଂ ଅନ୍ୟାନ୍ୟ କଥା ପଚାରିଥିଲେ । ମିଶନ ଶକ୍ତି ମା'ଙ୍କଠାରୁ ବର୍ତ୍ତମାନ ସମୟରେ ମିଲେଟ ଯୋଜନାରେ ତିଆରି ହେଉଥିବା ମିଲେଟ ପ୍ରସ୍ତୁତ ସାମଗ୍ରୀକୁ ମିଶନ ଶକ୍ତି ମା'ମାନେ ରାଜ୍ୟପାଳଙ୍କୁ ଭେଟି ଦେଇଥିଲେ ଏବଂ ରାଜ୍ୟପାଳ ମଧ୍ୟ ଏହାକୁ ସ୍ବୀକାର କରି ମିଲେଟ ଯୋଜନା ଏବଂ ମିଶନ ଶକ୍ତି ମା'ଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...'ଫୋର୍ବସ୍ ଇଣ୍ଡିଆ'ରେ ସ୍ଥାନିତ ମାତିଲଦାଙ୍କୁ ଭେଟିଲେ ରାଜ୍ୟପାଳ: ଘରେ ବସି ଚା' ପିଇଲେ, ସମସ୍ୟା ପଚାରିଲେ

ଏହାପରେ ରାଉରକେଲା ଉଦିତନଗର ହାଇସ୍କୁଲକୁ ଯାଇ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଭାବରେ ଆଲୋଚନା କରିଥିଲେ ରାଜ୍ୟପାଳ । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ ଏବଂ ପିଲାଙ୍କୁ ଶିକ୍ଷାର ମହତ୍ତ୍ବ ଉପରେ କହିଥିଲେ । ଏତଦ ବ୍ୟତୀତ ଶିକ୍ଷା ସହ କ୍ରୀଡାର ମହତ୍ତ୍ବ ମଧ୍ୟ ବୁଝାଇଥିଲେ ରାଜ୍ୟପାଳ ଏବଂ କ୍ରୀଡାକୁ ନିଜର ରୁଟିନରେ ସାମିଲ କରିବାକୁ କହିଥିଲେ ରାଜ୍ୟପାଳ । ପାଠ ସହ କ୍ରୀଡାକୁ ସମାନ ସ୍ତରରେ ରଖି ଭବିଷ୍ୟତରେ ଆଗେଇବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏହାପରେ ରାଜ୍ୟପାଳ ବିପିୟୁଟିର କୋନଭୋକେସନରେ ଯୋଗଦେବେ ଏବଂ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବେ । ଏହାପରେ ରାଉରକେଲା ଛାଡି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବାର ଯୋଜନା ରହିଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details