ଓଡିଶା

odisha

ETV Bharat / state

ଲବଣ ଜମିରେ ଟେକ୍ସଟାଇଲ ଶିଳ୍ପ କରିବାକୁ ମୋଦିଙ୍କୁ ଅନୁରୋଧ କଲେ ପୂର୍ବତନ ଉପବାଚସ୍ପତି - request to PM for textile Industry - REQUEST TO PM FOR TEXTILE INDUSTRY

REQUEST TO PM FOR TEXTILE INDUSTRY: ଲବଣ ଜମିରେ ଏୟାରପୋର୍ଟ କିମ୍ୱା ଟେକ୍ସଟାଇଲ ଶିଳ୍ପ କରିବାକୁ ମୋଦିଙ୍କୁ ଅନୁରୋଧ କଲେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପାଣ୍ଡା । ମଞ୍ଚରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ଅନୁରୋଧ ପତ୍ରକୁ ପଢିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଲବଣ ଜମିରେ ଟେକ୍ସଟାଇଲ ଶିଳ୍ପ କରିବାକୁ ମୋଦିଙ୍କୁ ଅନୁରୋଧ କଲେ ପୂର୍ବତନ ଉପବାଚସ୍ପତି
ଲବଣ ଜମିରେ ଟେକ୍ସଟାଇଲ ଶିଳ୍ପ କରିବାକୁ ମୋଦିଙ୍କୁ ଅନୁରୋଧ କଲେ ପୂର୍ବତନ ଉପବାଚସ୍ପତି (ETV BHARAT ODISHA)

By ETV Bharat Odisha Team

Published : May 6, 2024, 8:31 PM IST

ଲବଣ ଜମିରେ ଟେକ୍ସଟାଇଲ ଶିଳ୍ପ କରିବାକୁ ମୋଦିଙ୍କୁ ଅନୁରୋଧ କଲେ ପୂର୍ବତନ ଉପବାଚସ୍ପତି (ETV BHARAT ODISHA)

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ହୁମ୍ମା ଠାରେ ଅବସ୍ଥିତ ରହିଥିବା ଲବଣ ଜମିରେ ଏୟାରପୋର୍ଟ କିମ୍ୱା ଟେକ୍ସଟାଇଲ ଶିଳ୍ପ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ଓଡିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ମୋଦିଙ୍କ ବ୍ରହ୍ମପୁର ସହରର କନିଷି ଠାରେ ଆୟୋଜିତ ସାଧାରଣ ସଭାକୁ ଯୋଗ ଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଭାମଞ୍ଚକୁ ଆସି ପହଞ୍ଚିବା ସମୟରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୋଦିଙ୍କ ନିକଟରେ ପହଞ୍ଚି ଏକ ଲିଖିତ ଅନୁରୋଧ ପତ୍ରକୁ ମୋଦିଙ୍କ ସହିତ ଆଲୋଚନା କରିବା ପରେ ତାହାକୁ ବଢାଇ ଦେଇଥିଲେ ।

ଗତ କିଛି ଦିନ ତଳେ ବିଜେଡି ଛାଡି ପୁଣି ଥରେ ନିଜ ଘରକୁ ବାହୁଡିଥିବା ବିଜେପିର ଏହି ବରିଷ୍ଠ ନେତା ତଥା ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଦେଇଥିବା ଏହି ଅନୁରୋଧ ପତ୍ରକୁ ମୋଦି ସଭାମଞ୍ଚରେ ବସିବା ମାତ୍ରେ ତାହାକୁ ଖୋଲି ପଢିଥିବା ଦେଖିବାକୁ ମିଳିଥିଲା । ସେପଟେ କାର୍ଯ୍ୟକ୍ରମ ଶେଷ ପରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଇଟିଭି ଭାରତ ସହିତ ଆଲୋଚନା କରିବା ସମୟରେ ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳରେ ରହିଥିବା ପ୍ରାୟ ୧୬ ଶହ ଏକର ଲବଣ ଜମି ଭାରତ ସରକାରଙ୍କ ଲବଣ କମିଶନଙ୍କ ଅଧିନରେ ରହିଥିବା ବେଳେ ତାହାକୁ ପୁଣି ଥରେ ଲବଣ ଆଦାୟ ପାଇଁ ପୁନଃ ବିକାଶିତ କରାଯାଉ ନଚେତ୍ ସେହି ସ୍ଥାନରେ ରହିଥିବା ଜମିକୁ ବ୍ୟବହାର କରି ଏୟାରପୋର୍ଟ କିମ୍ୱା ଟେକ୍ସଟାଇଲ୍ ଶିଳ୍ପ କରାଯିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିବା ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଓଡିଶାରେ ବିଜେପି ପ୍ରଚାର ମଙ୍ଗ ଧରିଲେ ପ୍ରଧାନମନ୍ତ୍ରୀ, ଆଜି ବ୍ରହ୍ମପୁର-ନବରଙ୍ଗପୁରରେ ହାଇଭୋଲଟେଜ୍‌ ପ୍ରଚାର - Lok Sabha Election 2024

ତେବେ ଆଜି ପ୍ରଧାନମନ୍ତ୍ରୀ ମୋଦି କନିଷି ହେଲିପ୍ୟାଡରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀମାନେ ପ୍ରଥମେ ସ୍ବାଗତ କରିଥିଲେ । ଏହାପରେ ଜନସଭାକୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମେ ଓଡିଆ ଭାଷାରେ କହି ସମସ୍ତଙ୍କ ମନ ଜିଣିଲେ ମୋଦି । ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ଅଭିଭାଷଣ ଆରମ୍ଭ କରଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଥିବେଳେ ଓଡ଼ିଶାରେ ବିଜେପିକୁ ସରକାର ଗଢିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଓଡିଶାର ଝିଅକୁ ବିଜେପି ଦେଶର ବଡ ପଦବୀ ଦେଇଛି । ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡିଶା ପାଇଁ କାମ କରିବି । ଦିଲ୍ଲୀରେ ବସିଥିବା ଜଗନ୍ନାଥଙ୍କ ଏହି ପୁଅ ଓଡିଶା ପାଇଁ ବହୁତ କଛି କରିବ । ମୋଦି ବିକଶିତ ଭାରତ, ବିକଶିତ ଓଡ଼ିଶାର ସଂକଳ୍ପ ନେଇଛି । "


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details