କଟକ: କଟକରେ ୧୫୫ତମ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେଲେଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଥିବା ଐତିହ୍ୟ ପୀଠରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ ପ୍ରଦାନ କରିବା ସହ ସ୍ୱଚ୍ଛତା ଅଭିଯାନ, ଗାନ୍ଧୀଙ୍କ ସହ ସମ୍ପର୍କ ରହିଥିବା ଫଟୋ ପ୍ରଦର୍ଶନୀ ସେଣ୍ଟର ଉଦ୍ଘାଟନ ଓ ବୃକ୍ଷରୋପଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଗକୁ ସ୍ମୃତି ପୀଠର ଉନ୍ନତିକରଣ ଦିଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଉପସ୍ଥିତ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ମତରେ ୧୯୩୪ ମସିହାରେ ମେ ୧୫ ତାରିଖରେ ଯେତେବେଳେ ଭାରତ ବର୍ଷରେ ଆନ୍ଦୋଳନ ଜାରି ରହିଥିଲା ସେହି ସମୟରେ ମହାତ୍ମାଗାନ୍ଧୀ କଟକ ଗସ୍ତରେ ଆସିଥିଲା ବେଳେ ତେଲେଙ୍ଗାପେଣ୍ଠ ସ୍ଥିତ ସ୍ମୃତି ପୀଠରେ ରାତ୍ରି ଯାପନ କରିଥିଲେ । ଏହି ପଡିଆରେ ପ୍ରାର୍ଥନା ସଭାରେ ଯୋଗଦେଇଥିଲେ ଶହସ୍ର ଓଡ଼ିଆ । ସଂଗ୍ରାମ କେଶରୀ ମହାପାତ୍ର ବିଧାୟକ ସମୟରେ ଏହି ପୀଠ ସ୍ମୃତି ପୀଠ ହିସାବରେ ଗଢି ଉଠିଥିଲା ।
Cuttack Telangana Penth Gandhi Memorial (ETV Bharat Odisha) ତେଲେଙ୍ଗାପେଣ୍ଠ ଅଞ୍ଚଳରେ ହେବ ଆହୁରି ବିକାଶ:
ଏନେଇ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, "୫୫୦ ବର୍ଷ ତଳେ ଚୈତନ୍ୟ ନଦିଆରୁ ପୁରୀ ଆସିଥିଲେ । ଯେଉଁ ରାସ୍ତା ଦେଇ ସେମାନେ ସେହି ସ୍ଥାନରେ ମଠ ଓ ମନ୍ଦିର ନିର୍ମାଣ ହୋଇଛି । ସେମିତି ଗାନ୍ଧୀଙ୍କ ପ୍ରତ୍ୟେକ ରହଣି ସ୍ଥାନକୁ ସ୍ମୃତି ପୀଠ ଭାବରେ ଗଢି ତୋଳିଛନ୍ତି ସରକାର । ଅନ୍ୟ ଏକ କଟକର ଐତିହ ସ୍ୱରାଜ ଆଶ୍ରମରେ ମଧ୍ୟ ତିନି ଥର ରାତ୍ରି ଯାପନ କରିଛନ୍ତି ମହାତ୍ମାଗାନ୍ଧୀ । ତେଣୁ ସେହି ସ୍ଥାନ ମଧ୍ୟ ସ୍ମୃତି ପୀଠ । ସୁସ୍ଥ ସମାଜ ଗଠନ ଦିଗରେ ଯୁବ ଶକ୍ତି ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ସ୍ମୃତି ପୀଠ ଏକ ବଳିଷ୍ଠ ଉଦାହରଣ ସାଜିବ । କଟକ ଭୁବନେଶ୍ୱର ମଧ୍ୟରର ତେଲେଙ୍ଗାପେଣ୍ଠ ଅଞ୍ଚଳକୁ ଆହୁରି କିପରି ବିକାଶ କରିହେବ ସେନେଇ ସରକାରୀ ସ୍ତରରେ ଅନେକ ଯୋଜନା ମାନ ନିଆଯିବ,"
Cuttack Telangana Penth Gandhi Memorial (ETV Bharat Odisha) ‘ଓଡ଼ିଶାକୁ ଗାନ୍ଧିଜୀ ବହୁତ ଭଲ ପାଉଥିଲେ’- ମୁଖ୍ୟମନ୍ତ୍ରୀ
- ଗାନ୍ଧିଜୀଙ୍କ ମତରେ ଓଡ଼ିଶା ଥିଲା ତାଙ୍କ ପାଇଁ ପ୍ରେମର ଭୂଇଁ
- ଗାନ୍ଧିଜୀଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା
- ସମାଜର ଶେଷ ସ୍ତରରେ ଥିବା ଲୋକଙ୍କ ପାଇଁ କାମ କରିବାର ସମୟ ଆସିଛି
- ଗାନ୍ଧିଜୀଙ୍କ ପାଇଁ ଆମର ହେବ ସର୍ବଶେଷ୍ଠ ଶ୍ରଦ୍ଧାଞ୍ଜଳି ହେବ କହିଲେ ମୁଖ୍ୟମନ୍ତ୍ରୀ
- 1934 ମଇ 15 ତାରିଖରେ ତେଲଙ୍ଗାପେଣ୍ଠରେ ଗାନ୍ଧିଜୀ ରାତ୍ରିଯାପନ କରିଥିଲେ
- ଏଠାରୁ ଅସ୍ପୃଶ୍ୟତା ନିବାରଣ ପାଇଁ ଗାନ୍ଧିଜୀ ଆହ୍ବାନ ଦେଇଥିଲେ
Cuttack Telangana Penth Gandhi Memorial (ETV Bharat Odisha) ଓଡିଶାକୁ ୭ ଥର ଆସିଥିଲେ ଗାନ୍ଧୀ:
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମତରେ, "ଗାନ୍ଧୀ ହେଉଛନ୍ତି ମାନବ ଜାତିର ସମ୍ପଦ । ସତ୍ୟ ଶାନ୍ତି ଅହିଂସା ବାର୍ତ୍ତା ନେଇ ଆଗେଇ ଯିବାକୁ ଆହ୍ୱାନ । ଓଡିଶାକୁ ୭ ଥର ଆସିଥିଲେ ଗାନ୍ଧୀ । ପ୍ରାଣୀ ମଧ୍ୟରେ ସେ ପ୍ରଭେଦ ଦେଖନ୍ତିନାହିଁ । ଓଡିଶା ଗସ୍ତ ସମୟରେ ଦଳିତ ଓ ଅବହେଳିତ ମାନଙ୍କୁ ସାମାଜିକ ନ୍ୟାୟ ଓ ଲୋକ ମାନଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଗାନ୍ଧିଜୀଙ୍କ ଥିଲା ମୂଳମନ୍ତ୍ର । ପ୍ରାର୍ଥନା , ଅନଶନ ଓ ଅନୁତପ ପ୍ରତ୍ୟକ ବ୍ୟକ୍ତିଙ୍କୁ ଅପଣେଇବା ଆବଶ୍ୟକ । ୨୪ ବର୍ଷ ପରେ ନୂଆ ସରକାର ଆସିଛି । ଲୋକଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ମହିଳା ସଶକ୍ତିକରଣ କରିବା ଦିଗରେ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି । ଏକ କୋଟିରୁ ଊର୍ଦ୍ଧ୍ବ ମହିଳା ହେବେ ଲାଭନ୍ବିତ କରିବ । ଆଉ ଏକ ପର୍ଯ୍ୟାୟରେ ୪୦ ଲକ୍ଷ ମହିଳା ସାମିଲ ହେବେ ।"
Cuttack Telangana Penth Gandhi Memorial (ETV Bharat Odisha) ସମାରୋହ ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଅଢଙ୍ଗଡିହ ବାସିନ୍ଦା ଅନର୍ଯ୍ୟାମୀ ବେହେରାଙ୍କ ଘରେ ମଧ୍ୟାନ ଭୋଜନ କରିଥିଲେ । ଏହି ଅବସରରେ ଅଢଙ୍ଗଡିହର ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ବନ୍ଦାପନା କରିବ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।