ଓଡିଶା

odisha

ETV Bharat / state

ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ, ରକ୍ତ ଭିଜା ସାର୍ଟ କେଉଁଠି ? - NABA DAS MURDER CASE

ନବ ଦାସଙ୍କ ହତ୍ୟାକାରୀ ନୁହଁନ୍ତି ଗୋପାଳ ଦାସ । ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଓକିଲ ନରେଶ ନାଏକ ।

Naba das Murder case
Naba das Murder case (ETV Bharat Odisha)

By ETV Bharat Odisha Team

Published : Jan 18, 2025, 9:03 AM IST

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । କୁଆଡେ ଗଲା ହତ୍ୟା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟ, ତାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଅନ୍ୟପଟେ ଗୋପାଳ ଦାସ, ନବ ଦାସଙ୍କ ହତ୍ୟାକାରୀ ନୁହନ୍ତି ବୋଲି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗୋପାଳ ଦାସଙ୍କ ଓକିଲ ।

ହତ୍ୟା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟ କେଉଁଠି?

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ ଦାସଙ୍କ ହତ୍ୟା ଘଟଣାକୁ ୨ ବର୍ଷ ପୁରିବାକୁ ଯାଉଥିବା ବେଳେ ପୁଣି ଚର୍ଚ୍ଚା ଜୋର ଧରିଛି । ଗୋପାଳ ଦାସଙ୍କ ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇନାହିଁ, ଅନ୍ୟ କୌଣସି ବନ୍ଧୁକରେ ନବ ଦାସଙ୍କ ମୃତ୍ୟୁ ହୋଇଛି ବୋଲି ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଲେ ଗୋପାଳ ଦାସଙ୍କ ଓକିଲ ନରେଶ ନାଏକ । ଅନ୍ୟପଟେ ହତ୍ୟା ସମୟରେ ନବ ଦାସ ପିନ୍ଧିଥିବା ସାର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଓକିଲ ନରେଶ ନାଏକ । ହତ୍ୟା ସମୟରେ ଜବତ ସାମଗ୍ରୀ ମଧ୍ୟରେ ନବ ଦାସ ପିନ୍ଧିଥିବା ସାର୍ଟ କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଗୋପାଳ ଦାସଙ୍କ ଓକିଲ ।

Naba das Murder case (ETV Bharat Odisha)

'ନବ ଦାସଙ୍କୁ ହତ୍ୟା କରି ନାହାନ୍ତି ଗୋପାଳ ଦାସ'

ଓକିଲ ନରେଶ ନାଏକ କହିଛନ୍ତି," କୋର୍ଟରେ ପୋଲିସ ଦାଖଲ କରିଥିବା ଜବତ ସାମଗ୍ରୀ ମଧ୍ୟରେ ନବ ଦାସଙ୍କ ରକ୍ତ ଭିଜା ସାର୍ଟ ନାହିଁ । ଷ୍ଟେଟ୍ ଫରେନ୍ସିକ ଲ୍ୟାବକୁ ତାଙ୍କ ସାର୍ଟ ପଠାଯାଇନାହିଁ । ରକ୍ତ ଭିଜା ସାର୍ଟ ମିଳିନଥିବା ଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି । ଗୁଳି ବିଦ୍ଧ ହେବା ଏ ସଂପର୍କରେ ତଦନ୍ତ ଅଧିକାରୀଙ୍କୁ କୋର୍ଟରେ ସାକ୍ଷୀ ଦେଲା ବେଳେ ପଚରାଯିବ । ଗୁଳିର ଯେଉଁ ସାଇଜ, ଗୁଳିବିଦ୍ଧ ହେବା ପରେ ଯେଉଁ ସାଇଜ, ସାର୍ଟରେ ଥିବା ଗୁଳିର ସାଇଜ୍, ତାକୁ ତୁଳନା କଲେ ଜଣାପଡିଥାନ୍ତା ଗୁଳି ପାଖରୁ ମରାଯାଇଛି ନା ଦୂରରୁ । ଭିଡ ଭିତରୁ ଆଉ କେହି ଗୁଳି ଚଳାଇ ପାରିଥାଏ ବୋଲି ସମ୍ଭାବନା ରହିଛି । ଯାହାକୁ ନେଇ କୁହାଯାଉଛି ଗୋପାଳ ଦାସ ନିର୍ଦ୍ଦୋଷ । ଆଉମଧ୍ୟ ରକ୍ତ ଭିଜା ସାର୍ଟ ସହ ନବଙ୍କ ଦେହରେ ପଶି ବାହାରି ଯାଇଥିବା ଗୁଳିଟି ମଧ୍ୟ ମିଳିନାହିଁ । ଗୁଳିମାଡ଼ରେ ନବ ଦାସ ମୃତ୍ୟୁ ହୋଇଥିବା ପୋଲିସ କହିଥିଲା । ହେଲେ ଆଜି ପର୍ଯ୍ୟନ୍ତ ଗୁଳିଟି ମିଳିପାରିନି । ଏବେ ମାମଲାର ଶୁଣାଣି ଚାଲିଛି । ୧୭୯ ଜଣ ସାକ୍ଷୀଙ୍କ ମଧ୍ୟରୁ ୨୯ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଅନ୍ୟ ସାକ୍ଷୀମାନଙ୍କୁ ମଧ୍ୟ ଜେରା କରାଯିବ ।"

ଏହାମଧ୍ୟ ପଢନ୍ତୁ...

ନବ ଦାସ ହତ୍ୟା ମାମଲାରେ CBI ତଦନ୍ତ ଦାବି, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା - NABA DAS MURDER CASE

ନବ ଦାସ ହତ୍ୟା ମାମଲା:‘ ପରିବାର ଲିଖିତରେ ଦେଲେ CBI ତଦନ୍ତ କଥା ସରକାର ବିଚାର କରିବେ ’

ନବ ଦାସ ହତ୍ୟା: CBI ତଦନ୍ତ ଦାବି କଲେ ଝିଅ ଦୀପାଳି, ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ

ପୁଣି ତେଜିଲା ନବ ଦାସ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲା, ସିବିଆଇ ତଦନ୍ତ ଦାବି କଲେ ଜୟନାରାୟଣ - MLA Jayanarayan Mishra Demands

ନବ ଦାସ ହତ୍ୟା ମାମଲା, ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଦେବାକୁ ଡିଜିପିଙ୍କୁ NHRCର ନିର୍ଦ୍ଦେଶ - Naba Das Murder Case


ନବ ଦାସ ହତ୍ୟା ମାମଲା

୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଝାରସୁଗୁଡାର ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ବାଟରେ କିଛି ବିଜେଡି ସମର୍ଥକ ତାଙ୍କୁ ଅଟକାଇଥିଲେ । କର୍ମୀଙ୍କ ଅଭିବାଦନ ପାଇଁ ଗାଡିରୁ ଓହ୍ଲାଉ ଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ଦାସ ଅତି ନିକଟରୁ ତାଙ୍କୁ ଗୁଳି କରିଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ହାଇଫ୍ରୋଫାଇଲ ହତ୍ୟା ମାମଲାରେ ପୋଲିସ ଗୋପାଳ ଦାସଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା ।

ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା । ନବ ଦାସଙ୍କ ହତ୍ୟାକୁ ଇତି ମଧ୍ୟରେ ଦୁଇ ବର୍ଷ ପୁରିବାକୁ ଯାଉଛି । ହେଲେ ହତ୍ୟାକୁ ନେଇ ଆଜି ପର୍ଯ୍ୟନ୍ତ ଲାଗି ରହିଛି ସନ୍ଦେହ । ଗୋପାଳ ଦାସକୁ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ କହୁଥିବା ବେଳେ ପରିବାର ଓ ନବଙ୍କ ସମର୍ଥକ କିନ୍ତୁ ଗ୍ରହଣ କରିପାରୁନାହାନ୍ତି । ଗୋପାଳ ଦାସ ଏକ ମାଧ୍ୟମ ବୋଲି ସନ୍ଦେହ କରୁଛନ୍ତି ନବଙ୍କ ସମର୍ଥକ ।


ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details