ଭୁବନେଶ୍ବର:ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାରଙ୍କର ନାହିଁ ପ୍ରୋତ୍ସାହନ । ଆଜି ମଧ୍ୟ ବାକି ପଡ଼ିଛି ବିଏସକେୱାଇ ଅର୍ଥ । ଏଭଳି ଅଭିଯୋଗ ଆଣିଛି ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ । ଆଜି ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ବିଭିନ୍ନ ସମସ୍ୟା ବିଷୟରେ ସରକାରଙ୍କୁ ଅବଗତ କରାଯାଇଛି । ଘରୋଇ ମେଡ଼ିକାଲଗୁଡ଼ିକର ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ ଦାବି ହୋଇଛି ।
୧୯୯୨ ମସିହାର ଓଡିଶାରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନ ଆସିବା ପରଠାରୁ ଘରୋଇ ହସ୍ପିଟାଲଗୁଡିକ ସରକାରଙ୍କର ବିଭିନ୍ନ ପରିବର୍ତ୍ତନ ନୀତି ଫଳରେ ପଞ୍ଜୀକରଣ ପାଇଁ ପ୍ରତିବର୍ଷ ଅଧିକରୁ ଅଧିକ ସମସ୍ୟାର ସମ୍ମଖୀନ ହେଉଛନ୍ତି । ତାହାର କାରଣ ହେଉଛି ସରକାରଙ୍କର ଦୂରଦୃଷ୍ଟିର ଅଭାବ ବୋଲି କହିଛି ଅଲ୍ ଓଡିଶା ପ୍ରାଇଭେଟ୍ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମ । ସେହିପରି ସଂଘ କହିଛି ଯେ, ସରକାରୀ ଡାକ୍ତରଖାନାଗୁଡିକୁ ଭାରତର ଅନ୍ୟାନ୍ୟ ରାଜ୍ୟ ପରି ଶୃଙ୍ଖଳିତ ଅଗ୍ନି ନିରାପତ୍ତା ନିୟମ ଏବଂ ପ୍ରଦୂଷଣ ନିୟମ ଅନୁସାରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଭାବରେ ପଞ୍ଜିକରଣ କରୁନାହାନ୍ତି । ପ୍ରଦୂଷଣ କିମ୍ବା ଅଗ୍ନି ନିରାପତ୍ତା ନିୟମ ଆସିଲେ ବେସରକାରୀ ଡାକ୍ତରଖାନାଗୁଡିକକୁ ଯୋଗ୍ୟ ହେବାକୁ ଅନେକ ବର୍ଷ ଲାଗୁଛି । ଏହାରି ଭିତରେ ବେସରକାରୀ ଡାକ୍ତରଖାନାରେ ଜୁଲମ୍ ସହିବାକୁ ପଡୁଛି ।
ଏହା ମଧ୍ୟ ପଢନ୍ତୁ.......ରୋଗୀଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ, ବଦଳି ଦାବି କଲେ ଗାଁଲୋକ